ରିଲିଜ ହେଲା ସୂର୍ଯ୍ୟବଂଶୀର ଟ୍ରେଲର: ଟ୍ରାଫିକ ଜାମ୍‌କୁ ଦୂରେଇବାକୁ ଅକ୍ଷୟଙ୍କ ନୂଆ ଫର୍ମୁଲା

ମୁମ୍ବାଇ: ବଲିଉଡ୍‌ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରଫ, ଗୁଲଶନ ଗ୍ରୋଭର, ନିକିତିନ ଧିର, ବିଧାନ ଶର୍ମା ଆଦିଙ୍କୁ ଦେଖିବାକୁ ମିଳିବ। ଏହି ଟ୍ରେଲର ରିଲିଜ୍‌ ଅବସରରେ ଟ୍ରାଫିକ ଜାମ୍‌କୁ ଦୂରେଇ ଦେବାକୁ ଅକ୍ଷୟ କୁମାର ଏକ ନୂଆ ଫର୍ମୁଲା ଆପଣେଇ ଥିବା ଦେଖାଯାଇଛି। ଟ୍ରେଲର୍‌ ରିଲିଜ ଅବସରରେ ସେ ଏକ ରେସିଂ ବାଇକ୍‌ ନେଇ ପହଞ୍ଚିଥିବା ଜଣାପଡିଛି। ଏହି ରେସିଂ ବାଇକ୍‌ ସହ ଅକ୍ଷୟ ହାତରେ ହେଲମେଟ୍‌ ଧରିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ଅବସରରେ ମୁମ୍ବାଇ ଟ୍ରାଫିକରୁ ବଞ୍ଚିବାକୁ ଆଜି ସୂର୍ଯ୍ୟବଂଶୀ ହେଲିକପ୍ଟର ବଦଳରେ ବାଇକ୍‌ର ସାହାରା ନେଇଛନ୍ତି। ଅକ୍ଷୟଙ୍କ ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ ଫିଲ୍ମରେ ବି ହୋଲିର ଝଲକ

ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri