ଲକ୍‌ଡାଉନ ୩.୦: ମହାରାଷ୍ଟ୍ରର ୫ଟି ଜିଲାରେ ଖୋଲିବନି ମଦ ଦୋକାନ

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଚାଲିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣାଧିନ ହେଉନାହିଁ। ଲକ୍‌ଡାଉନ ୩.୦ ସମୟରେ କେତେକ କଟକଣାକୁ କୋହଳ କରାଯାଇଛି। ଏଥିସହ ଯେଉଁ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ନାହିଁ ସେଠାରେ ମଦ ବିକ୍ରି କରାଯାଇପାରିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସୋମବାର ମହାରାଷ୍ଟ୍ରର ୫ଟି ଜିଲାରେ ମଦ ବିକ୍ରି ଉପରେ କଟକଣା ଲଗାଇଯାଇଛି। ସୋଲପୁର, ଔରାଙ୍ଗାବାଦ, ଜାଳନା, ବୁଲଢ଼ାଣା ଓ ଅମରାବତୀ ଜିଲାର ପ୍ରଶାସନ ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ ଉକ୍ତ ଜିଲାଗୁଡ଼ିକରେ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବି ବିକ୍ରି ମଧ୍ୟ ହେବ ନାହିଁ। ସୂଚନା ମୁତାବକ ବୁଲଢ଼ାଣା ଓ ଅମରାବତୀ ପ୍ରଶାସନ ମେ’୧୭ ଯାଏ ଏହି କଟକଣା ଲଗାଇଥିବା ବେଳେ ଔରାଙ୍ଗାବାଦରେ ମଦ ଫାକ୍ଟ୍ରିରେ କେବଳ ଉତ୍ପାଦନ ହୋଇପାରିବ କିନ୍ତୁ ବିକ୍ରି ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ...

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର...

ଆସିଗଲାଣି ଘରେ ମାସ୍କ ପିନ୍ଧିବାର ସମୟ

ନୂଆଦିଲ୍ଲୀ,୨୬।୪ : ଦେଶରେ ଏବେ ସୁନାମି ଭଳି ମାଡ଼ି ଚାଲିଛି କୋଭିଡ୍‌-୧୯ ସଂକ୍ରମଣ। ଏଭଳି ପରିସ୍ଥିତି ଯୋଗୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ମାସ୍କ...

ଆମେରିକାରେ ଓମିକ୍ରନ୍ ସହ ବଢୁଛି ଡେଲ୍ଟା ସଂକ୍ରମିତଙ୍କ ସଂଖ୍ୟା

ୱାଶିଂଟନ,୬ ।୧୨: କରୋନା ମହାମାରୀ ପୁଣିଥରେ ଯେମିତି ତା’ର କଡ ଲେଉଟାଇଛି । ଆମେରିକା ଭଳି ବିକାଶଶୀଳ ଦେଶରେ ଏବେ ପୁଣିଥରେ ଡେଲ୍ଟା ଭାରିଏଣ୍ଟ ଦ୍ୱାରା...

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ...

ଦିଲ୍ଲୀ ଜୟ ପାଇଁ ୨୪୦ ଏମ୍‌ପିଙ୍କୁ ଭାଜପାର କଡ଼ା ନିର୍ଦ୍ଦେଶ: ୪ ଦିନ ରହିବେ ବସ୍ତିରେ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ୨୪୦ ଏମ୍‌ପିଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏମ୍‌ପିମାନେ ଆସନ୍ତା ୪...

ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ କେନ୍ଦ୍ର ସରକାର: ରାହୁଲ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଇତିମଧ୍ୟରେ ୧୧ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଥିବା...

ତୈଳ ବିଶୋଧନାଗାରରେ ବିସ୍ଫୋରଣ

ପାଟନା,୧୬।୯: ବିହାର ବେଗୁସରାଇ ଜିଲା ଅଧୀନ ବରାଉଣୀ ତୈଳ ବିଶୋଧନାଗାରରେ ଗୁରୁବାର ବିସ୍ଫୋରଣ ଘଟି ୧୫ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ...

Advertisement
Archives

Model This Week