ରୋଗଣା ମା’ଙ୍କୁ ଜାଳିଦେବା ଘଟଣା : ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ/ ପାଟଣାଗଡ/ ବେଲପଡା, ୮।୭ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ରାଡବାହାଲ ଗାଁରେ ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କ ଦେହରେ କିରୋସିନ ଢାଳି ଜିଅନ୍ତା ପୋଡିଦେବା ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସନ୍ତୋଷ ଖର୍ସେଲ (୪୨)ଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପାରିବାରିକ ବିବାଦକୁ କେନ୍ଦ୍ରକରି ଶନିବାର ଭୋର ୫ଟାରେ ସନ୍ତୋଷ ତାଙ୍କ ବାପା ରୁଷି ଖର୍ସେଲ (୮୦)ଙ୍କୁ ମାଡ ମାରିଥିଲେ।  ବାପାଙ୍କୁ ମାଡ ମାରିବା ଦେଖି ଶଯ୍ୟାଶାୟୀ ରୋଗଣା ମା’ ଆଶାମତୀ (୭୫) ଏପରି ନ କରିବାକୁ ପୁଅକୁ ବାରଣ କରିଥିଲେ। ଏହାପରେ ବାପା ଋଷି ବିବାଦର ସମାଧାନ ପାଇଁ ଗାଁର ଭଦ୍ର ବ୍ୟକ୍ତିଙ୍କୁ ଡାକିବାକୁ ଯାଇଥିଲେ। ଏତିକି ବେଳେ ଉନ୍ମତ୍ତ ସନ୍ତୋଷ ଶଯ୍ୟାଶାୟୀ ରୋଗଣା ମା’ଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁରେ ଜିଅନ୍ତା ଜଳି ଯାଇଥିଲେ ଆଶାମତୀ। ଗ୍ରାମର କେତେକ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ଘଟି ସାରିଥିଲା। ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇ ଯାଇଥିଲେ। ପରେ ପୋଲିସ ତାଙ୍କୁ ଧରି ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇକୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ବଡ଼ ଭାଇ

ନାକଟିଦେଉଳ,୧୯ା୧୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଧୀନ କିସିଣ୍ଡା ଗ୍ରାମ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି।...

ମେଡିକାଲ ସାଇନ୍ସରେ ରିସର୍ଚ୍ଚ କରିବି: ଆଶୁତୋଷ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ୨୦୧୯ର ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର...

ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୨୩ା୯: ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

ଆବାସ ଯୋଜନା ବାଟବନା:ଭଂଗା ଘରେ ବିତୁଛେ ମା’ପୁଓର ଅସାହା ଜୀବନ୍‌

ଗାଇସିଲେଟ, ୧୧ା୬(ଡି.ଏନ୍‌.ଏ): ବରଗଡ଼ ଜିଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପଁଚେତ୍‌ ବଇଦପାଲି ଗଁାର ବିଧବା ମହିଲା ସତ୍ୟଭାମା ସାହୁ। ଆଏଜ୍‌କେ ୫ ବଛର ତଲେ ଆପ୍‌ନେ...

ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ...

ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଚେତାବନୀ ଦିବସ

ରେଢାଖୋଲ,୮ା୭(ଡି.ଏନ.ଏ.): ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନକ୍ରମେ ରେଢ଼ାଖୋଲ ଓକିଲସଂଘ ପକ୍ଷରୁ ଶୁକ୍ରବାର ଚେତାବନୀ ଦିବସ...

ଚଳନ୍ତା ବସ୍‌ରୁ ଖସିପଡ଼ିଲେ ହେଲପର

ଜମନକିରା,୭ା୧୦(ଡି.ଏନ.ଏ.): ଜମନକିରା ବ୍ଲକ୍‌ କୁଚିଣ୍ଡା ଥାନା ଅଧୀନ କେନାଢ଼ିପା ନିକଟ ରାସ୍ତାରେ ବସ୍‌ରୁ ଖସିପଡି ହେଲପରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...

Advertisement
Archives

Model This Week