Posted inଖେଳ

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଓ୍ବିକେଟକିପର ରିଷଭ ପନ୍ତ ୬୫ ରନର ବିଜୟୀ ଇନିଂସ ଖେଳିଥିଲେ। ମ୍ୟାଚ୍‌ ପରେ ବିସିସିଆଇ ଟିଭିରେ ରିଷଭଙ୍କ ଏକ ସାକ୍ଷାତକାର ନେଇଥିଲେ ଭାରତୀୟ ଓପନର ରୋହିତ ଶର୍ମା। ସାକ୍ଷାତକାରବେଳେ ରୋହିତ ରିଷଭଙ୍କୁ ପନ୍ତ ବଦଳରେ ସନ୍ତ ଡାକିଦେଇଥିଲେ। ଏହି ଭୁଲ ପାଇଁ ପନ୍ତଙ୍କୁ କ୍ଷମା ମାଗିଥିଲେ ରୋହିତ। ସୂଚନାଯୋଗ୍ୟ, ରିଷଭ ଏହି ମ୍ୟାଚରେ ୬୫ ରନରେ ବିଜୟୀ ଇନିଂସ ଖେଳି ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଭାରତୀୟ ଉଇକେଟକିପରଙ୍କ ଲାଗି ସର୍ବାଧିକ ସ୍କୋର। ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା। ତାଙ୍କ ଟି୨୦ କ୍ୟାରିୟରର ସର୍ବାଧକ ସ୍କୋର ହେଉଛି ୫୬। ସେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ୨୦୧୭ରେ ଏହି ଇନିଂସ ଖେଳିଥିଲେ। ଧୋନୀଙ୍କ ଅନୁପସ୍ଥିତିରେ ଓ୍ବେଷ୍ଟଇଣ୍ଡିଜରେ ସମସ୍ତ ଫର୍ମାଟ ପାଇଁ ଦଳରେ ଚୟନ ହୋଇଛନ୍ତି ପନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚହଲଙ୍କ ସହ ଯୋଡ଼ିକୁ ନେଇ କୁଲଦୀପ କହିଲେ ଏମିତି କଥା, ଶୁଣିଲେ କହିବେ ବାଃ

କଲମ୍ବୋ,୧୯।୭: ଦୀର୍ଘ ୨ ବର୍ଷ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଏକାଠି ଖେଳିଛନ୍ତି।...

ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍‌

ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ...

କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ

ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍‌-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା...

ସାନିଆଙ୍କୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଛନ୍ତି। ମାତୃତ୍ୱ ଲାଭ ପରେ ଟେନିସ...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ,...

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି...

ମ୍ୟାଚ୍‌ ଚାଲିଥିଲାବେଳେ ହଠାତ୍‌ ପଡିଆରେ ପଶି ଏମିତି କାଣ୍ଡ ରଚିଲେ ଏହି ବ୍ୟକ୍ତି

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଖେଳାଯାଉଥିବା ଏକ ମ୍ୟାଚ୍‌ବେଳେ ଏକ ନିଆରା ଘଟଣା...

Advertisement
Archives

Model This Week