Posted inଖେଳ

ରାୟୁଡୁ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ

ହାଇଦ୍ରାବାଦ, ୧୫।୯- ଅବସର ନିଷ୍ପତ୍ତିରୁ ଓହରିବାର ପାଖାପାଖି ୨ ସପ୍ତାହ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ଲାଗି ହାଇଦ୍ରାବାଦ କ୍ରିକେଟ୍‌ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଚଳିତ ମାସ ଅନ୍ତିମ ଭାବରେ ୫୦ ଓଭର ବିଶିଷ୍ଟ ଘରୋଇ କ୍ରିକେଟ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଗତ ବିଶ୍ୱକପ୍‌ରେ ଭାରତର ୪ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ରାୟୁଡୁ ଦୌଡ଼ର ସର୍ବାଗ୍ରେ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା। ତେବେ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ରହିଥିଲେ ମଧ୍ୟ ବିଜୟ ଶଙ୍କରଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କୁ ପ୍ରାଧାନ୍ୟ ଦିଆଯିବା ପରେ ରାୟୁଡୁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ପ୍ରାକ୍ତନ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ଭି.ଭି.ଏସ୍‌. ଲକ୍ଷ୍ମଣ, ନୋଏଲ୍‌ ଡେଭିଡ୍‌ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଫିସିଆଲ ପ୍ରମୁଖ ରାୟୁଡୁଙ୍କୁ ମନାଇବାରେ ସଫଳ ହେବାପରେ ସେ ପୁନର୍ବାର କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। କ୍ରିକେଟ୍‌କୁ ଫେରିବା ପରେ ହାଇଦ୍ରାବାଦ୍‌ ପାଇଁ ଭଲ ଖେଳିବାକୁ ଲକ୍ଷ୍ୟ ରଖିଛି ବୋଲି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଚଳିତ ବର୍ଷ ମୋଟ ୩୭ ଦଳ ବିଜୟ ହଜାରେ ଟ୍ରଫିରେ ଅଂଶଗ୍ରହଣ କରୁଥିବାବେଳେ ମୁମ୍ବାଇ ଡିଫେଣ୍ଡିଂ ଚାମ୍ପିୟନ ରହିଛି। ଗ୍ରୁପ୍‌-ବି’ରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ସୌରାଷ୍ଟ୍ର ଓ ଉତ୍ତର ପ୍ରଦେଶ ସହ ହାଇଦ୍ରାବାଦ ସ୍ଥାନ ପାଇଛି।
ହାଇଦ୍ରାବାଦ ଦଳ: ଅମ୍ବାତି ରାୟୁଡୁ (ଅଧିନାୟକ), ବି. ସନ୍ଦୀପ (ଉପ-ଅଧିନାୟକ), ପି. ଅଖଥ୍‌ ରେଡ୍ଡୀ, ତନ୍ମୟ ଅଗ୍ରଓ୍ବାଲ, ଠାକୁର ତିଲକ୍‌ ବର୍ମା, ରୋହିତ୍‌ ରାୟୁଡୁ, ସିଭି ମିଲିନ୍ଦ, ମେହଦି ହାସାନ, ସକେତ୍‌ ସାଇ ରାମ, ମହମ୍ମଦ ସିରାଜ, ମିକ୍‌ଲ ଜୈସଓ୍ବାଲ, ଜେ. ମଲ୍ଲିକାର୍ଜୁନ (ଉଇକେଟ୍‌କିପର), କାର୍ତ୍ତିକେୟ କାକ୍‌, ରବି ତେଜା ଓ ଅଜୟ ଦେବ ଗୌଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ତ୍ରୁଟି ଦର୍ଶାଇଲେ ଗମ୍ଭୀର

ନୂଆଦିଲ୍ଲୀ, ୧ା୧୨ (ପି.ଟି.): ସିଡ୍‌ନୀଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓପନିଂ...

ସୁସ୍ଥ ଅଛନ୍ତି ରସିଦ ଖାଁ

ଟଣ୍ଟନ,୯ା୬: ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାଁ ଏବେ ଫିଟ୍‌ ଅଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଲୋକି ଫର୍ଗୁସନଙ୍କ ଏକ ଶଟ୍‌ ପିଚ...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ...

ପରିବେଶଭିତ୍ତିକ ହେବ ସାଇର ସମସ୍ତ ଷ୍ଟାଡିୟମ

ନୂଆଦିଲ୍ଲୀ,୫।୬(ପିଟି)- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ସମସ୍ତ ଷ୍ଟାଡିୟମ ଓ ଏକାଡେମୀ ପରିବେଶଭିତ୍ତିକ ହେବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ବୁଧବାର ଘୋଷଣା କରିଛନ୍ତି।...

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାର ପ୍ରମୋଦ ଭଗତ୍‌ ୨ଟି ସ୍ବର୍ଣ୍ଣ ପଦକ ଜିତି ଦେଶ...

ଦିନିକିଆରୁ ଅବସର ନେଇ ପାରନ୍ତି ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୯।୧- ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ କ୍ୟାରିୟରକୁ ନେଇ ନାନା ଆଲୋଚନା ଚାଲିଛି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ...

ଆଇପିଏଲ୍‌-୧୪: ନୂଆ ଅଧିନାୟକଙ୍କ ଲଢ଼େଇ

ମୁମ୍ବାଇ,୧୫।୪(ପି.ଟି.): ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍‌ର ପରାଜୟକୁ ଭୁଲି ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

ଏହି ଖେଳାଳି ପ୍ରସ୍ତୁତ କରିପାରିବେ କରୋନା ଟିକା, କାହିଁକି ଏମିତି କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ...

Advertisement
Archives

Model This Week