ରେକର୍ଡ ରଚିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ଏକ ବଡ଼ ବ୍ୟବଧାନ (୯୭ ହଜାର ୯୯୦ ଭୋଟ୍‌)ରେ ବିଜୟୀ ହୋଇ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ସେ ଢ଼େର ଅଧିକ ଭୋଟ୍‌ ପାଇଛନ୍ତି। ଅନ୍ୟପଟେ କଂଗ୍ରେସକୁ ଅମାନତ ହରାଇବାକୁ ପଡିଥିବାବେଳେ ଭାଜପାର ଭୋଟ କମିଛି।
ପଦ୍ମପୁର ଆର୍‌ଏମ୍‌ସି ଗୋଦାମ ହଲରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଥିଲା। ୧୪ଟି ଟେବୁଲରେ ୨୧ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ପ୍ରତି ରାଉଣ୍ଡରେ ରୀତା ସବାଆଗରେ ରହିଥିଲେ। ସମ୍ପୂର୍ଣ୍ଣ ଗଣତି ପରେ ତାଙ୍କ ସପକ୍ଷରେ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଥିଲା। ସେଥିମଧ୍ୟରେ ଇଭିଏମ୍‌ ଭୋଟ୍‌ ୧ଲକ୍ଷ ୩୫ହଜାର ୯୪୯, ପୋଷ୍ଟାଲ ଭୋଟ ଗୋଟିଏ ଏବଂ ଇଟିପିବିଏସ୍‌ ଭୋଟ୍‌ ୭ଟି ରହିଥିଲା। ତେବେ ରୀତାଙ୍କ ସପକ୍ଷରେ ଯାଇଥିବା ଭୋଟ୍‌ ସମୁଦାୟ ମତଦାନର ୭୩.୮୭ ପ୍ରତିଶତ ହୋଇଥିବାବେଳେ ବିଜେଡି ପୂର୍ବରୁ ୨ଟି ନିର୍ବାଚନରେ ଜିତିଥିଲେ ମଧ୍ୟ ଏତେସଂଖ୍ୟକ ଭୋଟ୍‌ ହାତେଇବାରେ ସକ୍ଷମ ହୋଇ ନ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡିକୁ ୧ଲକ୍ଷ ୨ହଜାର ୮୭୧(୫୬.୬୧ ପ୍ରତିଶତ) ଏବଂ ଗତ ସାଧାରଣ ନିର୍ବାଚନରେ ୧ଲକ୍ଷ ୧୦ହଜାର ୬୦୪(୫୯.୭୮ ପ୍ରତିଶତ)ଭୋଟ୍‌ ମିଳିଥିଲା।
ଅନ୍ୟପଟେ ଭାଜପାର ସନତ୍‌
କୁମାର ଗଡ଼ତିଆଙ୍କୁ କେବଳ ଯେ ପୁଣିଥରେ ନିରାଶ ହେବାକୁ ପଡ଼ିଛି ତାହା ନୁହେଁ, ଦଳର ଭୋଟ୍‌ ହାର ଯେଭଳି ହ୍ରାସ ପାଇଛି, ସେଥିରୁ
ରେକର୍ଡ ରଚିଲେ…
ଭାଜପା ପ୍ରତି ବିଜେପୁରବାସୀ ମୁହଁ ଫେରାଇଥିବା ଆଲୋଚନା ହେଉଛି। ୨୦୧୮ ଉପନିର୍ବାଚନରେ ଭାଜପା ଏଠାରୁ ୬୦ହଜାର ୯୩୮ (୩୩.୫୩ ପ୍ରତିଶତ), ଗତ ସାଧାରଣ ନିର୍ବାଚନରେ ୫୩ହଜାର ୪୮୨(୨୮.୯ ପ୍ରତିଶତ) ଭୋଟ ପାଇଥିବାବେଳେ ଏଥର ଦଳକୁ ମାତ୍ର ୩୭ ହଜାର ୯୬୭(୨୦.୬୩ ପ୍ରତିଶତ) ଭୋଟ୍‌ ମିଳିଛି। ସେହିପରି କଂଗ୍ରେସର ସ୍ଥିତି ଆହୁରି ନୈରାଶ୍ୟଜନକ ହୋଇ ପଡ଼ିଛି। ଦଳୀୟ ପ୍ରାର୍ଥୀ ଦିଲୀପ କୁମାର ପଣ୍ଡାଙ୍କ ଭୋଟ୍‌ ୫୮୭୩ ମଧ୍ୟରେ ସୀମିତ ରହିଛି। ଯାହାକି ସମୁଦାୟ ମତଦାନର ମାତ୍ର ୩.୧୯ ପ୍ରତିଶତ। ଅପରପକ୍ଷେ ଗତ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସକୁ ୧୪ହଜାର ୩୪୪ ଖଣ୍ଡ ଭୋଟ (୭.୭୫ ପ୍ରତିଶତ) ଏବଂ ୨୦୧୮ ଉପନିର୍ବାଚନରେ ୧୦ହଜାର ୨୭୪ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ କୁମାର ମିତ୍ତଲଙ୍କୁ ୧୨୧୯ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୦୫୩ ଖଣ୍ଡ ଭୋଟ ମିଳିଛି। ନୋଟାରେ ୧୯୮୨ ଖଣ୍ଡ ଭୋଟ୍‌ ପଡ଼ିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri