Posted inଖେଳ

ଲକ୍ଷ୍ନୌର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ,୧୭ା୫: ଆଇପିଏଲ୍‌ର ୬୩ ତମ ମ୍ୟାଚରେ କୃନାଲ ପାଣ୍ଡ୍ୟା(୪୯) ଓ ମାର୍କସ୍‌ ଷ୍ଟୋଇନିସଙ୍କ ୮୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୭୭ ରନ୍‌ ସ୍କୋର କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଏକାନାର ସ୍ଲୋ ଟ୍ରାକ୍‌ରେ ୩୫ ରନରେ ୩ ଉଇକେଟ ହରାଇବା ପରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଥିଲା ଘରୋଇ ଦଳ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ ହରାଇ ୧୭୭ ରନ୍‌ କରିଥିଲା।
ମଙ୍ଗଳବାର କାଇଲ ମେୟର୍ସଙ୍କ ସ୍ଥାନରେ ଦୀପକ ହୁଦା ଇନିଂସ ଓପନ କରିଥିଲେ। ପ୍ରଥମ ଉଇକେଟରେ ୧୨ ରନ୍‌ ସଂଗ୍ରହ କରିବା ପରେ ୫ ରନ୍‌ କରି ଜାସନ୍‌ ବେହେଣ୍ଡ୍ରଫ୍‌ଙ୍କ ବଲରେ ଆଉଟ ହୋଇଥିଲେ ହୁଦା। ଗତ ମ୍ୟାଚ୍‌ର ଅର୍ଦ୍ଧଶତକ ହାସଲକାରୀ ପ୍ରେରକ ମଙ୍କଡଙ୍କୁ ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ୧୨ ରନ୍‌ରେ ଦୁଇ ଉଇକେଟ ହରାଇବା ପରେ ଅଧିନାୟକ କୃନାଲ ପାଣ୍ଡ୍ୟା (୪୯) ଓ କ୍ୱିଣ୍ଟନ ଡି କକ୍‌(୧୬) ତୃତୀୟ ଉଇକେଟରେ ୨୩ ରନ୍‌ ଯୋଡିଥିଲେ। ପୀୟୂଷ ଚାଓ୍ବଲା ନିଜର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ପ୍ରଥମ ବଲରେ ଡି କକ୍‌ଙ୍କ ଉଇକେଟ ନେଇଥିଲେ। ୩୫ ରନ୍‌ରେ ୩ ଉଇକେଟ ପତନ ପରେ କୃନାଲଙ୍କ ସହିତ ମୋର୍ଚ୍ଚା ସମ୍ଭାଳିଥିଲେ ମାର୍କସ୍‌ ଷ୍ଟୋଇନିସ୍‌। ଉଭୟ ଖେଳାଳି ୮୨ ରନ୍‌ ଯୋଡିବା ସହିତ ଚଳିତ ସିଜନରେ ଲକ୍ଷ୍ନୌର ଶ୍ରେଷ୍ଠ ଭାଗୀଦାରି କରିଥିଲେ। ୧୬ ତମ ଓଭରରେ କୃନାଲ ସିଙ୍ଗଲ ନେବା ପ୍ରୟାସରେ ରିଟାୟର୍ଡ ହର୍ଟ ହୋଇଥିଲେ। ୪୨ ବଲ୍‌ ଖେଳି ସେ ୪୯ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଷ୍ଟୋଇନିସ୍‌। ଶେଷ ଯାଏ ଅପରାଜିତ ରହିବା ସହିତ ସେ ୮୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୮ ଛକା ସାମିଲ ଥିଲା। ନିକୋଲାସ୍‌ ପୁରନ୍‌(୮)ଙ୍କ ସହିତ ସେ ଅନ୍ତିମ ୩ ଓଭରରୁ ୫୪ ରନ୍‌ ସଂଗ୍ରହ କରିଥିଲେ। କ୍ରିସ୍‌ ଜୋର୍ଡାନ୍‌ ବୋଲିଂ କରିଥିବା ୧୭ ତମ ଓଭରରୁ ଷ୍ଟୋଇନିସ୍‌ ୨୪ ରନ୍‌ ସ୍କୋର କରିଥିଲେ। ମୁମ୍ବାଇ ପକ୍ଷରୁ ଜାସନ୍‌ ବେହେଣ୍ଡ୍ରଫ୍‌ ଦୁଇ ଓ ପୀୟୁଷ ଚାଓ୍ବଲା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୭୭/୩ ( ମାର୍କସ୍‌ ଷ୍ଟୋଇନିସ-୮୯*, କୃନାଲ ପାଣ୍ଡ୍ୟା-୪୯(ରିଟାୟର୍ଡ), କ୍ୱିଣ୍ଟନ୍‌ ଡି କକ୍‌-୧୬, ଜାସନ୍‌ ବେହେଣ୍ଡ୍ରଫ୍‌-୨/୩୦, ପୀୟୁଷ ଚାଓ୍ବଲା-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri