Advertisement

ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଏକତ୍ର ଦେଖାଯାଉଛି। ଏବେ ସେମାନେ ଲଦାଖରେ ଛୁଟି କଟାଉଥିବା ଜଣାପଡ଼ିଛି। ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟ ସମାନତା ଥିବା ଫଟୋ ଶେୟାର କରିବା ପରେ ରିୟାଙ୍କ ପ୍ରେମରେ ସୁଶାନ୍ତ ଉବୁଟୁବୁ ହେଉଥିବାକୁ ନେଇ ଚର୍ଚ୍ଚା ଜୋର ଧରିିଛି।

ଅପରପକ୍ଷେ ସୁଶାନ୍ତଙ୍କ ସହ ଯେକୌଣସି ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା କିଛି ନୂଆ କଥା ନୁହେଁ। ସେ ଯେଉଁ ବି ଚଳଚ୍ଚିତ୍ରରେ କାମ କରିଛନ୍ତି, ତାହାର ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ାଯାଇଛି। ପୂର୍ବରୁ କ୍ରିତିଙ୍କ ବ୍ୟତୀତ ତାଙ୍କ ନାଁ ସାରା ଅଲ୍ଲି ଖାନ୍‌ଙ୍କ ସହ ଯୋଡ଼ା ଯାଇସାରିଛି। ହେଲେ ଏ ସମ୍ପର୍କରେ ସୁଶାନ୍ତଙ୍କୁ ପଚାରାଯିବାରୁ ସେଭଳି କିଛି ନୁହେଁ ବୋଲି ସଫେଇ ଦିଅନ୍ତି। ଏବେ ମଧ୍ୟ ରିୟା ତାଙ୍କର ବହୁତ ଭଲ ସାଙ୍ଗ ବୋଲି ସେ କହୁଛନ୍ତି। ତେବେ ସୁଶାନ୍ତ ଏବେ ଶ୍ରଦ୍ଧା କପୁରଙ୍କ ସହ ‘ଛିଛୋରେ’ ଫିଲ୍ମରେ କାମ କରୁଛନ୍ତି। ସେହିଭଳି ରିୟା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଚେହେରେ’ରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗରେ ବାପାଙ୍କ ଉପରକୁ ହାତ ଉଠାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ‘ହିମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ। ଧର୍ମେନ୍ଦ୍ରଙ୍କ...

ପ୍ରେମିକାଙ୍କ ବିକିନ୍‌ ପିନ୍ଧା ଫଟୋ ଦେଖି ଟାଇଗର୍‌ କହିଲେ…

ବଲିଉଡର ଫିଟନେସର ରାଣୀ କୁହାଯାଉଥିବା ଥିବା ଦିଶା ପଟାନି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ସମୁଦ୍ର କୂଳରେ ଗୋଲାପୀ ବିକିନ୍‌ ପିନ୍ଧି...

କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ...

୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ

କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର...

ବିବାଦରେ ଫସିଥିଲେ ପଦ୍ମିନୀ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ପଦ୍ୱିନୀ କୋହ୍ଲାପୁରୀ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ଶିଶୁ କଳାକାର ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର...

ସ୍ତ୍ରୀ ହେବ ତ ଏମିତି

ସୋନମ୍‌ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ...

୨୦ଟି ସିନେମାରେ ଡକାଏତ୍‌

ବଲିଉଡ୍‌ରେ ଡକାଏତ୍‌ ଗେଟଅପ ପାଇଁ ସେ ବେଶ୍‌ ଚର୍ଚ୍ଚିତ ଥିଲେ। କେବଳ ସେତିକି ନୁହେଁ, ଏପରି ଭୂମିକାରେ ଦର୍ଶକ ତାଙ୍କୁ ଗ୍ରହଣ କରିବା ସହ ସେମାନଙ୍କ...

ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା

ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ...

Advertisement
Archives

Model This Week