ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି

କୋଟଗଡ଼, ୧୨। ୯(ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ବାସହୀନଙ୍କୁ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କନ୍ଧମାଳ ଜିଲା କୋଟଗଡ ବ୍ଳକ ଯୁଡ଼ାବାଲି ପଞ୍ଚାୟତ ଗୁମପଦର ଗ୍ରାମର ପାଇନା ମଲିକ(୬୦)ଙ୍କ ପାଇଁ ସେସବୁ ସାତସପନ ପାଲଟିଛି।

ସ୍ତ୍ରୀଙ୍କ ସହ ପାଇନା ଦୀର୍ଘଦିନ ଧରି କଚ୍ଚା ଘରେ ରହିଆସୁଥିଲେ। ମାତ୍ର ଗତ ଲଗାଣ ବର୍ଷାରେ ଉକ୍ତ ଘରଟି ଭାଙ୍ଗିଯାଇଛି। ଫଳରେ ସେମାନେ ପଡ଼ୋଶୀଙ୍କ ଘର ବାରଣ୍ଡାରେ ଆଶ୍ରୟ ଦେଇଛନ୍ତି। ଉକ୍ତ ଦମ୍ପତି ନିଃସନ୍ତାନ ଥିବା ବେଳେ ରୋଜଗାରର କିଛି ମାଧ୍ୟମ ନ ଥିବାରୁ ଭାଙ୍ଗି ଯାଇଥିବା ଘର ସଜାଡ଼ିବା ସମ୍ଭବପର ନୁହେଁ। ଏପରିକି ବାର୍ଦ୍ଧକ୍ୟ ଭତ୍ତା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ କୋଟଗଡ଼ ତହସିଲଦାର ଲକ୍ଷ୍ମଣ ସୁରେନ୍‌ଙ୍କୁ ପଚାରିବାରୁ ସେ କୁହନ୍ତି, ଯଦି ଘର ଭାଙ୍ଗିଯାଇଛି, ତେବେ ତାଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯିବ। ଏଥିସହ କୋଟଗଡ଼ ବିଡିଓଙ୍କୁ କହି ଏକ ପକ୍କାଘର ଯୋଗାଇଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ...

ବେଡ୍‌ରେ ରୋଗୀ, ତଳେ ମୃତଦେହ

କଟକ ଅଫିସ,୮।୫: ବେଡ୍‌ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ। ଏହି...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି...

ବିଧାନସଭାରେ ମାଣ୍ଡିଆ ଖାଇବେ ବିଧାୟକ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ବିଧାୟକମାନେ ବିଧାନସଭାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବେ। ଖୋଦ୍‌ କୃଷି ମନ୍ତ୍ରୀ ବିଧାୟକମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖୁଆଇବେ। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଭଲ। ସକାଳେ...

ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ବିଶିଷ୍ଟ କଥାକାର ତଥା ପୂର୍ବତନ ଶାସନ ସଚିବ ତରୁଣକାନ୍ତି ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ସେ...

ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ...

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଅନୁଗୋଳ ସହର,୨।୩ (ଡି.ଏନ.ଏ.)  ଅନୁଗୋଳ ସହର ସଭାଘର ସମ୍ମୁଖ ତଥା ଷ୍ଟାଡିୟମ ନିକଟରେ ଥିବା ଗୋପବନ୍ଧୁ ପାର୍କକୁ ନେଇ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ପାର୍କରେ...

ଭୁବନେଶ୍ୱରରୁ ପୁଣି ୬୪ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୭

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭ଜଣ ରହିଥିବା ବେଳେ ଲୋକାଲ କେସ୍‌ ରହିଛି...

Advertisement
Archives

Model This Week