Posted inଖେଳ

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ: ସଚିନ ବନାମ ଲାରା

ମୁମ୍ବାଇ, ୬।୩- ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଠ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଣ୍ଡିଜର କିମ୍ବଦନ୍ତୀ କ୍ରିକେଟରମାନେ ଏହି ସିରିଜରେ ଖେଳିବେ। ପ୍ରତିଯୋଗିତାରେ ମୋଟ ୧୦ଟି ମ୍ୟାଚ ଖେଳାଯିବ। ୨୨ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସଙ୍କ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ସ୍ଥାନୀୟ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ହେବ। ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା ଉଭୟ ଦଳର ନେତୃତ୍ୱ ନେବେ। ଓଡ଼ିଶା କ୍ରିକେଟ ତାରକା ପ୍ରଜ୍ଞାନ ଓଝା ଇଣ୍ଡିଆ ଲିଜେଣ୍ଡ ଦଳରୁ ପ୍ରତିନିଧିତ୍ୱ କରିବେ। ଏଥିରେ ଭାଗ ନେବାକୁ ଯାଉଥିବା ଅନ୍ୟ ୩ ଦଳ ହେଲେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ।
ଇଣ୍ଡିଆ ଲିଜେଣ୍ଡ୍ସ: ସଚିନ ତେନ୍ଦୁଏକର(ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଜାହିର ଖାଁ, ଇରଫାନ ପଠାନ, ଅଜିତ ଅଗରକର, ସଞ୍ଜୟ ବାଙ୍ଗର, ମୁନାଫ ପଟେଲ, ମହମ୍ମଦ କୈଫ, ପ୍ରଜ୍ଞାନ ଓଝା, ସାଇରାଜ ବାହୁତୁଲେ, ସମୀର ଦିଘେ(ଉଇକେଟ କିପର), ଅଭୟ କୁରୁଭିଲା।
ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ: ବ୍ରାଏନ ଲାରା(ଅଧିନାୟକ), ଶିବନାରିନ ଚନ୍ଦରପଲ, ଆଡାମ ସାନ୍‌ଫୋର୍ଡ, କାର୍ଲ ହୁପର, ଡାନ୍‌ଜା ହ୍ୟାଟ୍‌, ଡାରେନ ଗଙ୍ଗା, ପେଦ୍ରୋ କଲିନ୍ସ, ରିକାର୍ଡୋ ପାଓ୍ବେଲ, ରିଡ୍‌ଲେ ଜ୍ୟାକବ୍ସ(ଉଇକେଟ କିପର), ସାମୁଏଲ ବଦ୍ରି, ସୁଲେମାନ ବେନ୍‌, ଟିନୋ ବେଷ୍ଟ, ଦିନାନାଥ ରାମନାରିନ।
ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ: ବ୍ରେଟ୍‌ ଲି(ଅଧିନାୟକ), ବ୍ରାଡ୍‌ ହଜ୍‌, ମାଇକେଲ କ୍ଲିଗନର, ବ୍ରେଟ୍‌ ଗିଭ୍ସ, କ୍ଲିଣ୍ଟ ମ୍ୟାକକୟ, ଜାସନ କ୍ରିଜା, ମାର୍କ କସଗ୍ରୋଭ, ବ୍ରାଡ୍‌ ହାଡିନ(ଉଇକେଟ କିପର), ନାଥାନ ରିର୍ଡନ, ଶେନ ଲି, ଟ୍ରାଭିସ ବିର୍ଟ, ଜାଭିଏର ଡୋହର୍ଟି, ବେନ୍‌ ଲଘଲିନ, ପ୍ୟାଟ୍ରିକ ରିଚାଡର୍‌ସ।
ଶ୍ରୀଲଙ୍କା ଲିଜେଣ୍ଡ୍ସ: ତିଳକରନେତ୍ ଦିଲସାନ(ଅଧିନାୟକ), ଚାମରା କପୁଗେଡେରା, ଚାମିଣ୍ଡା ଭାସ, ପରଭେଜ ମାହାରୁଫ, ମାର୍ବଣ ଆଟାପାଟ୍ଟୁ, ମୁଥୟା ମୁରଲୀଧରନ, ରଙ୍ଗନା ହେରାଥ, ରମେଶ କାଳୁଓ୍ବିଥରଣା (ଉଇକେଟ କିପର), ସଚିତ୍ର ସେନାନାୟକେ, ଅଜନ୍ତା ମେଣ୍ଡିସ, ଥିଲନ ତୁଷାରା, ମିଲିନ୍ଦା ଓ୍ବାର୍ନାପୁରା, ଉପୁଲ ଚନ୍ଦନା।
ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ: ଜଣ୍ଟି ରୋଡ୍ସ(ଅଧିନାୟକ), ଆଣ୍ଡ୍ର୍ୟୁ ହଲ୍‌, ଗାର୍ନେଟ କୁର୍ଗର, ଜ୍ୟାକ୍ସ ରୁଡଲଫ, ଆଲ୍‌ବି ମୋର୍କେଲ, ଜୋହାନ ଭାନ ହର ଓ୍ବାଥ, ଲାନ୍ସ କ୍ଲୁଜନର, ମାର୍ଟିନ ଭାନ ଜାର୍ସଭେଲ୍ଡ, ମୋର୍ନେ ଭାନ ଓ୍ବିକ୍‌(ଉଇକେଟ କିପର), ପଲ୍‌ ହାରିସ, ରିୟାନ ମ୍ୟାକଲରେନ, ରୋଜର ଟେଲିମାଚୁସ, ହର୍ଶ୍ଚେଲ ଗିବ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri