ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା, ପରିବାରର ଆର୍ଥିକ ବ୍ୟବସ୍ଥାରେ ଏହି କୁକୁଡା ସହାୟକ ହେଉଛି। ଏବେ ଘରେ ୧୨ଟି କୁକୁଡା ଅଛି। ଆଗକୁ ଅଧିକ ପାଳିବା ପାଇଁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରାଯାଉଛି ବୋଲି ରାଜନଗରର ପ୍ରତିମା ସ୍ବାଇଁ କହିଛନ୍ତି। ମଧ୍ୟପ୍ରଦେଶର ଝାବୁଆ ଜିଲାରେ ବହୁଳ ଭାବେ ପ୍ରତିପାଳିତ ହେଉଥିବା ଏହି କଡକନାଥ କୁକୁଡା ଏବେ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ସହ ସ୍ବୟଂସହାୟକ ଗୋଷ୍ଠୀର ରୋଜଗାରର ମାଧ୍ୟମ ପାଲଟିଛି। କଡକନାଥ କୁକୁଡା ସାଧାରଣ କୁକୁଡାଠାରୁ ଟିକେ ଭିନ୍ନ। ଏହାର ମାଂସ ଓ ହାଡ କଳା। ଏଥିରେ ଭରପୂର କ୍ୟାଲିସିୟମ ରହିଥିବା ବେଳେ ଅନ୍ୟ କୁକୁଡାଠାରୁ କୋଲେଷ୍ଟେରଲ କମ। କୋଭିଡ୍‌-୧୯ ସମୟରେ ଏହି କୁକୁଡା ମାଂସ ରୋଗ ପ୍ରତିରୋଧକାରୀ ଭାବେ ଲୋକମାନେ ବ୍ୟବହାର କରୁଛନ୍ତି। ଫଳରେ ଚାଷୀ ଏହାକୁ ପାଳନ କରି ବେଶ୍‌ ଲାଭବାନ ହେଉଥିବା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି, କଡକନାଥ ପାଳନ ଏବେ ଚାଷୀଙ୍କ ପାଇଁ ଅଧିକ ଆୟକାରୀ ସାବ୍ୟସ୍ତ ହୋଇଛି। ଏଥିରେ ବହୁ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ଅନ୍ୟ କୁକୁଡାଠାରୁ ଅଧିକ ଉପାର୍ଜନ ଦେଉଛି। ଚାଷୀଙ୍କ ବରାଦ ମୁତାବକ ଚିଆଁ ଭୁବନେଶ୍ୱରରୁ ଅଣାଯାଇ ଯୋଗାଇ ଦିଆଯାଉଛି। ଏହାସହ କଡକନାଥ ପାଳନ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ଜୀବିକା ମିଶନର ଜିଲା ପରିଚାଳିକା ସତ୍ୟଭାମା ପ୍ରଧାନ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଜିଲାକୁ ପ୍ରବାସୀମାନେ ଫେରି ଆସିଛନ୍ତି। ଏଥିସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଡକନାଥ ଚାଷ ପାଇଁ ଆଗ୍ରହୀ ଗୋଷ୍ଠୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ଏହି ଚାଷରେ ୭ଟି ଗୋଷ୍ଠୀ ସଫଳ ହୋଇଥିବା ବେଳେ ଅନ୍ୟ କେତେକ ଗୋଷ୍ଠୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶାର କେନ୍ଦ୍ରାପଡ଼ା ସମେତ କୋରାପୁଟ, ରାୟଗଡ଼ା, ମାଲକାନଗିରି, କେଉଁଝର ଓ ଅନ୍ୟ ଜିଲାର ପ୍ରାୟ ୧୦ ହଜାର ପରିବାର ଏହି ଚାଷ ପ୍ରତି ଆଗ୍ରହ ଦେଖାଉଥିବା ଜିଲା ପରିଚାଳିକା ପ୍ରଧାନ କହିଛନ୍ତି। ରାଜନଗରର ପରମେଶ୍ୱର ସ୍ବାଇଁ କୁହନ୍ତି, ପୂର୍ବରୁ ସେ ପୁଣେରେ କାମ କରୁଥିଲେ। ୨୦୨୦ ଲକ୍‌ଡାଉନ ସମୟରେ ଘରକୁ ଆସିବା ପରେ ଜୁଲାଇଠାରୁ କଡକନାଥ ଚାଷ ଆରମ୍ଭ କରିଛି। ଏଥିପାଇଁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇଛି। ସାଧାରଣ ବଏଲର କୁକୁଡା ମାଂସ କେଜି ପ୍ରତି ୧୨୦ରୁ ୧୬୦ ମଧ୍ୟରେ ଥିବା ବେଳେ ଏହାର ମୂଲ୍ୟ କେଜି ପ୍ରତି ୪୦୦ରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଚିଆଁ ୭୦ ଟଙ୍କାରେ କିଣା ଯାଇଥିବା ବେଳେ ଏହି ଜାତୀୟ କୁକୁଡା ମାତ୍ର ୨ ମାସରେ ଦେଢ଼ରୁ ୨ କିଲୋ ମାଂସ ମିଳୁଛି। ଏବେ ଫାର୍ମରେ ୫୦୦ କୁକୁଡା ରଖାଯାଇଛି। କେନ୍ଦ୍ରାପଡ଼ା ସହ ପାରାଦୀପ ଓ ଭୁବନେଶ୍ୱର, କଟକକୁ କୁକୁଡା ଚାଲାଣ ହେଉଛି। ସ୍ତ୍ରୀ କମଳା ସହ ଏହି ଫାର୍ମକୁ ପରିଚାଳନା କରୁଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କଡକନାଥ ଚାଷ ବଢ଼ି ଚାଲିଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri