ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ପୋଲସରା,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଉକ୍ତ ଗ୍ରାମରେ ଜଣେ ମହିଳାଙ୍କ ପଜିଟିଭ୍‌ ଆସିଥିଲା। ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଭିଟିଭ୍‌ ଆସିଥିଲା। ଯାହାକୁ ନେଇ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗ୍ରାମର ପ୍ରତ୍ୟେକ ପ୍ରବେଶ ପଥକୁ ରାତି ଅଧିଆ ସିଲ୍‌ କରିଛି ପୋଲସରା ପୋଲିସ। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯିବା ପରେ ଜରୁରିକାଳୀନ ସାମଗ୍ରୀ ଗ୍ରାମରେ ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀ ସୂଚନା ପ୍ରଦାନ କରିଛନ୍ତି। ଏଥିସହ ରୁମାଗଡ଼ ପଞ୍ଚାୟତର ଖପରାଗଣ୍ଡା, କନ୍ଧପଲ୍ଲୀ ଓ ଭାଟଖାଲି ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରାଯିବା ସହ ସମସ୍ତ ଗ୍ରାମକୁ ସତର୍କତା ଅବଲମ୍ବନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଠିକ୍‌ ସେହିପରି ମାଳତେନ୍ତୁଳିଆ ପଞ୍ଚାୟତରେ ୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ଗୁରୁବାର ଠାରୁ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବ୍ଲକ ବିଜେଡି କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଜାମରେ ଫସିଲା ଜନନୀ ଏକ୍ସପ୍ରେସ

କେନ୍ଦୁଝର, ୧୭ା୧୨(ସ୍ବ.ପ୍ର.):  କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ...

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ...

ଶିକ୍ଷା ବିଭାଗର ବିଚିତ୍ର ନୀତି: ବଳି ପଡ଼ୁଛନ୍ତି ଗରିବ ମେଧାବୀ

ଯାଜପୁର ଅଫିସ,୩ା୯- ବହୁ ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଅଭାବରୁ ନିଜ ପ୍ରତିଭାକୁ ହରାଇ ବସୁଥିବା ଅନେକ ନଜିର ରହିଛି। ମାତ୍ର କେନ୍ଦ୍ର ଓ...

ଡଅଁର ପଞ୍ଚାୟତରେ ଲୋକାୟୁକ୍ତଙ୍କ ଟିମ୍‌ : ତଦନ୍ତ ଆରମ୍ଭ

ହାଟଡିହୀ,୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକୟୁକ୍ତଙ୍କ ତଦନ୍ତକାରୀ ଦଳ ଶୁକ୍ରବାର ପଞ୍ଚାୟତରେ ପହଞ୍ଚି...

ଅଗ୍ନି ବିପନ୍ନଙ୍କୁ ଭେଟିଲା ପ୍ରଶାସନ

ମାଧପୁର, ୧୬ା୫- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ନୂଆମାଣତ୍ରୀ ଗ୍ରାମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡରେ ଜୀବର୍ଦ୍ଧନ ଘିଓ୍ବାଲା, ନିରଞ୍ଜନ ପ୍ରଧାନ, ବବ୍‌ରୁବାହାନ ପ୍ରଧାନ, ନବକୁମାର ପ୍ରଧାନ,...

ଧନୁଷ୍ଟଙ୍କାର ଭଉଣୀ, ଥାଲାସେମିଆ ପୁଅଙ୍କୁ ମିଳିଲା ସହାୟତା

ପଟ୍ଟାମୁଣ୍ଡାଇ, ୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁର ପାଟଣା ଗ୍ରାମର ଅଲେଖ ଦାସଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି।...

ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ

ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ...

ଜଳିଗଲା ଆଇରନ୍‌ ବୋଝେଇ ଡମ୍ପର

ଯୋଡ଼ା,୧୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଗୁରୁବେଡ଼ା ଛକଠାରେ ଶନିବାର ରାତିରେ ଏକ ଆଇରନ୍‌ ବୋଝେଇ ଡମ୍ପରରେ ନିଆଁଲାଗି ସଂପୂର୍ଣ୍ଣ ଜଳିଯାଇଛି । ଡ୍ରାଇଭର...

Advertisement
Archives

Model This Week