ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଔଷଧ ସମେତ କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ମାତ୍ର ଏହି କଟକଣାକୁ ନ ମାନି ୨ଜଣ ଦୋକାନ ଖୋଲି ଥିବା ବେଳେ ବ୍ୟବସାୟୀ ଦ୍ବୟଙ୍କୁ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ପୋଲିସ ଗିରଫ କରିଛି। ଏଥି ପୂର୍ବରୁ ଲକ୍ ଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ରବିବାର ସୁଦ୍ଧା ନିୟମ ଉଲଂଘନ କରିଥିବା ମୋଟ ୨୭ଟି ବାଇକ୍ ଜବତ ହୋଇଛି। ଏ ସମ୍ପର୍କରେ ୪ଟି ମାମଲା ରୁଜୁ ହେବା ସହ ମୋଟ ୩୩ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି। ଖୁଣ୍ଟା ଥାନା ଅଧୀନ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକର ମୋଟ ୨୭ଟି ପଞ୍ଚାୟତରେ ଜନ ସଂଖ୍ୟା ଦେଢ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଥାନାରେ ଆବଶ୍ୟକ କର୍ମଚାରୀ ନାହାଁନ୍ତି। ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ହେଲେ ଅଧିକ କର୍ମଚାରୀ
ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜନା ରୋଗ୍‌ରେ ପୀଡ଼ିତ ଶୁକଦେବ

ଦେଓଗାଁ,୧୨ା୧୨(ଡି.ଏନ.ଏ.)-  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଁଚେତ ଅଧୀନ ଚନ୍ଦ୍ରପୁରର ଶୁକଦେବ ନାଗ(୪୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଭଗବାନ...

ଅଚଳ ବୋର୍‌ଓ୍ବେଲ୍‌ରେ ବଢ଼ିବ ଭୂତଳ ଜଳସ୍ତର

ଯାଜପୁର ଅଫିସ,୨୭ା୯: ସମ୍ପ୍ରତି ରାଜ୍ୟ ଓ ଦେଶର ଏକ ବଡ଼ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ। ଏହି ସମସ୍ୟାର ସମାଧାନ କିପରି କରାଯିବ ସେନେଇ...

ଧାନ ନ ଉଠିବା ପ୍ରତିବାଦଧର୍ମଗଡରେ ଚାଷୀଙ୍କ ରାସ୍ତାରୋକୋ

ଧର୍ମଗଡ,୧୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ରବି ଋତୁରେ ମଣ୍ଡି ଖୋଲିବା ଦିନଠାରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଚାଷୀଙ୍କ ପିଛା ଛାଡୁନି।...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବେତନଟୀ,୧।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ କେଶିପୁର ଫାଣ୍ଡି ଅଞ୍ଚଳ ସରୁଶୋଳ ଗ୍ରାମ ନିକଟରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଶ୍ୱଶୂର ଘରକୁ ପଳାଇଲେ ଜ୍ୱାଇଁ: ପରେ ଚିହ୍ନଟ ହେଲେ ପଜିଟିଭ୍‌

ଡେରାବିଶ,୨୨ା୬(ସ୍ବ.ପ୍ର.) ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଡେରାବିଶ ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କେଉଟକଣ୍ଡିଆ ଗ୍ରାମରୁ ଶନିବାର ଚିହ୍ନଟ ହୋଇଛନ୍ତି।...

ଭିଡ଼ିଓ କନ୍‌ଫରେନ୍ସିଂରେ କ୍ୟାବିନେଟ ବୈଠକ: ଯୋଗଦେଲେ ମନ୍ତ୍ରୀ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଭିଡ଼ିଓ କନ୍‌ଫରେନ୍ସିଂରେ ଗୁରୁବାର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍‌ଫରେନ୍ସିଂ ହଲ୍‌ରେ...

ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ...

୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା, ପାନମସଲା ଜବତ

ଝାରସୁଗୁଡା ଅଫିସ,୨୨ା୪ – କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ତେବେ ଏହି ପରିସ୍ଥିତିରେ ଝାରସୁଗୁଡା ସହରର କେତେକ ଅସାଧୁ ବ୍ୟବସାୟୀ...

Advertisement
Archives

Model This Week