ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ମାଡ଼

କଟକ ଅଫିସ, ୩୦ା୧୦:ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଅଟକ ରଖିଛି। ସେ ହେଲେ ସ୍ଥାନୀୟ କଲେଜ ଛକର ଡି. ଆପ୍ପାରାଓ (୨୧)। ଛାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ଏ ନେଇ କେସ୍‌ ନଂ. ୨୨୧/୧୯ ରୁଜୁ କରି ଆପାରାଓଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ପଢୁଥିବା ଜଣେ ଛାତ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଆପ୍ପାରାଓ ଏବଂ ତାଙ୍କର ଜଣେ ସାଥୀ ବାଇକରେ ଆସି ଛାତ୍ରଙ୍କୁ ଡାକିଥିଲେ। ପରେ ଦୁହେଁ ତାଙ୍କୁ ଗାଳିଗୁଲଜ କରିଥିଲେ। ଛାତ୍ର ଜଣକ ଏହାର ପ୍ରତିବାଦ କରିବାରୁ ଆପ୍ପାରାଓ ତାଙ୍କୁ ମାଡ଼ ମାରିବା ସହ ନାନା ଧମକଚମକ ଦେଇଥିଲେ। ମାଡ଼ରେ ଛାତ୍ରଙ୍କ ଆଖି ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ହଷ୍ଟେଲର ଛାତ୍ରମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆପ୍ପାରାଓ ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ପୋଲିସ ଆଗରେ କହିଛନ୍ତି ବୋଲି ଥାନା ଅଧିକାରୀ ରବିନାରାୟଣ ଭଞ୍ଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି: ୪ ଗୁରୁତର

ଖୋର୍ଦ୍ଧା ଅଫିସ, ୧୯।୮: ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି...

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ...

ବୁଲିବାକୁ ଆସି ସମୁଦ୍ରରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୩୦।୮(ଡି.ଏନ.ଏ.): ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ବାଲେଶ୍ୱର ସ୍ଥିତ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ଭାସି ଯାଇଛନ୍ତି। ସାଥୀଙ୍କ ସହିତ ସମୁଦ୍ରରେ ଖେଳୁଥିବା...

ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ମୁନିଗୁଡ଼ା,୩।୧(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ମୁନିଗୁଡ଼ାର ଗୁପ୍ତା କଲୋନୀରେ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନୂଆବର୍ଷରେ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ...

କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା

ଟାଙ୍ଗୀ(କଟକ) ୨୪।୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍‌ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ...

ବ୍ରହ୍ମପୁରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ‘ବିପ୍ଳବ ବିନା ବିକାଶ ନାହିଁ’

ବ୍ରହ୍ମପୁର ଅଫିସ୍‌,୨୧ା୧୧- ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହକୁ ଦେଶର ସର୍ବପ୍ରଥମ ବିଦ୍ରୋହ ଭାବେ ମାନ୍ୟତା ମିଳିଛି । ଏଥିରୁ ପ୍ରମାଣ ମିଳୁଛି, ଆମ...

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ...

ମୋବାଇଲ ବ୍ୟାଟେରୀ ଫାଟି ଛାତ୍ର ଗୁରୁତର

ଭଦ୍ରକ ଅଫିସ,୧୭।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ତାରାଶୁଣି ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଲେଖ ସାହୁ ନାମକ...

Advertisement
Archives

Model This Week