‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ ଦେଓଲଙ୍କ ସହିତ ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ ନଜର ଆସିଥିଲେ। ଏହି ଫିଲ୍ମ କିଛି କମାଲ ଦେଖାଇଲାନି। ଏହା ଭିତରେ ବବି ଦେଓଲଙ୍କୁ ଏକ ବଡ଼ ପ୍ରୋଜେକ୍ଟରେ କାମ ମିଳିଛି। ଶୁଟିଂ ସେଟ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ବବି ଏକ ନାରଙ୍ଗୀ ରଙ୍ଗର ଜମ୍ପ୍‌ସୁଟ୍‌ ପିନ୍ଧିଛନ୍ତି। ଏହି ଫିଲ୍ମର ନାଁ କ’ଣ ରହିଛି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଡ୍ରେସ୍‌କୁ ଦେଖି ଲାଗୁଛି ଏହା ଫିଲ୍ମର କୌଣସି ସିନ୍‌। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ବବି ଶାହାରୁଖ୍‌ଙ୍କ ପ୍ରଡକ୍ସନ କମ୍ପାନୀ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ରେ ସାଇନ୍‌ କରିଛନ୍ତି। ଯଦିଓ ଏହା ସତ ହୋଇଥାଏ ତେବେ ଶାହାରୁଖ୍‌ଙ୍କ ସହ ବବିଙ୍କ ଏଇଟା ପ୍ରଥମ ଫିଲ୍ମ। କିନ୍ତୁ ଏହି ଦୁଇ ଷ୍ଟାରଙ୍କ ଭୂମିକା କ’ଣ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ଫିଲ୍ମର ପ୍ରଯୋଜନା କରିବେ ଶାହାରୁଖ। ୯୦ ଦଶକରେ ବବି ‘ବରସାତ୍‌’ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବବିଙ୍କ କିଛି ଫିଲ୍ମ ହିଟ୍‌ ହୋଇଥିବାବେଳେ ଆଉ କିଛି ଫ୍ଲପ ହୋଇଛି। ତାଙ୍କ ଏମିତି ଏକ ଖରାପ ସମୟ ଆସିଲା ସେ ୪ ବର୍ଷ ହାତ ବାନ୍ଧି ବସିଥିଲେ। କୌଣସି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳି ନ ଥିଲା। ଏହା ପରେ ‘ରେସ୍‌-୩’ ଜରିଆରେ ବବି କମ୍‌ବ୍ୟାକ୍‌ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ। ଏବେ ବବିଙ୍କର ଏହି ଫଟୋ ଭାଇରାଲ ହେବା ଦେଖି ଦର୍ଶକ ଚାତକ ପରି ଚାହିଁଛନ୍ତି କେଉଁ ଫିଲ୍ମରେ ବବିଙ୍କର ଏମିତି ଲୁକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri