Posted inଖେଳ

ରାହୁଲଙ୍କୁ ସମସ୍ୟା କରିବନି ନୂଆ ବଲ୍‌

ମୁମ୍ବାଇ, ୨୨ା୬ (ପି.ଟି.)-ଚଳିତ ବିଶ୍ୱକପ୍‌ରେ ନୂଆ ବଲ୍‌କୁ ସାମ୍ନା କରିବା କେ.ଏଲ୍‌. ରାହୁଲଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏକଥା କହିଛନ୍ତି। ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ରୂପେ ତାଙ୍କ ଟେକ୍‌ନିକ୍‌ ଠିକ୍‌ ରହିଛି। ବୃଦ୍ଧାଙ୍ଗୁଳିରେ ଆଘାତ ଯୋଗୁ ନିୟମିତ ଓପନର ଶିଖର ଧାଓ୍ବନ ଦଳରୁ ବାଦ୍‌ ପଡ଼ିବା ପରେ ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ରାହୁଲ ଓପନ କରିଥିଲେ। କର୍ନାଟକର ଏହି ବ୍ୟାଟ୍ସମ୍ୟାନ ମ୍ୟାଚରେ ୮୭ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୫୭ ରନ କରିବା ସହ ରୋହିତ ଶର୍ମାଙ୍କ ସହ ୧୩୬ରନର ପାର୍ଟନରଶିପ୍‌ କରିଥିଲେ। ଧାଓ୍ବନ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଯୁୁବ ଖେଳାଳି ରିଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି। ଫଳରେ ଭାରତର ଅବଶିଷ୍ଟ ମ୍ୟାଚଗୁଡ଼ିକରେ ରୋହିତଙ୍କ ସହିତ ରାହୁଲ ଓପନିଂ କରିବା ପକ୍କା ହୋଇଛି। ଲାରାଙ୍କ ହିସାବରେ ବିରାଟ କୋହଲିଙ୍କ ପରେ ରାହୁଲ ହେଉଛନ୍ତି ଭାରତର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ତାଙ୍କୁ ମିଳିଥିବା ସୁଯୋଗର ସେ ହାତଛଡ଼ା କରିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ମ୍ୟାଚ୍‌ ପୂର୍ବରୁ ହୋଇପାରେ ଜାତୀୟ ସଙ୍ଗୀତ ଗାନ

ନୂଆଦିଲ୍ଲୀ,୭।୧୧(ପି.ଟି.)- ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ମାଲିକ ନେସ ଓ୍ବାଡିଆ ଲିଖିତ ଭାବେ...

ମୋ ପୁଅ, ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ: ସଚିନ ତେନ୍ଦୁଲକର

ମୁମ୍ବାଇ,୨୯।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ନିଜ ପୁଅ, ଝିଅଙ୍କୁ ନେଇ ବେଶ୍‌ ସତର୍କ। ନିକଟରେ ପୁଅ ଅର୍ଜୁନ ଏବଂ ଝିଅ...

ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ ହୋଇପାରେ: କୋହଲି

ଲିଡ୍ସ,୨୪।୮ : ଓ୍ବିନିଂ କମ୍ବିନେଶନରେ କୌଣସି ପ୍ରକାର ପରିବର୍ତ୍ତନ ଚାହାନ୍ତି ନାହିଁ ଭାରତୀୟ ଅଧିନାୟକ ବିରାଟ କୋହଲି। କିନ୍ତୁ ହେଡିଂଲେ ପିଚ୍‌କୁ ଦେଖିବା ପରେ ଅଭିଜ୍ଞ...

ନ୍ୟାଶନାଲ ସ୍ପୋର୍ଟ୍ସ କୋଡ୍‌: ସତ୍ୟପାଠ ଦାଖଲ କରିବ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୧ା୧୨ (ପି.ଟି.)- ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ସତ୍ୟପାଠ କରାଯିବ। ଏଥିରେ ବିବାଦୀୟ ନ୍ୟାଶନାଲ ସ୍ପୋଟର୍‌ସ କୋଡ୍‌ ୨୦୧୭ର ସମୀକ୍ଷା ପାଇଁ...

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ...

ନିଜ ସମ୍ପର୍କରେ ବଡ଼ ଖୁଲାସା କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୬।୨: ନିକଟରେ କ୍ରିକେଟର ଲମ୍ବା ଫର୍ମାଟରେ ୪୦୦ ଉଇକେଟ ପୂରଣ କରିଥିବା ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ସମ୍ପର୍କରେ ଏକ ବଡ଼ ଖୁଲାସା...

ଦିନେ ପିତାଙ୍କ କାନ୍ଧ ଉପରେ ବସି ସଚିନ..ସଚିନ… ଚିତ୍କାର କରୁଥିଲେ, ଆଜି ଭାଙ୍ଗିଲେ ତାଙ୍କ ରେକର୍ଡ

ନାଗପୁର, ୧୨।୧୧: ପଡିଆ ବାହାରେ ବସି ନିଜ ଆଦର୍ଶ ଖେଳାଳିଙ୍କୁ ଚିୟର୍‌ କରୁଥିବା ଜଣେ ପ୍ରଶଂସକ, ଦିନେ ତାଙ୍କ ରେକର୍ଡ ଭାଙ୍ଗିବେ ତାହା କେହି ସ୍ବପ୍ନରେ...

‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍‌ ଖେଳିବା’

ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍‌ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି...

Advertisement
Ten Cric Info


Archives

Model This Week