Posted inଖେଳ

ରୋହିତଙ୍କ ପାଇଁ ରେକର୍ଡ ଭାଙ୍ଗିବା ସୁଯୋଗ

ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍‌ ମେସିନ ରୋହିତ ଶର୍ମାଙ୍କ ପାଇଁ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି। ରୋହିତ ଆଉ ୪ଟି ଛକା ମାରିପାରିଲେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ଙ୍କ ସର୍ବାଧିକ ଟି୨୦ ଅନ୍ତର୍ଜାତୀୟ ଛକା ରେକର୍ଡକୁ ଅତିକ୍ରମ କରି ପାରିବେ। କ୍ୟାରିୟରରେ ୯୪ଟି ଟି୨୦ ଖେଳିଥିବା ରୋହିତ ୧୦୨ଟି ଛକା ମାରି ସାରିଛନ୍ତି। ସେହି ତୁଳନାରେ ଦେଖିବାକୁ ଗଲେ ଜାମାଇକାର ହାର୍ଡ ହିଟର ବ୍ୟାଟ୍ସମ୍ୟାନ ଗେଲ୍‌ ୫୮ଟି ଟି୨୦ରୁ ୧୦୫ଟି ଛକା ମାରି ଆଗରେ ରହିଛନ୍ତି। ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ୭୬ ମ୍ୟାଚରୁ ୧୦୩ ଛକା ମାରି ଗେଲ୍‌ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ-ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୩୯ ବର୍ଷୀୟ ଗେଲ୍‌ ସାମିଲ ନାହାନ୍ତି। ତେଣୁ ରୋହିତଙ୍କ ପାଇଁ ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଏହି ଭାରତୀୟ  ଓପନର ଟି୨୦ରେ ସର୍ବାଧିକ ସ୍କୋରର ହେବାର ସୌଭାଗ୍ୟ ପାଇ ସାରିଛନ୍ତି। ସେ ୪ ଶତକ ଓ ୧୬ ଅର୍ଦ୍ଧଶତକ ସହ ୩୨.୩୭ ଆଭରେଜରେ ୨୩୩୧ ରନ ସଂଗ୍ରହ କରିଛନ୍ତି। ଗତ ଆଇସିସି ବିଶ୍ୱକପରେ ରୋହିତ ରେକର୍ଡ ୫ଟି ଶତକ ହାସଲ କରିଥିଲେ। ତେଣୁ ଆଗାମୀ ଟି୨୦ ସିରିଜରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬...

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି...

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି।...

ରଣ୍‌ଜୀ ଟ୍ରଫିରେ ପ୍ରଥମଥର ବ୍ୟବହାର ହେବ ଡିଆର୍‌ଏସ୍‌

ରାଜକୋଟ୍‌, ୨୫।୨ (ପି.ଟି.)- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ପ୍ରଥମ ଥର ଲାଗି ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)...

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ...

ବିରାଟଙ୍କୁ ଖାସ୍‌ ଉପହାର ଦେଲେ ଦ୍ରାବିଡ

ମୋହାଲି,୪।୩:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯାଉଛି। ଏହା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ...

୧୦ ଓଭରରେ ୧୦ ମେଡେନ୍‌ ୨ ଉଇକେଟ୍‌ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର୍‌

ଲଣ୍ଡନ,୬।୯: ଦିନିକିଆ କ୍ରିକେଟରେ ଏପରି କିଛି ଘଟଣା ଘଟିଛି, ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବୋଲର ୧୦ ଓଭରରେ ଗୋଟିଏ ବି...

ପାଓ୍ବର ପ୍ଲେ’ରେ ୫୩ ରନ୍‌

ଦୁବାଇ,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଜବରଦସ୍ତ ପ୍ଲାଟଫର୍ମ ଦେଇଛନ୍ତି ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି।...

Advertisement
Archives

Model This Week