ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅଚାନକ ଚଢ଼ାଉ: ଧରାପଡ଼ିଲେ ୮ ଅଣଛାତ୍ର

କଟକ ଅଫିସ,୨୯।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବୁଧବାର ରାତି ପ୍ରାୟ ୧୦ଟାରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହାଛଡ଼ା ଇଷ୍ଟ ହଷ୍ଟେଲରେ ମଧ୍ୟ କୁଳପତି ଯାଞ୍ଚ କରିଛନ୍ତି। ଚଢ଼ାଉ ସମୟରେ ବରିଷ୍ଠ ଅଧିକାରୀ ପ୍ରଫେସର ପଦନ କୁମାର ଜେନା, ଲୋକସମ୍ପର୍କ ଅଧିକାରୀ ଡ. ଜ୍ଞାନ ରଞ୍ଜନ ସ୍ବାଇଁ, ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ସମେତ ପୋଲିସ ଉପସ୍ଥିତ ଥିଲେ।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗର ସ୍ବାଗତ ଉତ୍ସବ ଆୟୋଜନ ପାଇଁ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ବୁଧବାର ଥିଲା ସ୍ବାଗତ ଉତ୍ସବର ପ୍ରଥମ ଦିବସ। ଏଣୁ ବିଶ୍ୱବିଦ୍ୟାଳୟ ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଅଣଛାତ୍ର ରହିଥିବା ଶୁଣିବାକୁ ମିଳିଥିଲା। କୁଳପତି ପ୍ରଫେସର ପାତ୍ର ହଠାତ୍‌ ରାତି ୧୦ଟାରେ ପହଞ୍ଚି ମୁଖ୍ୟ ଫାଟକ ତାଲା ପକାଇବା ସହ ଲନ୍‌ରେ ବସିଥିବା ସମସ୍ତ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିଲେ। ବିଶ୍ୱବିଦ୍ୟାଳୟର ପରିଚୟପତ୍ର ଦେଖାଇବାକୁ ମଧ୍ୟ କହିଥିଲେ। ଲନ୍‌, କୁଳପତିଙ୍କ କାର୍ଯ୍ୟାଳୟ ନିକଟ, ମନସ୍ତତ୍ତ୍ବ ବିଭାଗ ନିକଟରୁ ମୋଟ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଥିଲେ । ଏମାନଙ୍କୁ ମାଲଗୋଦାମ ଥାନା ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିଲା। ଏହା ପରେ ହଠାତ୍‌ ଇଷ୍ଟ ହଷ୍ଟେଲରେ ଯାଞ୍ଚ କରାଯାଇଥିଲା। ମାତ୍ର କୌଣସି ଅଣଛାତ୍ର ଧରା ପଡ଼ି ନ ଥିଲେ। ତେବେ ଅନେକ ପ୍ରକୋଷ୍ଠରେ ବାହାରୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ସବୁବେଳେ ନିଆଯିବ ବୋଲି କୁଳପତି ପ୍ରଫେସର ପାତ୍ର କହିଛନ୍ତି। ସୂଚନା ଥାଉକି, କିଛି ଦିନ ତଳେ ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ଗାଡ଼ି କିଛି ଅଣଛାତ୍ର ଭାଙ୍ଗିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଚଢ଼ାଉ ହେବାରୁ ଏହି ହଷ୍ଟେଲରୁ ଜଣେ ଅଣଛାତ୍ର ଧରା ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri