ରେଡିଓର ଜୟଯାତ୍ରା

ବସନ୍ତ କୁମାର ଦାସ
ପ୍ରକୃତରେ ସକାଳର ରେଡିଓ ତା’ର ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଯେଉଁ ସ୍ବର ପ୍ରସାରିତ ହୋଇଥାଏ, ସେଥିସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁପରିଚିତ। ମାର୍କୋନୀଙ୍କୁ ରେଡିଓର ଜନକ ଭାବେ ସମସ୍ତେ ଜାଣନ୍ତି, କିନ୍ତୁ ବାସ୍ତବରେ ରେଡିଓର ଜନକ ଆମ ଦେଶର ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ । ସରଳ, ସୁନ୍ଦର ସୂଚନା ପ୍ରଦାନକାରୀ ମାଧ୍ୟମ ହେଉଛି ରେଡିଓ। ରେଡିଓରୁ କଥା, କାହାଣୀ ଭାସିଆସିବା ବେଳେ ଲୋମ ଟାଙ୍କୁରି ଉଠେ। କାରଣ ଶିକ୍ଷା, ସୂଚନା ଓ ମନୋରଞ୍ଜନକୁ ନୂଆ ସ୍ବରରେ ଭିନ୍ନ ଢଙ୍ଗରେ ପରିବେଷଣ ସମସ୍ତଙ୍କ ମନ ମୋହିନିଏ। ଆମେ ଖାଦ୍ୟ ମେଳା, ମକର ମେଳା, ଭଳି ବହୁ ମେଳା କଥା ଶୁଣିଛେ। ହେଲେ ‘ରେଡିଓ ମେଳା’ ଏକ ନିଆରା ମେଳା। ଆଜିଠାରୁ ଦୁଇଦିନ ଧରି ଆମ ରାଜଧାନୀ ଭୁବନେଶ୍ୱରରେ ଏହା ଅନୁଷ୍ଠିତ ହେଉଛି ଓ ଏହା ହେଉଛି ଷଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା। ଏହା ବିଶ୍ୱ ରେଡିଓ ଦିବସ ଅବସରରେ ପାଳନ କରାଯାଉଛି।
ଚଳିତବର୍ଷ ଏହି ମେଳାର ମୁଖ୍ୟ ବିଷୟ ହେଉଛି ‘ସଂଳାପ, ସହନଶୀଳତା ଓ ଶାନ୍ତି’। ଏଥିରେ ଜାପାନ, ଆମେରିକା ଓ ବାଂଲାଦେଶର ରେଡିଓ ଷ୍ଟେଶନ ଭାଗନେବେ ଓ ଅନେକ ପରୁଣା ରେଡିଓର ବିରଳ ମଡେଲ୍‌ ପ୍ରଦର୍ଶିତ ହେବ। ଆଜିକାଲିର ମୋବାଇଲ ଯୁଗରେ ଏବେ ବି ରେଡିଓ ୯୯% ଲୋକଙ୍କ ପାଖରେ ପହଞ୍ଚିପାରିଛି ଓ ୨୦୧୮ ମସିହା ପରଠାରୁ ଏହାର ଶ୍ରୋତାମାନଙ୍କ ସଂଖ୍ୟା ୮% ବୃଦ୍ଧିପାଇଛି। ଏବେ ବି ମୋବାଇଲ ମାଧ୍ୟମରେ ଅନେକେ ରେଡିଓ ପ୍ରସାରଣ, ଏଫ୍‌ଏମ୍‌, ଏମ୍‌ଡବ୍ଲ୍ୟୁ (ମିଡିୟମ ଓ୍ବେଭ୍‌), ଏସ୍‌ଡବ୍ଲ୍ୟୁ (ଶର୍ଟ ଓ୍ବେଭ୍‌) ଓ କମ୍ୟୁନିଟି ରେଡିଓର କଥା ଓ ଗାଥା ଶୁଣି ପାରୁଛନ୍ତି। ରେଡିଓରୁ ଝଙ୍କୃତ ଶାରଦୀୟ ଚଣ୍ଡୀପାଠ, ଖବର, ସଙ୍ଗୀତ, ଧାରାବିବରଣୀ, ନାଟକ, ରୂପକ, ଧାରାବାହିକ ପାଲା, ଦାସକାଠିଆ, ଘୋଡ଼ାନାଚ, କେନ୍ଦରା ଓ ଖଞ୍ଜଣି ଗୀତ, ଧୁଡ଼ୁକି ଗୀତ, ବଂଶୀସ୍ବନ, ସୁଭାଷ ବୋଷ, ମହାତ୍ମା ଗାନ୍ଧୀଙ୍କ ଭଳି ରାଷ୍ଟ୍ରନେତାମାନଙ୍କ ଅବିକଳ କଣ୍ଠସ୍ବର ବେଶ୍‌ ମନୋଲୋଭା। ନିମାଇଁ ହରିଚନ୍ଦନ, ସୁନନ୍ଦା ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଭିକାରି ବଳ, ବାଳକୃଷ୍ଣ ଦାଶ, ଭୁପେନ୍‌ ହଜାରିକାଙ୍କ କଣ୍ଠସ୍ବର ସେମାନଙ୍କୁ ରେଡିଓ ଯୋଗୁ ଅମର କରି ରଖିଛି ଓ ରଖିଥିବ ମଧ୍ୟ। ଯତୀନ୍‌ ଦାସ ଓ ଅମୀନ୍‌ ସାହାଣୀଙ୍କ ସ୍ବରର ଲାଳିତ୍ୟ ଓ ମାଧୁର୍ଯ୍ୟ ସମ୍ମୋହନକାରୀ। ଅନେକ ସ୍ବର୍ଗୀୟ ନେତା, ସମାଜ ସଂସ୍କାରକ ଓ ସ୍ବାଧୀନତା ସଂଗ୍ରାମୀଙ୍କ କଣ୍ଠସ୍ବର ଆମକୁ ନେଇଯାଏ ଅନେକ ପଛକୁ ଓ ଅତୀତର ଲୋମହର୍ଷଣକାରୀ ଘଟଣାକୁ ମାନସପଟରେ ନୂଆ ରୂପ, ରସ ଓ ରଙ୍ଗ ଦେଇଥାଏ।
ଅନେକ ନୂଆ ପୁରୁଣା ରେଡିଓ, ହାମ୍‌ ରେଡିଓ ଓ ଗ୍ରାମୋଫୋନ୍‌ ଏହି ମେଳାରେ ସମସ୍ତଙ୍କ ପାଇଁ ପ୍ରଦର୍ଶିତ ହେବ। କଲ୍‌ସାଇନ୍‌ ମାଧ୍ୟମରେ ବିଭିନ୍ନ ହାମ୍‌ ରେଡିଓ ଅପରେଟର ଜରୁରିକାଳୀନ ପରିସ୍ଥିତି ତଥା ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ବାର୍ତ୍ତା ପ୍ରେରଣ କରାଯାଇପାରିବ ତାହା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ହାମ୍‌ ରେଡିଓର ଗୁରୁତ୍ୱାରୋପ କରିବେ। ରେଡିଓ ପ୍ରସାରକ, ଶ୍ରୋତା ଓ ଜକିଙ୍କୁ ପୁରସ୍କୃତ କରାଯିବ। ଏହି ସୁବିଧା ସମସ୍ତେ ନେଲେ ରେଡିଓ ମନୋରଞ୍ଜନ ଓ ଜ୍ଞାନବିଜ୍ଞାନର ପ୍ରମୁଖ ମାଧ୍ୟମ ହୋଇପାରିବ।
ନେତାଜୀ ସୁଭାଷ ବୋଷ ପ୍ରଥମେ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରି ଆଜାଦ୍‌ ହିନ୍ଦ ଫୌଜକୁ ସ୍ବାଧୀନତା ପୂର୍ବରୁ ବିଭିନ୍ନ ବାର୍ତ୍ତା ପ୍ରେରଣ କରି ଦେଶର ପ୍ରଥମ ପ୍ରସାରକଙ୍କ ଭୂମିକା ନିର୍ବାହ କରିଥିଲେ। ଆମ ଦେଶରେ ତା’ପରେ ୧୯୪୭ରେ ୬ଟି ସହର ଯଥା: ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ୍‌, ଲକ୍ଷ୍ନୌ ଓ ତ୍ରିଚିନାପଲ୍ଲୀଠାରେ ସରକାରଙ୍କ ତରଫରୁ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରାଯାଇଥିଲା। ୧୯୨୦ ନଭେମ୍ବର ୨ରେ ପ୍ରଥମେ ରେଡିଓ ଘୋଷକ ଲିଓ ରୋଜରବର୍ଗଙ୍କ ବାଣୀ ରେଡିଓରେ ବିଶ୍ୱବାସୀଙ୍କୁ ଶୁଣିବାକୁ ମିଳିଥିଲା। ଏହି ରେଡିଓ ମେଳା ବେସରକାରୀ ସ୍ତରରେ ହେଉଥିଲେ ହେଁ ସମଗ୍ର ଦେଶରେ ଏହା ଅଦ୍ୱିତୀୟ। ଫେବୃୟାରୀ ୧୬ ତାରିଖରେ କଟକଠାରେ ଅନ୍ୟ ଏକ ରେଡିଓ ଶ୍ରୋତା ସମ୍ମିଳନୀ ଅନୁଷ୍ଠିତ ହେବ। ସତରେ ଧୁଡିକିରୁ ଖଞ୍ଜଣି, ଚାଷରୁ ନିବେଶ, ଗାଈଚରାଳିରୁ ଚା ବିକାଳି, ଗଳ୍ପରୁ ଶିଳ୍ପ, କଣ୍ଠରୁ ଘଣ୍ଟ, ମାଟିରୁ ଆକାଶ, ମନ୍ତ୍ରୀରୁ ଯନ୍ତ୍ରୀ, ପୁରାଣରୁ ପରିବେଶ, ଧର୍ମରୁ ସଂସ୍କୃତି ପରି ବହୁ ବିଭାଗର କଥା ଓ ଗାଥା ରେଡିଓ ପରିବେଷଣ କରିଆସୁଛି ଓ ଆସୁଥିବ।
ସ୍ମାର୍ଟ ଫୋନ ଦ୍ୱାରା ଆପ୍‌ ଡାଉନଲୋଡ୍‌ କରି ମଧ୍ୟ ଏଥିରୁ ରେଡିଓ ଷ୍ଟେଶନଗୁଡ଼ିକର କାର୍ଯ୍ୟକ୍ରମ ଶୁଣିହେଉଛି। କାର ତଥା ମୋଟର ଗାଡିରେ ମଧ୍ୟ ରେଡିଓ କାର୍ଯ୍ୟକ୍ରମ ଯାତ୍ରା କରିବା ସମୟରେ ଶୁଣିହେବ। ଏହି ବିଶ୍ୱ ରେଡିଓ ଦିବସ ଅବସରରେ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଏକ ଫୋନ୍‌ ଇନ୍‌ କାର୍ଯ୍ୟକ୍ରମ ୧୦ଟା ୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। ଯେକୌଣସି ବ୍ୟକ୍ତି ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ନିଷ୍ପାଦନ କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବାର ସୁଯୋଗ ରହିଛି। ପୂର୍ବାପେକ୍ଷା ଏବର ରେଡିଓ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅଂଶଗ୍ରହଣ ଅଧିକ ଜୀବନ୍ତ ମନେହେଉଛି। ରେଡିଓ ଦୀର୍ଘାୟୁ ହେଉ ଓ ଏହାର ଜୟଯାତ୍ରା ଅବ୍ୟାହତ ରହୁ।
(ବିଶ୍ୱ ରେଡିଓ ଦିବସ ଉପଲକ୍ଷେ)
ଦାମନଯୋଡ଼ି,କୋରାପୁଟ, ମୋ-୯୪୩୭୯୧୧୫୮୫


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri