Posted inଖେଳ

ରାୟୁଡୁ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ

ହାଇଦ୍ରାବାଦ, ୧୫।୯- ଅବସର ନିଷ୍ପତ୍ତିରୁ ଓହରିବାର ପାଖାପାଖି ୨ ସପ୍ତାହ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ଲାଗି ହାଇଦ୍ରାବାଦ କ୍ରିକେଟ୍‌ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଚଳିତ ମାସ ଅନ୍ତିମ ଭାବରେ ୫୦ ଓଭର ବିଶିଷ୍ଟ ଘରୋଇ କ୍ରିକେଟ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଗତ ବିଶ୍ୱକପ୍‌ରେ ଭାରତର ୪ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ରାୟୁଡୁ ଦୌଡ଼ର ସର୍ବାଗ୍ରେ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା। ତେବେ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ରହିଥିଲେ ମଧ୍ୟ ବିଜୟ ଶଙ୍କରଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କୁ ପ୍ରାଧାନ୍ୟ ଦିଆଯିବା ପରେ ରାୟୁଡୁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ପ୍ରାକ୍ତନ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ଭି.ଭି.ଏସ୍‌. ଲକ୍ଷ୍ମଣ, ନୋଏଲ୍‌ ଡେଭିଡ୍‌ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଫିସିଆଲ ପ୍ରମୁଖ ରାୟୁଡୁଙ୍କୁ ମନାଇବାରେ ସଫଳ ହେବାପରେ ସେ ପୁନର୍ବାର କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। କ୍ରିକେଟ୍‌କୁ ଫେରିବା ପରେ ହାଇଦ୍ରାବାଦ୍‌ ପାଇଁ ଭଲ ଖେଳିବାକୁ ଲକ୍ଷ୍ୟ ରଖିଛି ବୋଲି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଚଳିତ ବର୍ଷ ମୋଟ ୩୭ ଦଳ ବିଜୟ ହଜାରେ ଟ୍ରଫିରେ ଅଂଶଗ୍ରହଣ କରୁଥିବାବେଳେ ମୁମ୍ବାଇ ଡିଫେଣ୍ଡିଂ ଚାମ୍ପିୟନ ରହିଛି। ଗ୍ରୁପ୍‌-ବି’ରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ସୌରାଷ୍ଟ୍ର ଓ ଉତ୍ତର ପ୍ରଦେଶ ସହ ହାଇଦ୍ରାବାଦ ସ୍ଥାନ ପାଇଛି।
ହାଇଦ୍ରାବାଦ ଦଳ: ଅମ୍ବାତି ରାୟୁଡୁ (ଅଧିନାୟକ), ବି. ସନ୍ଦୀପ (ଉପ-ଅଧିନାୟକ), ପି. ଅଖଥ୍‌ ରେଡ୍ଡୀ, ତନ୍ମୟ ଅଗ୍ରଓ୍ବାଲ, ଠାକୁର ତିଲକ୍‌ ବର୍ମା, ରୋହିତ୍‌ ରାୟୁଡୁ, ସିଭି ମିଲିନ୍ଦ, ମେହଦି ହାସାନ, ସକେତ୍‌ ସାଇ ରାମ, ମହମ୍ମଦ ସିରାଜ, ମିକ୍‌ଲ ଜୈସଓ୍ବାଲ, ଜେ. ମଲ୍ଲିକାର୍ଜୁନ (ଉଇକେଟ୍‌କିପର), କାର୍ତ୍ତିକେୟ କାକ୍‌, ରବି ତେଜା ଓ ଅଜୟ ଦେବ ଗୌଡ।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ବିପୁଳ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri