ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜିଲାର ୧୩ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚୁକ୍ତିଭିତ୍ତିକ ଗ୍ରାମ୍ୟ କୃଷି କର୍ମଚାରୀ ଭାବେ ୨୦୧୧ ମସିହାରେ ୧୧୩ ଜଣଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିଥିଲା। ୬ ବର୍ଷ ପରେ ସେମାନଙ୍କୁ ରେଗୁଲାର ମାନ୍ୟତା ମିଳିଛି। ଦୀର୍ଘଦିନ ପରେ ନିୟମିତ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲାପାଳ, ଉପକୃଷି ନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ସଭାପତି ସମିର ପାତ୍ର, ଭବାନୀପାଟଣା ବ୍ଲକର ଉପସଭାପତି ବିଶ୍ୱକାନ୍ତ ସାହୁଙ୍କ ସମେତ ଜିଲା ଗ୍ରାମ୍ୟ କୃଷି କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ...

ପାଞ୍ଚଗଡ଼ ଜଙ୍ଗଲରେ ନିଆଁ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍‌ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର...

ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ...

ଦ୍ୱାରଶୁଣି ଘାଟିରେ ବୋଲେରୋକୁ ପିଟିଲା ଟ୍ରକ୍‌: ୨ ବୋଲବମ୍‌ ଭକ୍ତ ମୃତ, ୭ ଆହତ

ବାରିପଦା ଅଫିସ/ ବାଙ୍ଗିରିପୋଷି୨୭।୭:(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି।...

ଲକ୍‌ଡାଉନ ସ୍ଥିତି ଯାଞ୍ଚ କଲେ ଏସ୍‌ପି

ପଦ୍ମପୁର, ୨୩ା୪(ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବ୍ଲକର ୯ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌...

କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ୍‌ରେ ପଥର ଧସିଲା: ୩ ମୃତ, ୪ ଗୁରୁତର

ରାୟଗଡ଼ା ଅଫିସ,୬ା୫: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ୍‌ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଚିରୁକାପଲ୍ଲୀ ରେଳଷ୍ଟେଶନଠାରେ ରେଳ ଲାଇନରେ ପଥର ଧସିବାରୁ ଏହି...

ବିଦ୍ୟୁତ୍‌ ଆଘାତରେ ଶିକାରୀ ମୃତ

ତେଲକୋଇ,୩୦ା୫(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ଜେନାଦର ଗ୍ରାମ ଗୋଟମୁହିଁ ସଂରକ୍ଷିତ ଜଙ୍ଗଲରେ ଜଣେ ଶିକାରୀ ବାରହା ଶିକାର କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡିଥିଲେ।...

ଆହାର ଉପରେ ପାହାର

ରଜନୀକାନ୍ତ ମହାରଣା ଖମାର,୨୧ା୭ – ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ...

Advertisement
Archives

Model This Week