ଲକ୍‌ଡାଉନ୍‌ ହେଲା ଅନୁଗୋଳ ଜିଲା

ଅନୁଗୋଳ ଅଫିସ୍‌, ୨୨।୩ – ରାଜ୍ୟର ୫ଟି ଜିଲାକୁ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ସକାଳ ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅନୁଗୋଳ ଜିଲା ଓ ଅନୁଗୋଳ ସହର ଲକ୍‌ ଡାଉନ ରହିବ। ଏହି ସମୟରେ କେବଳ ବସ୍‌, ଟ୍ରେନ୍‌ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ରାଶନ ଦୋକାନ, ପରିବା ଦୋକାନ, ଆମିଷ ବଜାର, ପେଟ୍ରୋଲ ପମ୍ପ, ମେଡିସିନ୍‌ ଷ୍ଟୋର ଆଦି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ପୌରପାଳିକା, ପୋଲିସ, ଅଗ୍ନିଶମ, ପାନୀୟ ଜଳ ଓ ବିଦ୍ୟୁତ୍‌ ଅଫିସ ସହ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ତେବେ ଲୋକମାନେ ଘର ମଧ୍ୟରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳିବାକୁ ଥିବା ସାମଗ୍ରୀର ବିତରଣ ସ୍ଥଗିତ ରଖାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଜିଲାପାଳ ପରିସ୍ଥିତି ଦେଖି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିସହ ଘରୋଇ କମ୍ପାନୀମାନଙ୍କୁ ୱାର୍କ ଫ୍ରମ ହୋମ୍‌ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସ୍ବାର୍ଥ ପାଇଁ ଏହି କଟକଣା ଜାରି କରାଯାଇଥିବାବେଳେ ଯେଉଁମାନେ ଏହାର ଅବମାନନା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି...

ଛେଳିଗଡ ଜଳସେଚନ ପ୍ରକଳ୍ପ ବିସ୍ଥାପନ କଲୋନୀ, ଚିହ୍ନଟ ଜମିରେ ଚାରା ରୋପଣ କଲେ ଜିଲାପାଳ, ଏସପି

ଦିଗପହଣ୍ଡି,୨୬।୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ବବୁଲିବନ୍ଧ ମୌଜା ବାଲିପାଟ ଗାଁ ନିକଟରେ ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ପାଇଁ ଚିହ୍ନଟ ହୋଇଛି। ଏହି...

ରେଭେନ୍‌ଶା ୱେବ୍‌ସାଇଟରୁ ମିଳୁଛି ପାଠ୍ୟପୁସ୍ତକ

କଟକ ଅଫିସ,୨୪ା୪: କରୋନା ମହାମାରୀ ପାଇଁ ଜୁନ ୧୭ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ...

ଖଦାଳ ସାହିରେ ଗୋଷ୍ଠୀ ବିବାଦ: ଉଭୟ ଗୋଷ୍ଠୀର ୫ କୋର୍ଟଚାଲାଣ

କବିସୂର୍ଯ୍ୟନଗର,୧୪ା୬- କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମର ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସାହି ସଭାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ...

ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ...

ପୁରୀରୁ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା

ପୁରୀ ଅଫିସ, ୮।୬: ପୁରୀ ଜିଲାରୁ ସୋମବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ...

ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଳକାଟୀ,୧୭ା୬(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି।...

Advertisement
Archives

Model This Week