ରେଙ୍ଗାଳି କେନାଲରେ ଘାଇ : ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର

ଭୁବନ, ୨୦।୭(ଡି.ଏନ.ଏ.) – ମାତ୍ରାଧିକ ପାଣି ଛଡ଼ାଯିବା କାରଣରୁ ରେଙ୍ଗାଳି ବାମ ଶାଖା କେନାଲର ୨ଟି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିବାବେଳେ ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର ହୋଇଯାଇଛି।
ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ଚାଷଜମିର ମଧ୍ୟଭାଗ ଦେଇ ଖନନ କରାଯାଉଛି ରେଙ୍ଗାଳି ବାମ କେନାଲ ଶାଖା। ଏହି କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଛି। ବୁଧବାର ଚାଷଜମିକୁ ଜଳସେଚନ ପାଇଁ କେନାଲରେ ପାଣି ଛଡ଼ାଯାଇଥିଲା। ହେଲେ ଅତ୍ୟଧିକ ପାଣି ଆସିବା କାରଣରୁ ମୁକ୍ତାପଶି ଅଞ୍ଚଳ ଦେଇ ଯାଇଥିବା କେନାଲର ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଫଳରେ ଶତାଧିକ ଚାଷୀଙ୍କ ଧାନତଳି ନଷ୍ଟ ହୋଇଯାଇଛି। ଧାନ ରୁଆ ପୂର୍ବରୁ ତଳି ନଷ୍ଟ ଚାଷୀଙ୍କୁ ଚିନ୍ତାରେ ପକାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ବର୍ଷାରେ କେନାଲ ସମ୍ପୂର୍ଣ୍ଣ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ରେଙ୍ଗାଲି ବାମ କେନାଲ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଇଂ. ଦୀପକ କୁମାର ବେହେରା କୁହନ୍ତି, କେନାଲରେ ନୂଆ ମାଟି ପଡ଼ିଥିଲା। ଅଧିକ ପାଣି ଆସିବାରୁ ୨ଟି ସ୍ଥାନରେ ବନ୍ଧ ଭାଙ୍ଗିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଆରମ୍ଭ ହୋଇଛି। ୩ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ।...

ଜଳସଙ୍କଟରେ ୩୫ ପରିବାର

ପରଜଙ୍ଗ, ୭ା୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଛକ ନିକଟ ୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୫ନଂ.ବସ୍ତିରେ ଜଳସଙ୍କଟ ଉତ୍କଟରୂପ ଧାରଣ...

କରୋନା ଲଢ଼େଇରେ ମୋନାଲିସା

ଢେଙ୍କାନାଳ ଅଫିସ, ୩୦।୪ – କରୋନା ଲଢ଼େଇରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ଏସ୍‌ବିଆଇ ଶାଖା ମହୁଲଖୋଲି ଗ୍ରାହକ ସେବା କେନ୍ଦ୍ରର ସ୍ବତ୍ତ୍ୱାଧିକାରିଣୀ ମୋନାଲିସା...

ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ...

ସାରଙ୍ଗଧର, ବାଜି ରାଉତ ସେତୁରେ ଆଲୋକୀକରଣ ବ୍ୟବସ୍ଥା ନୋହିଲା; ସଞ୍ଜ ନଇଁଲେ ଗୋଡ଼ାଉଛି ଭୟ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ବାଜି ରାଉତ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା...

ବିଜେଡି-ଭାଜପା ମୁଖ୍ୟ ଲଢ଼େଇ

ଢେଙ୍କାନାଳ ଅଫିସ, ୩୦ା୧: ଜୋର୍‌ ଧରିଲାଣି ପ୍ରଚାର। ଗ୍ରାମାଞ୍ଚଳରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଘରମୁହଁା ହୋଇଥିବାବେଳେ ସୋସିଆଲ ମିଡିଆରେ ଚାଲିଛି ନୀତିଆଦର୍ଶର...

ଚର୍ଚ୍ଚାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ମୃତଦେହ ବ୍ୟବଚ୍ଛେଦ କଲେ ଆୟୁଷ ଡାକ୍ତର

ପରଜଙ୍ଗ, ୨୫।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଛନ୍ତି। ଏମ୍‌ବିବିଏସ୍‌ ଡାକ୍ତର ହିଁ ଶବ ବ୍ୟବଚ୍ଛେଦ କରିପାରିବେ...

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ଢେଙ୍କାନାଳ ଅଫିସ, ୯।୪: ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ଜିଲାରେ ସଂକ୍ରମଣ ଦେଖାଦେଇଛି।...

Advertisement
Archives

Model This Week