Posted inଖେଳ

ଲକ୍ଷ୍ନୌର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ,୧୭ା୫: ଆଇପିଏଲ୍‌ର ୬୩ ତମ ମ୍ୟାଚରେ କୃନାଲ ପାଣ୍ଡ୍ୟା(୪୯) ଓ ମାର୍କସ୍‌ ଷ୍ଟୋଇନିସଙ୍କ ୮୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୭୭ ରନ୍‌ ସ୍କୋର କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଏକାନାର ସ୍ଲୋ ଟ୍ରାକ୍‌ରେ ୩୫ ରନରେ ୩ ଉଇକେଟ ହରାଇବା ପରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଥିଲା ଘରୋଇ ଦଳ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ ହରାଇ ୧୭୭ ରନ୍‌ କରିଥିଲା।
ମଙ୍ଗଳବାର କାଇଲ ମେୟର୍ସଙ୍କ ସ୍ଥାନରେ ଦୀପକ ହୁଦା ଇନିଂସ ଓପନ କରିଥିଲେ। ପ୍ରଥମ ଉଇକେଟରେ ୧୨ ରନ୍‌ ସଂଗ୍ରହ କରିବା ପରେ ୫ ରନ୍‌ କରି ଜାସନ୍‌ ବେହେଣ୍ଡ୍ରଫ୍‌ଙ୍କ ବଲରେ ଆଉଟ ହୋଇଥିଲେ ହୁଦା। ଗତ ମ୍ୟାଚ୍‌ର ଅର୍ଦ୍ଧଶତକ ହାସଲକାରୀ ପ୍ରେରକ ମଙ୍କଡଙ୍କୁ ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ୧୨ ରନ୍‌ରେ ଦୁଇ ଉଇକେଟ ହରାଇବା ପରେ ଅଧିନାୟକ କୃନାଲ ପାଣ୍ଡ୍ୟା (୪୯) ଓ କ୍ୱିଣ୍ଟନ ଡି କକ୍‌(୧୬) ତୃତୀୟ ଉଇକେଟରେ ୨୩ ରନ୍‌ ଯୋଡିଥିଲେ। ପୀୟୂଷ ଚାଓ୍ବଲା ନିଜର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ପ୍ରଥମ ବଲରେ ଡି କକ୍‌ଙ୍କ ଉଇକେଟ ନେଇଥିଲେ। ୩୫ ରନ୍‌ରେ ୩ ଉଇକେଟ ପତନ ପରେ କୃନାଲଙ୍କ ସହିତ ମୋର୍ଚ୍ଚା ସମ୍ଭାଳିଥିଲେ ମାର୍କସ୍‌ ଷ୍ଟୋଇନିସ୍‌। ଉଭୟ ଖେଳାଳି ୮୨ ରନ୍‌ ଯୋଡିବା ସହିତ ଚଳିତ ସିଜନରେ ଲକ୍ଷ୍ନୌର ଶ୍ରେଷ୍ଠ ଭାଗୀଦାରି କରିଥିଲେ। ୧୬ ତମ ଓଭରରେ କୃନାଲ ସିଙ୍ଗଲ ନେବା ପ୍ରୟାସରେ ରିଟାୟର୍ଡ ହର୍ଟ ହୋଇଥିଲେ। ୪୨ ବଲ୍‌ ଖେଳି ସେ ୪୯ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଷ୍ଟୋଇନିସ୍‌। ଶେଷ ଯାଏ ଅପରାଜିତ ରହିବା ସହିତ ସେ ୮୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୮ ଛକା ସାମିଲ ଥିଲା। ନିକୋଲାସ୍‌ ପୁରନ୍‌(୮)ଙ୍କ ସହିତ ସେ ଅନ୍ତିମ ୩ ଓଭରରୁ ୫୪ ରନ୍‌ ସଂଗ୍ରହ କରିଥିଲେ। କ୍ରିସ୍‌ ଜୋର୍ଡାନ୍‌ ବୋଲିଂ କରିଥିବା ୧୭ ତମ ଓଭରରୁ ଷ୍ଟୋଇନିସ୍‌ ୨୪ ରନ୍‌ ସ୍କୋର କରିଥିଲେ। ମୁମ୍ବାଇ ପକ୍ଷରୁ ଜାସନ୍‌ ବେହେଣ୍ଡ୍ରଫ୍‌ ଦୁଇ ଓ ପୀୟୁଷ ଚାଓ୍ବଲା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୭୭/୩ ( ମାର୍କସ୍‌ ଷ୍ଟୋଇନିସ-୮୯*, କୃନାଲ ପାଣ୍ଡ୍ୟା-୪୯(ରିଟାୟର୍ଡ), କ୍ୱିଣ୍ଟନ୍‌ ଡି କକ୍‌-୧୬, ଜାସନ୍‌ ବେହେଣ୍ଡ୍ରଫ୍‌-୨/୩୦, ପୀୟୁଷ ଚାଓ୍ବଲା-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri