ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ୪ଟି ପର୍ଯ୍ୟାୟରେ ଦେଶରେ ମେ ୩୧ ଯାଏ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିଭିନ୍ନ ପ୍ରକାର ଆର୍ଥିକ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ କୋହଳ ଏବଂ ହଟାଇବାକୁ ଦାବି କରାଯାଉଛି। ଏଭଳିସ୍ଥଳେ ଲକ୍‌ଡାଉନ୍‌ ଅବଧି ପରେ ଏବଂ କୋଭିଡ୍‌-୧୯ ଟିକା ବିକଶିତ ନ ହେବା ଯାଏ ଯଦି ଭାରତର ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖାଯାଏ ତା’ହେଲେ ୭୨% ନୂଆ ସଂକ୍ରମଣ ମାମଲାକୁ ରୋକାଯାଇପାରିବ ବୋଲି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି।
ମଡେଲିଂ ଷ୍ଟଡିଜ୍‌କୁ ଆଧାରକରି ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମେଡିସିନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯୌନ କାର୍ଯ୍ୟସ୍ଥଳଗୁଡ଼ିକୁ ବନ୍ଦ କରାଯିବା ଦ୍ୱାରା ଭାରତୀୟମାନଙ୍କୁ କରୋନା ବିପଦ ବହୁତ କମ୍‌ ରହିବ ଏବଂ ଦେଶରେ ଆନୁମାନିକ କରୋନା ମୃତ୍ୟୁସଂଖ୍ୟା ୬୩% ହ୍ରାସ ହୋଇପାରେ। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ବୈଜ୍ଞାନିକମାନେ ଜଣାଇବା ସହ ଦେଶକୁ ଲକ୍‌ଡାଉନ୍‌ ମୁକ୍ତ କରାଗଲେ ମଧ୍ୟ ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ(ଏନ୍‌ଏସିଓ) ଅନୁଯାୟୀ, ଭାରତରେ ପ୍ରାୟ ୬ ଲକ୍ଷ ୩୭ ହଜାର ୫୦୦ ଯୌନକର୍ମୀ ଅଛନ୍ତି ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଦୈନିକ ରେଡ୍‌ ଲାଇଟ୍‌ ଏରିଆ ପରିଦର୍ଶନ କରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ରେଡ୍‌ ଲାଇଟ୍‌ ଏରିଆ ସ୍ବାଭାବିକ ରହିଲେ କରୋନା ସଂକ୍ରମଣ ଅତି ଶୀଘ୍ର ବ୍ୟାପିଯିବ। ବହୁ ଯୌନକର୍ମୀ ଏବଂ ଗ୍ରାହକ ସଂକ୍ରମିତ ହେବେ। କାରଣ ଯୌନ ସମ୍ବନ୍ଧରେ ସାମାଜିକ ଦୂରତା ସମ୍ଭବ ନୁହେଁ। ଫଳସ୍ବରୂପ ସଂକ୍ରମିତ ଗ୍ରାହକମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ରେଡ୍‌ ଲାଇଟ୍‌ ଏରିଆ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ହୋଇପାରେ, ଯାହା ଲକ୍‌ଡାଉନ୍‌ ଶେଷ ହେବା ପରେ ରୋଗ ବିସ୍ତାର କରିବାର ପ୍ରମୁଖ କାରଣ ସାଜିପାରେ ସେମାନେ କହିଛନ୍ତି। ଦେଶର ୫ ସହର ତଥା ନୂଆଦିଲ୍ଲୀ, ମୁମ୍ବାଇ, ପୁଣେ, କୋଲକାତା ଓ ନାଗପୁରର ରେଡ୍‌ ଲାଇଟ୍‌ ଏରିଆକୁ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ସବୁ ରେଡ୍‌ ଲାଇଟ୍‌ ଏରିଆ ହେଉଛି ଦେଶରେ ବଡ଼ ଏବଂ ଏଠାରେ ବହୁସଂଖ୍ୟାରେ ଯୌନକର୍ମୀ ରହୁଛନ୍ତି। ଏଗୁଡ଼ିକୁ ବନ୍ଦ ରଖାଗଲେ କରୋନା ମାମଲା ଶିଖରରେ ପହଞ୍ଚତ୍ବା ପାଇଁ କେତେ ବିଳମ୍ବ ଘଟିବ ଏବଂ କେତେ ନୂଆ ମାମଲା ହ୍ରାସ ହେବ ତାହାର ଏକ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ମୁମ୍ବାଇରେ ୧୨ ଦିନ, ନୂଆଦିଲ୍ଲୀରେ ୧୭ ଦିନ, ପୁଣେରେ ୨୯ ଦିନ, ନାଗପୁରରେ ୩୦ ଏବଂ କୋଲକାତାରେ ୩୬ ଦିନ ବିଳମ୍ବ ହୋଇପାରେ। ସେହିପରି ମୁମ୍ବାଇରେ ଏକ ପଞ୍ଚମାଂଶ, ପୁଣେରେ ୨୭%, ନୂଆଦିଲ୍ଲୀରେ ୩୧%, ନାଗପୁରରେ ୫୬% ଏବଂ କୋଲକାତାରେ ୬୬% ନୂଆ ମାମଲା ୪୫ ଦିନ ମଧ୍ୟରେ ହ୍ରାସ ପାଇପାରେ।
ୟେଲ୍‌ ସ୍କୁଲ ଅଫ ମେଡିସିନ୍‌ର ବାୟୋଷ୍ଟାଟିଷ୍ଟିକ ପ୍ରଫେସର ଜେଫେରୀ ଟାଉନ୍‌ସେଣ୍ଡ କହିଛନ୍ତି ଯେ, ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେବାର ଏକ ଦୃଢ଼ ପ୍ରଭାବ ରହିଥିବା ଆମ ଅନୁସନ୍ଧାନରୁ ଜଣାପଡିଛି। ସେ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ୍ସର ଉଦାହରଣ ଦେଇ କହିଛନ୍ତି ଯେ, ସେହି ଦେଶଗୁଡ଼ିରେ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ବେଶ୍ୟା ବୃତ୍ତିକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ଜାପାନରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ନ ହେବାରୁ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଏହି ଅନୁସନ୍ଧାନରେ ଭାଗ ନେଇଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକ ସୁଧାକର ନୁଟି କହିଛନ୍ତି ଯେ, କରୋନା ମାମଲା ଶିଖରରେ ପହଞ୍ଚତ୍ବା ଯେତେ ବିଳମ୍ବ ହେବ ଚିକିତ୍ସା ବ୍ୟବସ୍ଥା ଉପରୁ ଚାପର ପରିମାଣ ସେତେ ହ୍ରାସ ହେବ। ତାହା ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ସୁଧାକର କହିଛନ୍ତି। ବୈଜ୍ଞାନିକମାନେ କେବଳ ଯୌନକର୍ମୀ, ଗ୍ରାହକ ଓ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଏଭଳି ପରାମର୍ଶ ଦେଇନାହାନ୍ତି। ଯୌନ କର୍ମୀଙ୍କୁ ଉପଯୁକ୍ତ ଥଇଥାନ ସ୍ବରୂପ ଅନ୍ୟ ବୃତ୍ତିରେ ନିୟୋଜିତ କରିବା, ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ

ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ...

ଆପାର୍ଟମେଣ୍ଟରେ ନିଆଁ: ୬ ମୃତ, ୧୩ ଆହତ

ଲାସ୍‌ ଭେଗାସ,୨୨।୧୨: ଆମେରିକାର ଲାସ୍‌ ଭେଗାସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ନିଆଁ ଲାଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଆହତ...

ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା...

ପତ୍ନୀଙ୍କ ସହ ପାକିସ୍ତାନ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଇସଲାମାବାଦ,୫।୧୦: ବ୍ରିଟେନର ରାଜ ଦମ୍ପତି ପ୍ରିନ୍ସ ଓ୍ବିଲିୟମ୍ସ ଓ କେଟ ମିଡିଲଟନ ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନ ଗସ୍ତ କରିବେ ବୋଲି ଜଣାପଡିଛି। ସେଠାରେ ସେ...

୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍‌ଏସିରେ ସୋମବାରରୁ ଆରମ୍ଭ ହେବ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍‌ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ...

ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି।...

ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ...

ରୁଷିଆର ୨୫ ଶହରୁ ଅଧିକ ସେନାଙ୍କୁ ନିହତ କଲାଣି ୟୁକ୍ରେନ୍‌!

କ୍ୱିଭ,୯ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସରୁ ଅଧିକ ସମୟ ହୋଇଥିଲେ ବି ଅନୁମାନ କରାଯାଉଥିଲା ରୁଷିଆ ମେ’ ୯ରେ ଯୁଦ୍ଧ ସମାପ୍ତି ଘୋଷଣା କରିବ...

Advertisement
Archives

Model This Week