ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି ସେ ସମ୍ପର୍କରେ ସିବିଆଇ ହାଇକୋର୍ଟଙ୍କୁ କୌଣସି ସୂଚନା ଦେଇନାହିଁ। ଅନ୍ୟପକ୍ଷରେ ଗତ ୩ମାସ ଧରି ସିବିଆଇ ଯେଉଁ ତଦନ୍ତ କରିଛି ଓ ତଦନ୍ତରୁ କ’ଣ ପ୍ରମାଣ ପାଇଛି ତାହାକୁ ପ୍ରକାଶ କରିବା ଲାଗି ଅଭିଯୁକ୍ତ ଶ୍ରୀକାନ୍ତ ମୋହତାଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର ଯୁକ୍ତି ବାଢ଼ିଥିଲେ। ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ସାହୁ ଉକ୍ତ ମାମଲାର ଶୁଣାଣି କରି ତଦନ୍ତରେ ମିଳିଥିବା ନୂଆ ପ୍ରମାଣ ଦାଖଲ କରିବାକୁ ସିବିଆଇକୁ କହିଥିଲେ। ମାତ୍ର ସିବିଆଇ ଉକ୍ତ ପ୍ରମାଣ ଆଣି ନ ଥିଲା। ପରେ ଆସନ୍ତା ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବିଚାରପତି ଜଷ୍ଟିସ୍‌ ସାହୁ କହିଥିଲେ। ଉକ୍ତ ଦିନ ମାମଲାର ଶୁଣାଣି ବେଳେ ଏହି ପ୍ରମାଣ ଦାଖଲ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ମୋହତାଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏସ୍‌ସିବି ମେଡିକାଲର ଏକ ଡାକ୍ତରୀ ବୋର୍ଡ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୮ରେ ହେବାକୁ ଥିବା ଶୁଣାଣି ବେଳେ ଡାକ୍ତରୀ ବୋର୍ଡର ରିପୋର୍ଟ ମଧ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ରୋଜଭ୍ୟାଲି ଚିଟ୍‌ଫଣ୍ଡର ମୁଖ୍ୟ ଗୌତମ କୁଣ୍ଡୁ ହୋଇଥିବାବେଳେ ମୋହତା ହେଉଛନ୍ତି ବଙ୍ଗଳା ଫିଲ୍ମର ପ୍ରଯୋଜକ। ରୋଜଭ୍ୟାଲି ଟିଭି ଚ୍ୟାନେଲ ଓ ମୋହତାଙ୍କ ସିନେମା ସଂସ୍ଥା ମଧ୍ୟରେ ୨୦୧୦ରେ ବ୍ୟବସାୟିକ ଚୁକ୍ତି ହୋଇଥିଲା। ଏ ବାବଦରେ ରୋଜଭ୍ୟାଲି ଜମାଖାତାରୁ ମୋହତାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଏହି ଟଙ୍କା କାରବାର ସମ୍ପର୍କରେ ମୋହତାଙ୍କୁ ପଚାରିଥିବାବେଳେ ସେ ତାହାର ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଫଳରେ ମୋହତାଙ୍କୁ ସିବିଆଇ କୋଲକାତାରୁ ଗିରଫ କରିଥିଲା। ପରେ ମୋହତା ଭୁବନେଶ୍ୱର ସ୍ବତନ୍ତ୍ର ଏସ୍‌ଜେଏମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ଯୋଗଦେଲେ ନୂତନ ଆର୍‌ଟିଓ

ଅନୁଗୋଳ ଅଫିସ, ୭।୧୨ – ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଭାବେ ଜିତେନ୍ଦ୍ର କୁମାର ଭୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କେନ୍ଦୁଝରରେ...

କେୟାର ହସ୍ପିଟାଲ ମାଲିକ ପାକିସ୍ତାନୀ ବୋଲି ଅଭିଯୋଗ ଆଣିଲେ ବିରୋଧୀ: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ କେୟାର ହସ୍ପିଟାଲକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିବା ସହ ମାଲିକାନାକୁ ନେଇ ଅଭିଯୋଗ ଆଣିଥିଲେ। ଏହାକୁ...

ମାଛ ଧରିବାକୁ ଯାଇ ନିଖୋଜ ଯୁବକ: ଚାଲିଛି ଖୋଜା

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ଭାସି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହେଲେ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ...

ଜୋର୍‌ ଧରିଲା ଆରୋପ-ପ୍ରତ୍ୟାରୋପ ରାଜନୀତି

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ତେବେ ଭୋଟଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ...

ସମୟ ଗଡୁଛି, ସରୁନି କାମ

ସମ୍ବଲପୁର,୧୨ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଦୁର୍ଗାପାଲି ରେଲୱେ ଫାଟକ ଉପରେ ବ୍ରିଜ୍‌ ନିର୍ମାଣ କାମ ପ୍ରାୟ ୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ବିତିଯାଇଥିଲେ ମଧ୍ୟ...

‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ...

ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

କାଏମା,୨୦ା୧୦(ଡି.ଏନ.ଏ.): ସରକାରଙ୍କ ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହାକୁ କେତୋକାଂଶରେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ଆଉ ଏକ କରୁଣ...

‘ହିଲାରୀ, ନର୍ଗେ ମନେ ରହିବେ’

ଭୁବନେଶ୍ୱର, ୨୯।୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରତି ବର୍ଷ ମେ’ ୨୯ତାରିଖରେ ପାଳିତ ହୋଇଥାଏ। ୧୯୫୩ ମସିହାରେ ଏହି ଦିନ ସାର୍‌ ଏଡମଣ୍ଡ୍‌...

Advertisement
Archives

Model This Week