ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା ବେଳେ ଶୁକ୍ରବାର ସକାଳୁ ଘରଟି ଭାଙ୍ଗି ପଡିଥିଲା। ସୌଭାଗ୍ୟବଶତଃ ସକାଳେ ଶଙ୍ଖାଳି କୌଣସି କାର୍ଯ୍ୟରେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ସେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ପଡୋଶୀ ପ୍ରକାଶ କରିଛନ୍ତି ।
ଶଙ୍ଖାଳି ଜଣେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଗତ କିଛିବର୍ଷ ଧରି ରୋଗଗ୍ରସ୍ତ ହେବା ଯୋଗୁ ଆଉ କୌଣସି କାମଧନ୍ଦା କରିପାରୁନାହାନ୍ତି । ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ମିଳୁଥିବା ୩୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଶଙ୍ଖାଳିଙ୍କ ବଞ୍ଚତ୍ବାର ରାହା ପାଲଟିଛି । ଦୁଇଝିଅଙ୍କ ବିବାହ ପରେ ରୋଗଗ୍ରସ୍ତ କାରଣରୁ ଗତ ୩ ବର୍ଷ ତଳେ ସ୍ତ୍ରୀ ମହରଗୀଙ୍କ ମୃତ୍ୟୁ ହୋଇଥିଲା । ତା’ ପର ଠାରୁ ଶଙ୍ଖାଳି ଏକାକୀ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି । ରୋଗଗ୍ରସ୍ତ ଜୀବନ ସାଙ୍ଗକୁ ଆର୍ଥିକ ଅନଟନ ଯୋଗୁ ବାପଅଜା ଅମଳର ପୁରୁଣା ଚାଳଘରକୁ ମରାମତି କରିବାକୁ ସମର୍ଥ ନାହାନ୍ତି ଶଙ୍ଖାଳି । ୨ବଖରା ଝାଟିମାଟି ଚାଳଘର ମଧ୍ୟରୁ ଗୋଟିଏ ବଖରା ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଦେଖାଯାଇଛି । ବାର୍ଦ୍ଧକ୍ୟ ସମୟରେ ଆମତ୍ୀୟ ସ୍ବଜନ କେହି ପାଖରେ ନ ଥିବା ବେଳେ ଘର ଭାଙ୍ଗିଯିବା ପରେ ଶଙ୍ଖାଳି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାଭିମାନୀ ମଣିଷ ହେତୁ ସରକାରଙ୍କ କୌଣସି ସହାୟତା ପାଇଁ କେବେ କାହାରିକୁ ମଧ୍ୟ ସେ ଗୁହାରି କରି ନ ଥିବା ପଡ଼ୋଶୀମାନେ କୁହନ୍ତି । ତେବେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଶଙ୍ଖାଳିଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ଯୋଗାଇଦେବା ସହ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ

ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ...

୨ ଦଶନ୍ଧିରେ ୮ ବିଜେଡି ବିଧାୟକଙ୍କ ହ୍ୟାଟ୍ରିକ୍‌

ବ୍ରହ୍ମପୁର ଅଫିସ,୨୩।୧୦: ୨୦୦୦ରୁ ୨୦୧୯ ମସିହା ମଧ୍ୟରେ ୫ ବିଧାନସଭା ନିର୍ବାଚନ ହୋଇଛି। ଏହି ସମୟ ଭିତରେ ଗଞ୍ଜାମରୁ ୮ ବିଜେଡି ବିଧାୟକ ଲଗାତର ନିର୍ବାଚିତ...

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୫ ଆହତ

କାଲିମେଳା, ୩୦ା୪(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡl ଓ ବଦଲିଗୁଡା ଗ୍ରାମ ମଧ୍ୟରେ ଶୁକ୍ରବାର ଅପରାହ୍ନ ୧ଟାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିପଡିଛି।...

୨୫ ହଜାର ବର୍ଗଫୁଟରୁ କମ୍‌ ଶପିଂ ମଲ୍‌ ଖୋଲିବ

ଭୁବନେଶ୍ୱର, ୭।୭(ବ୍ୟୁରୋ):ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅନେକ କଟକଣାକୁ କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲାରେ...

ବଦଳିଲା କୋଭିଡ୍‌ ଉଲ୍ଲଂଘନ ନିୟମ: ୨ ବର୍ଷ କାରାଦଣ୍ଡ, ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟ...

ଭୁବନେଶ୍ୱରରୁ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୮୬...

ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ।...

ବିଭିନ୍ନ ଅପରାଧରେ ଜଡ଼ିତ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୨ ବନ୍ଧୁକ ସହ ୭ ଅଭିଯୁକ୍ତ ଅଟକ

ଟିଟିଲାଗଡ଼,୧୩।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି l ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ...

Advertisement
Archives

Model This Week