‘ରେଡ୍‌ ଜୋନ୍‌’ ବିଦ୍ୟାର୍ଥୀଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମନା

କଟକ ଅଫିସ,୧୭।୫: ରେଡ୍‌ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ ନାହିଁ। ଏଭଳି କାରଣ ଦର୍ଶାଇ ଜଣେ ବିଦ୍ୟାର୍ଥୀଙ୍କୁ ଫେରାଇ ଦେଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଶନିବାର ଏଭଳି ଘଟଣାକୁ ନେଇ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାର୍ଥୀ ଜଣଙ୍କ ବାଲେଶ୍ୱରର ବାସିନ୍ଦା। ସେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସ୍ନାତକ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର ଓ ଇଷ୍ଟ ହଷ୍ଟେଲର ଅନ୍ତେବାସୀ। ପ୍ରଥମ ସେମିଷ୍ଟର ପରୀକ୍ଷା ଶେଷ ହୋଇଛି। ଲକ୍‌ଡାଉନ ଘୋଷଣା ପୂର୍ବରୁ ସେ ବ୍ୟକ୍ତିଗତ କାର୍ଯ୍ୟରେ ଘରକୁ ଯାଇଥିଲେ। ଘରେ ଥିବାବେଳେ ଜନତା କର୍ଫ୍ୟୁ ଜାରି ହୋଇଥିଲା। ପରେ ଯାତାୟତ ବ୍ୟବସ୍ଥା ବନ୍ଦ ହୋଇଥିଲା। ଛାତ୍ର ଜଣଙ୍କ ନ୍ୟାସନାଲ ଏଲିଜିବିଲିଟ କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜୁଲାଇ ୨୬ରେ ପ୍ରବେଶିକା ପରୀକ୍ଷା ରହିଛି। ସେଥିପାଇଁ କିଛି ଆନୁସଙ୍ଗିକ ପୁସ୍ତକ ନେବା ପାଇଁ ସେ କଟକ ଆସିଥିଲେ। ହଷ୍ଟେଲ ରୁମ୍‌ରେ ରହିଯାଇଥିବା ପୁସ୍ତକ ନେବା ପାଇଁ ସେ ବାଲେଶ୍ୱର ଉପଜିଲାପାଳଙ୍କଠାରୁ ଅନୁମତି ଆଣିଥିଲେ ବୋଲି କହିଛନ୍ତି। କିନ୍ତୁ ବିଶ୍ୱବିଦ୍ୟାଳୟ ଫାଟକ ନିକଟରେ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଛାତ୍ର ଜଣଙ୍କ ଏ ନେଇ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ‘ତୁମେ ହଷ୍ଟେଲ ୱାର୍ଡେନଙ୍କ ସହ ଯୋଗାଯୋଗ କର’ ବୋଲି କୁଳପତି କହିଥିଲେ। ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ଛାତ୍ର ଜଣଙ୍କ କଲ୍‌ କରିଥିଲେ ସୁଦ୍ଧା ସେ ରିସିଭି କରି ନ ଥିଲେ। କିଛି ସମୟ ପରେ ୱାର୍ଡେନ ଡ. ପାଢ଼ୀ ଫୋନ କରି କହିଥିଲେ- ତୁମେ ବାଲେଶ୍ୱରରୁ ଆସିଛ, ଏଣୁ ହଷ୍ଟେଲ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ହଷ୍ଟେଲ କେୟାର ଟେକରଙ୍କ ଜରିଆରେ ପୁସ୍ତକଗୁଡ଼ିକୁ ହଷ୍ଟେଲ ରୁମରୁ ଆଣିଦେବା ପାଇଁ ସେ ନିବେଦନ କରିଥିଲେ। ହେଲେ ନିରାଶ ହୋଇ ସନ୍ଧ୍ୟାରେ ତାଙ୍କୁ ବାଲେଶ୍ୱର ଫେରିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ ମଧ୍ୟବର୍ତ୍ତୀକାଳୀନ ସମୟରେ ବିଶ୍ୱବିଦ୍ୟାଳୟର କେତେକ ନିର୍ଦ୍ଦିଷ୍ଟ ଅଧ୍ୟାପକ ରେଡ ଜୋନ ଅଞ୍ଚଳରୁ ଆସିଛନ୍ତି। ପାଠପଢ଼ା ନ ହେଉଥିଲେ ସୁଦ୍ଧା ସେମାନେ ନିୟମିତ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ରେଡ୍‌ ଜୋନରୁ ଆସୁଥିବା ଅଧ୍ୟାପକଙ୍କ ପାଇଁ ନିୟମ ଖିଲାପ ହେଉଥିବା ବେଳେ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ କଟକଣା ରହିବା ନେଇ କେତେକ ଛାତ୍ରୀଛାତ୍ର ଏହାର ନିନ୍ଦା କରିଛନ୍ତି। ଏ ସମ୍ପର୍କରେ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ୱାର୍ଡେନ ଡ. ପାଢ଼ୀ ମତ ଦେଇଛନ୍ତି ଯେ, ଆମେ ତାଙ୍କୁ ନିରାଶ କରିନାହୁଁ । କିଛି ଦିନ ପରେ ଆସି ପୁସ୍ତକ ନେଇଯିବାକୁ କହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଉପରେ ମାଡ଼ିଗଲା କାର୍‌, ଦୁଇ ଗୁରୁତର

ସାରସକଣା,୨ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ୧୮ ନଂ ଜାତୀୟ ରାଜପଥ ସଂକୁଚା ନିକଟରେ କାର୍‌ ଉପରେ ଅନ୍ୟ ଏକ କାର୍‌ ମାଡ଼ିଯିବାରୁ ୨ଜଣ...

ଭୟଙ୍କର ରୂପ ନେଇପାରେ ବାତ୍ୟା ‘ୟାସ’

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଉତ୍ତର ଆଣ୍ଡାମାନ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ୟାସ’ ଭୟଙ୍କର ହେବ। ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳରେ ତାଣ୍ଡବ...

ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ପହଞ୍ଚିଛନ୍ତି।  ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ...

କରୋନା ମୁକାବିଲା: ତିଲେଇବଣି ବ୍ଲକ ଶିକ୍ଷକ ପ୍ରାଥମିକ ସଂଘ ପକ୍ଷରୁ ସହାୟତା

ଦେବଗଡ,୭ା୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଗୁରୁବାର ତିଳେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଲକ୍ଷ ୯୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ସଙ୍କଟରେ ଇସ୍ପାତ ଶିଳ୍ପ

ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍‌...

ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୫।୮(ବ୍ୟୁରୋ):  ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନକାନୁନକୁ ଜଳାଞ୍ଜଳି ଦିଆଯାଇ ନାହିଁ, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି...

ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ...

କ୍ୟାପିଟାଲ ହସ୍ପିଟାଲରେ କରୋନା: ୪୦ ଡାକ୍ତର ପଜିଟିଭ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ କ୍ୟାପିଟାଲ୍‌ ହସ୍ପିଟାଲର ୧୩୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦...

Advertisement
Archives

Model This Week