ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ଏକର ଜମିରେ ଧାନଚାଷ କରିଥିଲେ। ସେଥିରୁ ପ୍ରାୟ ୭ଏକର ଜମି ଚକଡା ପ୍ରଭାବିତ ହୋଇଥିଲା। ମାଟିଆଗୁଣ୍ଡି ପୋକ ଲାଗିବା ପରେ ତିନିଥର କୀଟନାଶକ ସିଞ୍ଚନ କଲେ ମଧ୍ୟ ରୋଗପୋକ କମି ନ ଥିଲା। ଏଥିରେ ମ୍ରିୟମାଣ ହୋଇ ମଙ୍ଗଳବାର ଅପରାହ୍ନ ୫ଟାରେ ରମେଶ ନିଜ ଚାଷଜମିରେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା। ରମେଶଙ୍କ ଭାଇ ଏବଂ ଗଁା ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରୋଗପୋକ ଉପଦ୍ରବରୁ ଫସଲ ନଷ୍ଟ ହେବା ଏବଂ ପ୍ରାୟ ୫ ଲକ୍ଷ ଟଙ୍କା ଋଣ ଆଣିଥିବା କାରଣରୁ ରମେଶ ବିଷପାନ କରି ଆତ୍ମହତ୍ୟା କରିଥିବା ମୃତଚାଷୀଙ୍କ ଭାଇ ଜୟଭାରତ ଭୋଇ ଏବଂ ଅଶୋକ ଭୋଇ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୃତଚାଷୀଙ୍କ ସ୍ତ୍ରୀ କ୍ଷୀରୋଦ୍ରୀ ଏବଂ ଦୁଇ ସନ୍ତାନ ଅଛନ୍ତି। ରମେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ବର୍ଗଙ୍କ ଅଭିଯୋଗ ହେଲା ଯେ, ରମେଶଙ୍କ ୧୦ ଏକର ଧାନରୁ ପ୍ରାୟ ୭ ଏକର ଜମି ଚକଡା ପ୍ରଭାବିତ ହୋଇଥିଲେ ମଧ୍ୟ କୌଣସି କୃଷି ଅଧିକାରୀ କିମ୍ବା କର୍ମଚାରୀ ଘଟଣା ସମ୍ପର୍କରେ ଜାଣି ନ ଥିଲେ। ଚାଷୀ ରମେଶ ରୋଗପୋକ ଉପଦ୍ରବରୁ ମୁକ୍ତି ପାଇଁ ବାରମ୍ବାର କୀଟନାଶକ ସିଞ୍ଚନ କରି ଖର୍ଚ୍ଚାନ୍ତ ହୋଇଥିଲେ। ହେଲେ ରୋଗପୋକ ଉପଦ୍ରବ ନ କମିବାରୁ ଶେଷରେ ଆତ୍ମହତ୍ୟା ପନ୍ଥା ବାଛି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ଖବର ପାଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ଜିଲା ମୁଖ୍ୟ କୃଷି ଅଧିକାରୀ(ସିଡିଏଓ) ସୁବାସ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କୃଷି ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ କ୍ଷେତ୍ର ପରିଦର୍ଶନରେ ଆସୁ ନ ଥିବାରୁ ରୋଗପୋକ ଉପଦ୍ରବ ହେଉଥିଲେ ମଧ୍ୟ କିଛି ଜାଣିପାରୁନାହାନ୍ତି ବୋଲି କହିଥିଲେ। ଏଭଳିକି ଚାଷୀ କୃଷି ବିଶେଷଜ୍ଞ ଏବଂ ଅଧିକାରୀଙ୍କଠାରୁ କୌଣସି ସୁପରାମର୍ଶ ପାଉ ନ ଥିବାରୁ ବଜାରରୁ ଚଢ଼ା ଦରରେ କୀଟନାଶକ ଆଣି ସିଞ୍ଚନ କରିବାକୁ ବାଧ୍ୟ ହେଉଛି ବୋଲି ସେ କହିଥିଲେ। କୃଷି ଅଧିକାରୀଙ୍କ ଅବହେଳାରୁ ଏଭଳି ଦୁଃଖଦ ଘଟଣା ଘଟୁଛି ବୋଲି ବିଧାୟକ ମହାଲିଙ୍ଗ କହିଛନ୍ତି। ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଜିଲା ମୁଖ୍ୟ କୃଷି ଅଧିକାରୀ ବେହେରା ମୃତ ଚାଷୀ ଭୋଇଙ୍କ ଉଜୁଡା କ୍ଷେତକୁ ଯାଇ ପରିଦର୍ଶନ କରିବା ସହ ଏହା ଚକଡା ପ୍ରଭାବିତ ନୁହେଁ ବୋଲି କହିଛନ୍ତି। ଚାଷୀ କୌଣସି କୃଷି ଅଧିକାରୀଙ୍କୁ ତାଙ୍କ ସମସ୍ୟା ଜଣାଇ ନ ଥିଲେ ବୋଲି କହିଛନ୍ତି। କୃଷି ବିଭାଗ ଅବହେଳାକୁ ନେଇ ଗଁା ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକଶ କରିଛନ୍ତି। ଅନ୍ୟପକ୍ଷେ ଘରୋଇ କଳହକୁ ନେଇ ରମେଶ ଆତ୍ମହତ୍ୟା କରିଥିବା ନେଇ ହେଉଥିବା ଚର୍ଚ୍ଚା ଅମୂଳକ ବୋଲି ମୃତଚାଷୀଙ୍କ ଭାଇ ଅଶୋକ ଭୋଇ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

