ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ ଆସି ଏହି ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁଣି ସିଲ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅବକାରୀ ଅଧିକାରୀ ନିରାକାର ଦେହୁରୀଙ୍କୁ ପଚାରିବାରୁ ପୂର୍ବରୁ କରାଯାଇଥିବା ସିଲ୍‌କୁ କେହି ଭାଙ୍ଗି ଦେଇଥିବାରୁ ସେ ପୁଣି ସିଲ କରିବାକୁ ଆସିଥିବା କହିଥିଲେ। ତେବେ ଦୋକାନ ଭିତରେ ଦୋକାନୀ କ’ଣ କରୁଥିଲେ ଓ ଷ୍ଟକ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ସିଲ୍‌ ଭାଙ୍ଗିବା ପରେ ଏକ କାର୍‌ରେ ବହୁ ପରିମାଣର ବିଦେଶୀ ମଦ ଏଠାରୁ ଯୋଡ଼ା ସହର ଆଡ଼କୁ ଚାଲିଯାଇଥିଲା। ଅନ୍ୟପକ୍ଷେ ଲକଡାଉନ୍‌ ଫଳରେ ଚୋରା ମଦ ବ୍ୟବସାୟୀମାନେ ଚଢା ଦରରେ ମଦ ବିକ୍ରି କରୁଛନ୍ତି। ଏହାର ତଦନ୍ତ ଶୀଘ୍ର କରାଯିବ ବୋଲି ଯୋଡ଼ା ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର...

ବିଦ୍ୟୁତ୍‌ଚାଳିତ ଟ୍ରେନ୍‌ର ଟ୍ରାଏଲ ରନ୍‌

କେନ୍ଦ୍ରାପଡ଼ା ଅଫିସ/ ଚଣ୍ଡିଖୋଲ,୨୫ା୭(ଡି.ଏନ.ଏ.): ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ଶୁକ୍ରବାର ପ୍ରଥମଥର ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରେନର ଟ୍ରାଏଲ ରନ ହୋଇଛି। ଏଥିରେ ପୂର୍ବତଟ ରେଳପଥର...

ଭୂତସରସିଙ୍ଗି ସମିତିସଭ୍ୟ ପଦବୀ ଅସିଦ୍ଧ

ଛତ୍ରପୁର,୨୫ା୧୨(ଡି.ଏନ୍‌.ଏ.): ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ସମିତିସଭ୍ୟ ପଦବୀକୁ ଛତ୍ରପୁର ସିଭିଲ ଜଜ୍‌ (ସିନିୟର ଡିଭିଜନ) ସ୍ବଂୟପ୍ରଭା ଆଚାର୍ଯ୍ୟ ମଙ୍ଗଳବାର ଅସିଦ୍ଧ ଘୋଷଣା କରିଛନ୍ତି। ଭୂତସରସିଙ୍ଗି...

ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଜଟଣୀ,୧୮ା୧୦(ଡି.ଏନ.ଏ): ଜଟଣୀ ଥାନା ଅଧୀନ ତରାବୋଇ ଗ୍ରାମ ନୂଆସାହିର ବଙ୍କିନା ତାଡ଼ ଦୁଇ ପିଲାଙ୍କୁ ଧରି ଶୋଇଥିବା ବେଳେ ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ...

ମୁକୁଳା ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ...

ପୋଷ୍ୟ ଗ୍ରାମର ବିକାଶ ଚିନ୍ତା

ଭୁବନ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରମାନେ ୫ ପୋଷ୍ୟ ଗ୍ରାମରେ ଦୁଇଦିନ ଧରି ବାଣ୍ଟିଛନ୍ତି ସଚେତନ...

ରାୟଗଡ଼ା ପିଲା ପଢ଼ୁଛନ୍ତି ଆନ୍ଧ୍ର ସ୍କୁଲରେ

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ...

ନାଜାଲ ଭାକ୍ସିନ୍‌ ଭାରତରେ ଛୋଟ ପିଲାଙ୍କୁ କରୋନାରୁ ଦେବ ସୁରକ୍ଷା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି...

Advertisement
Archives

Model This Week