ଲକ୍‌ଡାଉନରୁ ଶଟ୍‌ଡାଉନ ସ୍ଥିତି ଆଣନ୍ତୁ ନାହିଁ

ଫୁଲବାଣୀ ଅଫିସ, ୬ା୪- ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। କନ୍ଧମାଳ ଜିଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ପନିପରିବା, ତେଜରାତି, ଆଦି ସାମଗ୍ରୀ କ୍ରୟ କରିବାବେଳେ ଜନସାଧାରଣ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରୁ ନ ଥିବା ପରିଲକ୍ଷିତ ହେଉଛି। ସେମାନଙ୍କ ବିରୋଧରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି। ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି। ଯଦି ବାହାରକୁ ବାହାରିବା ନିତାନ୍ତ ଆବଶ୍ୟକ, ତେବେ ମାସ୍କ କିମ୍ବା ରୁମାଲ, ଲୁଗା କାନି ବା ଓଢ଼ଣି ଦ୍ୱାରା ନାକ ଓ ପାଟିକୁ ଘୋଡ଼ାଇ ରଖନ୍ତୁ। ସାମଗ୍ରୀ କ୍ରୟ କରିବା ପାଇଁ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ଫୋନ୍‌ ଯୋଗେ ସାମଗ୍ରୀ କ୍ରୟ କରନ୍ତୁ। ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କ୍ରୟ ପାଇଁ ପ୍ରତ୍ୟହ ନ ଆସି, ୪/୫ ଦିନ ବ୍ୟବଧାନରେ ପରିବାରର ଜଣେ ଆସନ୍ତୁ। କ୍ରୟ ବିକ୍ରୟ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ସାମାଜିକ ଦୂରତା ନ ରଖିଲେ ସମ୍ପୃକ୍ତ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି। ଆବଶ୍ୟକ ସ୍ଥଳେ, କ୍ରେତା ଓ ବିକ୍ରେତା ଉଭୟଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିଲାକୁ ଲକ୍‌ଡାଉନ୍‌ ସ୍ଥିତିରୁ ସଟ୍‌ଡାଉନ୍‌ ସ୍ଥିତିକୁ ଆଣିବାକୁ ଦିଅନ୍ତୁ ନାହିଁ। ଅଯଥା ଗୁଜବରୁ ଦୂରେଇ ରୁହନ୍ତୁ। ନିଜ ପରିବାରର ଏବଂ ନିଜ ଅଞ୍ଚଳର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶିଆସିଛନ୍ତି ୧୫ ହାତୀ, ଲୋକେ ଆତଙ୍କିତ

ବଅଁରପାଳ, ୩୧।୭ (ଡି.ଏନ୍‌.ଏ.)-ବଅଁରପାଳ ବ୍ଲକ ମହୀଧରପୁର ଅଞ୍ଚଳକୁ ପଶି ଆସିଥିବା ଏକ ହାତୀପଲକୁ ନେଇ ମହୀଧରପୁର, ତଳମୂଳ, କାଳିହୁଣ୍ଡି, କୁରୁମିଠା, ମାଧିଆପଶି ଆଦି ଅଞ୍ଚଳର ଲୋକେ...

ଗୋଟିଏ ଦିନ ବିଳମ୍ବରେ ପହଞ୍ଚିଲା ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା ଅଫିସ,୧୧।୧୦: କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଶେଷରେ ଗୋଟିଏ ଦିନ ବିଳମ୍ବରେ ଚକଡ଼ାରେ ପହଞ୍ଚିଥିଲା। ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ରାସ୍ତା ପାଶର୍‌ବ ଅସ୍ଥାୟୀ...

ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର

ସୋର,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର...

ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା

ଢେଙ୍କାନାଳ ଅଫିସ, ୨୨।୭ ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ...

ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି...

୩ ମାସର ପିଡିଏସ୍‌ ଚାଉଳ ହଡ଼ପ

ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ...

ବିପଜ୍ଜନକ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

କୁଚିଣ୍ଡା,୪ା୫(ଡି.ଏନ.ଏ.): କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୬ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥରେ ଫାଟ ହୋଇ ବିପଜ୍ଜନକ ଅବସ୍ଥାରେ ଅଛି। ଏଣୁ ଏଠାରେ ପାଠ ପଢୁଥିବା ଶିଶୁମାନଙ୍କ ସୁରକ୍ଷା...

ଘରେ ଘରେ ଅହିଂସା ବାର୍ତ୍ତା ପହଞ୍ଚାଉଛି ରଥ

ପୁରୁଷୋତ୍ତମପୁର,୨୬।୯(ଡି.ଏନ୍‌.ଏ.): ଭାରତକୁ ସ୍ବାଧୀନତା ଆଣିବାରେ ସଂଗ୍ରାମୀଙ୍କ ସଂଗ୍ରାମ, ବୀରତ୍ୱ, ବଳିଦାନ ଏବଂ ଅହିଂସାର ମୂଳମନ୍ତ୍ରକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଅହିଂସା ରଥ ସୋମବାର...

Advertisement
Archives

Model This Week