ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ ଅଦିନିଆ ବର୍ଷା ସେମାନଙ୍କୁ ନିରାଶ କରିଛି। ସଦର ବ୍ଲକ ମଣ୍ଡାପାଳ ଗ୍ରାମରେ କ୍ଷୟକ୍ଷତି ସୀମା ଟପିଛି। ସୁରେଶ ବରାଳ, ଧରଣୀ ବ୍ରହ୍ମ, ଅରୁଣ ବରାଳ, ଯୁଧିଷ୍ଠିର ବରାଳ, ଆକାଶ ରାଜ, ରାଜପ୍ରକାଶ ରାଜ, କୈଳାସ ରାଜ, ବଂଶୀଧର ବରାଳ, ସୁଦର୍ଶନ ବରାଳ, ବିପିନ ବରାଳ, ମାନସ ବରାଳ, ପ୍ରଫୁଲ୍ଲ ବରାଳ, ସର୍ବେଶ୍ୱର ବ୍ରହ୍ମ, ପ୍ରସନ୍ନ ବ୍ରହ୍ମ, ରମେଶ ବ୍ରହ୍ମ, ସୂର୍ଯ୍ୟକାନ୍ତ ବ୍ରହ୍ମ ପ୍ରମୁଖ ଚାଷୀଙ୍କ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଲଗାଣବର୍ଷା ଯୋଗୁ ଜିଲାରେ ୭୫୦ ହେକ୍ଟର ଧାନଚାଷ ଜମି ଜଳମଗ୍ନ ହୋଇଛି। ଏଥିରୁ କେବଳ ସଦର ବ୍ଲକର ୧୧୦ ହେକ୍ଟର ଜମି ରହିଛି। ମଣ୍ଡାପାଳ ଗ୍ରାମରେ ୨୫ ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ପାଣିରେ ବୁଡ଼ିରହିଛି। ଚାଷ ଜମି ନିକଟରେ କେନାଲ ବ୍ୟବସ୍ଥା ଠିକ ନ ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି। କ୍ଷେତ୍ର ପରିଦର୍ଶନ କରିବା ପରେ ଏ ନେଇ ସରକାର ଏବଂ କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷାପାଣି ପ୍ରବାହିତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ଉପରେ। ସଦର ବ୍ଲକ ଖମାର ନିକଟରେ ନିର୍ମାଣାଧୀନ କଲଭର୍ଟ ପାଇଁ ହୋଇଥିବା ଡାଇଭର୍ସନ ରାସ୍ତା ଶୁକ୍ରବାର ସକାଳେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାରୁ ୨୦ କିମି ଦୂର ବଣସିଂହ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କଲଭର୍ଟ ନିର୍ମାଣ କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ଲାଗି ଅସ୍ଥାୟୀ ଭାବେ ଏହି ଡାଇଭର୍ସନ ରୋଡ ତିଆରି ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ରାସ୍ତା ନିକଟରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଜଳଭଣ୍ଡାରରୁ ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଫଳରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଏହାପରେ ଯାନବାହନ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା କମିଲେ ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ବାନ

ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଗାନ୍ଧୀପାର୍କଠାରେ ଶନିବାର ସମ୍ବିଧାନ ବଞ୍ଚାଅ ଓ ଭାରତ ଯୋଡ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ...

ଜରୁରୀ ହେଲେ କପିଳାସ ଆସିବ ଅସୁସ୍ଥ ହାତୀ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖେସରା ଜଙ୍ଗଲରେ ଅସୁସ୍ଥ ହୋଇପଡ଼ିଥିବା ଆନୁମାନିକ ୬ବର୍ଷର ଏକ...

ବାପା ସାମ୍ନାରେ ଟ୍ରାକ୍ଟର ଚଢ଼ାଇ ପୁଅକୁ ହତ୍ୟା

ଢେଙ୍କାନାଳ ଅଫିସ, ୨୨ା୧: ନଦୀଘାଟରୁ ବାଲି ଚୋରାଚାଲାଣର ପ୍ରତିବାଦ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାପା, ଭାଇଙ୍କ ସମ୍ମୁଖରେ ଟ୍ରାକ୍ଟର ଚଢ଼ାଇ...

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ :ଡିଜେ ସାଉଣ୍ଡ ଉପରେ କଟକଣା

ପାଲଲହଡା,୧୬।୯(ଡି.ଏନ.ଏ.)-ପାଲଲହଡାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆସନ୍ତା ୧୩ରେ ଅନୁଷ୍ଠିତ ହେବ। ଏ ନେଇ ସୋମବାର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ...

ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’

ଆଠମଲ୍ଲିକ,୧୯।୭ (ଡି.ଏନ.ଏ.) ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ...

ଏକାସାଙ୍ଗରେ ଚାଲିଗଲା ଶଳା, ଭିଣୋଇଙ୍କ ଜୀବନ

କାମାକ୍ଷାନଗର,୫।୫(ଡି.ଏନ୍‌.ଏ.): କାଜୁ ସଂଗ୍ରହ କରିବାକୁ ବଗିଚାକୁ ଯାଇଥିବା ବେଳେ ମାଡ଼ିଆସିଲା ତୋଫାନ। ପ୍ରବଳ ବେଗରେ ଝଡ଼ବର୍ଷା ହେବା ସହିତ ପଡ଼ିଲା ଚଡ଼କ। ଏଥିରେ ଲିଭିଗଲା ସମ୍ପର୍କୀୟ...

୨ କାର ମୁହାଁମୁହିଁ ଧକ୍କା: ଚାଲିଗଲା ଉଭଣୀଭାଇଙ୍କ ଜୀବନ

ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଅପରାହ୍ନରେ ଦୁଃଖଦ ଦୁର୍ଘଟଣାରେ ୨...

ମନ୍ତ୍ରଧ୍ୱନିରେ କମ୍ପୁଛି କାମାକ୍ଷାନଗର

କାମାକ୍ଷାନଗର, ୮।୧୦(ନି.ପ୍ର.)-ଆଜି ପବିତ୍ର ଦଶହରା। ମନ୍ତ୍ରଧ୍ୱନି, ଚଣ୍ଡୀପାଠ, ହୋମଯଜ୍ଞରେ କମ୍ପୁଛି ପୂଜାମଣ୍ଡପ। ମା’ଙ୍କ ଏହି ଶାରଦୀୟ ମହୋତ୍ସବରେ ନିଜକୁ ସାମିଲ କରିଛି କାମାକ୍ଷାନଗର। ସୋମବାର ମହାନବମୀ...

Advertisement
Archives

Model This Week