Posted inଖେଳ

ରିଚର୍ସ ଆର୍ଟିକିଲ ପଢିବା ସହ ପରିବାରକୁ ସମୟ ଦେଉଛନ୍ତି ଶୁଭକାନ୍ତ

କଟକ ଅଫିସ,୧୫ା୪- ରାଜ୍ୟ ସିନିୟର କ୍ରିକେଟ ଦଳର ଫିଜିଓ ହେଲେ ଶୁଭକାନ୍ତ ସାହୁ। ୨୦୧୧ ମସିହାରୁ ରାଜ୍ୟ ସିନିୟର ଖେଳାଳିଙ୍କ ଫିଟ୍‌ନେସ ଭାର ଶୁଭକାନ୍ତଙ୍କ କାନ୍ଧରେ। ଏପରିକି ସେ ହେଉଛନ୍ତି ରାଜ୍ୟର ଏକମାତ୍ର ଲେଭଲ-୧ ଫିଜିଓ। ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ ଘରେ ରହି ଫିଜିଓ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରିସର୍ଚ ଆର୍ଟିକିଲ୍‌ ପଢ଼ିବା ସହ ଝିଅ ଜିୟାନ୍ସି ଓ ଝିଆରୀ ଖୁସି ସହିତ ସମୟ ଅତିବାହିତ କରୁଛନ୍ତି ବୋଲି କୁହନ୍ତି।
ଶୁଭକାନ୍ତଙ୍କ କହିବା ଅନୁଯାୟୀ, ଏକ ଲମ୍ବା ଛୁଟି ମିଳିଛି। ବ୍ୟସ୍ତବହୁଳ ଜୀବନ, କ୍ରିକେଟ ସିଜିନ ଓ ଟୁର୍‌ ଯୋଗୁଁ ପରିବାର ପାଇଁ କେବେ ସମୟ କାଢ଼ି ପାରୁ ନଥିଲି। ଏବେ ଦିନରାତି ପରିବାର ସହ କଟୁଛି। ବୋଧହୁଏ , ଏହି ସବୁ ମୁହୂର୍ତ୍ତ ଆଗାମୀ ଦିନରେ ମୋ ପାଇଁ ସ୍ମୃତି ପାଲଟିଯିବ। ପରିବାର ଲୋକଙ୍କୁ ସମୟ ଦେବା ସହଜ କଥା ନୁହେଁ। ବାପା ଓ ବଡ଼ଭାଇ ଘରର ସଉଦା କିଣାକିଣି କରନ୍ତି। ଏବେ ମଧ୍ୟ ବାପା ଓ ବଡ଼ଭାଇ ଏହି ସମସ୍ତ କାର୍ଯ୍ୟ କରୁଛନ୍ତି। ବଜାର କାର୍ଯ୍ୟରୁ ମୋତେ ମୁକ୍ତି ମିଳିଛି। ହେଲେ ଘରର ଅନ୍ୟ ଛୋଟଛୋଟ କାର୍ଯ୍ୟ ମୋତେ କରିବାକୁ ପଡ଼ୁଛି ବୋଲି ସେ କୁହନ୍ତି। ଝିଅ ଜିୟାନ୍ସିକୁ ନିକଟ ଅତୀତରେ ଗୋଟିଏ ବର୍ଷ ପୂରିଲା। ତା’ ସହ ଏବଂ ଝିଆରୀ ସାଇ ସୌମ୍ୟା(ଖୁସି) ସହ ଖେଳିବାରେ ଦିନର ଅଧିକ ସମୟ କଟୁଛି। ଗତ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ) ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଦଳର ଫିଜିଓମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଆୟୋଜନ ହୋଇଥାନ୍ତା। ଏହାକୁ ବାତିଲ କରାଯିବା ପରେ ଏନସିଏ ପକ୍ଷରୁ କିଛି ରିସର୍ଚ୍ଚ ଆଟିକିଲ ପଠାଯାଇଛି। ଯେଉଁଥିରେ ଚିକିତ୍ସାର ଅତ୍ୟାଧୁନିକ ପଦ୍ଧତି ସବୁ ଉଲ୍ଲେଖ ରହିଛି । ଏହାକୁ ପଢ଼ିବା ସହ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ସମ୍ପର୍କରେ ଅବଗତ ହେଉଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ କ୍ରିକେଟ ଦେଶରେ ଫିଜିଓମାନେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଆପଣାଇଛନ୍ତି । ସେ ସମସ୍ତ ମଧ୍ୟ ଏବେ ଶିକ୍ଷା ହାସଲ କରିବାର ସୁଯୋଗ ମିଳିଛି ବୋଲି ଶୁଭକାନ୍ତ କୁହନ୍ତି ।
ଏନସିଏର ନିର୍ଦ୍ଦେଶ ମୁତାବକ, ରାଜ୍ୟ ସିନିୟର କ୍ରିକେଟ ଦଳର ସମସ୍ତ ଖେଳାଳିଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲି। ଯେଉଁଥିରେ ରାଜ୍ୟର ପ୍ରତ୍ୟେକ ସିନିୟର ଖେଳାଳିଙ୍କ ଫିଟ୍‌ନେସ୍‌ ଓ ଶାରୀରିକ ଦକ୍ଷତାକୁ ସ୍ଥାନ ଦିଆଯାଇଛି। ବାତିଲ ହୋଇ ସାରିଥିବା କର୍ମଶାଳାରେ ଏହି ରିପୋର୍ଟ ନେଇ ଆଲୋଚନା ହୋଇଥାନ୍ତା। ଖେଳାଳିମାନେ କିପରି ଆଘାତ ନପାଇବେ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥାନ୍ତା। ଆଘାତ ପାଇଲେ, ତୁରନ୍ତ ଆରୋଗ୍ୟ କରିବାର କୌଶଳ ସହିତ ଆଘାତଜନିତ ସମସ୍ୟା ସୃଷ୍ଟି କିପରି ନହେବ ସେ ଦିଗରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ରିସର୍ଚ ଆଟିକିଲ୍‌ରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ଶୁଭକାନ୍ତ କହିଛନ୍ତି। ଏହାଛଡ଼ା ଏବେ ଘରେ ରହି ଶାରୀରିକ ଅଭ୍ୟାସ ଚଳାଇଥିବା ରାଜ୍ୟ କ୍ରିକେଟରମାନଙ୍କ ସହିତ ନିୟମିତ ଆଲୋଚନା ଚାଲିଛି। ହଠାତ୍‌ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଘରେ ରହି ଫିଟନେସକୁ କିପରି ସନ୍ତୁଳନ କରିବେ ସେଥିପାଇଁ ରାଜ୍ୟ ସିନିୟର ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି ଶୁଭକାନ୍ତ।
ମୁଁ ବି ଭଲ ରୋଷେଇ କରିପାରେ..
ରୋଷେଇ ଘରକୁ କେବେ ପଶେନି। ଭଲଭଲ ଖାଦ୍ୟ ଖାଇବାକୁ ଭଲ ପାଏ, ହେଲେ ରାନ୍ଧିବା ମୋତେ ଜଣାନାହିଁ। ମୁଁ ଜଣେ ଭଲ କୁକ୍‌(ରୋଷେୟା) ବୋଲି ଏବେ ବିଶ୍ୱାସ ହୋଇଥିବା ଶୁଭକାନ୍ତ କୁହନ୍ତି। ଘରେ ରହିବା ଫଳରେ ଭଲ ସୁସ୍ବାଦୁ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ବଢ଼ୁଛି । ଗତ ସପ୍ତାହରେ ଏକ ଚକୋଲେଟ୍‌ କେକ୍‌ କରିଥିଲି। ଯାହା ପରିବାରର ସମସ୍ତଙ୍କୁ ଭଲ ଲାଗିଲା ବୋଲି ରାଜ୍ୟର ଏହି ଫିଜିଓ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?