‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ ଦେଓଲଙ୍କ ସହିତ ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ ନଜର ଆସିଥିଲେ। ଏହି ଫିଲ୍ମ କିଛି କମାଲ ଦେଖାଇଲାନି। ଏହା ଭିତରେ ବବି ଦେଓଲଙ୍କୁ ଏକ ବଡ଼ ପ୍ରୋଜେକ୍ଟରେ କାମ ମିଳିଛି। ଶୁଟିଂ ସେଟ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ବବି ଏକ ନାରଙ୍ଗୀ ରଙ୍ଗର ଜମ୍ପ୍‌ସୁଟ୍‌ ପିନ୍ଧିଛନ୍ତି। ଏହି ଫିଲ୍ମର ନାଁ କ’ଣ ରହିଛି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଡ୍ରେସ୍‌କୁ ଦେଖି ଲାଗୁଛି ଏହା ଫିଲ୍ମର କୌଣସି ସିନ୍‌। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ବବି ଶାହାରୁଖ୍‌ଙ୍କ ପ୍ରଡକ୍ସନ କମ୍ପାନୀ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ରେ ସାଇନ୍‌ କରିଛନ୍ତି। ଯଦିଓ ଏହା ସତ ହୋଇଥାଏ ତେବେ ଶାହାରୁଖ୍‌ଙ୍କ ସହ ବବିଙ୍କ ଏଇଟା ପ୍ରଥମ ଫିଲ୍ମ। କିନ୍ତୁ ଏହି ଦୁଇ ଷ୍ଟାରଙ୍କ ଭୂମିକା କ’ଣ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ଫିଲ୍ମର ପ୍ରଯୋଜନା କରିବେ ଶାହାରୁଖ। ୯୦ ଦଶକରେ ବବି ‘ବରସାତ୍‌’ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବବିଙ୍କ କିଛି ଫିଲ୍ମ ହିଟ୍‌ ହୋଇଥିବାବେଳେ ଆଉ କିଛି ଫ୍ଲପ ହୋଇଛି। ତାଙ୍କ ଏମିତି ଏକ ଖରାପ ସମୟ ଆସିଲା ସେ ୪ ବର୍ଷ ହାତ ବାନ୍ଧି ବସିଥିଲେ। କୌଣସି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳି ନ ଥିଲା। ଏହା ପରେ ‘ରେସ୍‌-୩’ ଜରିଆରେ ବବି କମ୍‌ବ୍ୟାକ୍‌ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ। ଏବେ ବବିଙ୍କର ଏହି ଫଟୋ ଭାଇରାଲ ହେବା ଦେଖି ଦର୍ଶକ ଚାତକ ପରି ଚାହିଁଛନ୍ତି କେଉଁ ଫିଲ୍ମରେ ବବିଙ୍କର ଏମିତି ଲୁକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି! 

ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା...

ପୁଷ୍ପା-୨ ସୁଟିଂ ସେଟରେ ଅସୁସ୍ଥ ହେଲେ ଅଲୁ ଅର୍ଜୁନ, ଅଟକିଲା ସୁଟିଂ

ହାଇଦ୍ରାବାଦ,୨।୧୨: ସାଉଥ୍ ର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ପୁଷ୍ପା...

ଫଟୋ ଶେୟାର କରି ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଦ୍ୱିତୀୟ ଗୀତ ‘ନିକ୍‌ଲେ ଥେ କଭି...

ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ...

ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ...

ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ...

୬ ବର୍ଷ ପରେ ମିଶିଲା ମନ, ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ,୨।୧୨: ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ।...

ପ୍ରଥମ ଦିନରେ ଇତିହାସ ରଚିଲା ଆନିମଲ, ବିଶ୍ୱବ୍ୟାପୀ କଲା ବମ୍ପର ରୋଜଗାର, ଭାଙ୍ଗିଲା ପଠାନ ରେକର୍ଡ

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଫିଲ୍ମ ଆନିମଲ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଫିଲ୍ମଟି ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri