ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଭାଜପାର ଷ୍ଟାର ପ୍ରଚାରକମାନେ ସେଠାରେ ଆୟୋଜିତ ରାଲିରେ ଯୋଗ ଦେଉଛନ୍ତି। ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ଯୋଗ ଦେବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ରାହୁଲ ବାବା ପଚାରୁଛନ୍ତି ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) କିଏ ଆଣିଛି। ଅନୁପ୍ରବେଶକାରୀଙ୍କୁ କାହିଁକି ବାହାର କରି ଦିଆଯାଉଛି। ଏମାନେ କୁଆଡେ ଯିବେ କେମିତି ରହିବେ। ଏହି ପ୍ରଶ୍ନକୁ ନେଇ ଶାହ ଉତ୍ତର ରଖିଛନ୍ତି, ଏମାନେ କ’ଣ ରାହୁଲ ବାବାଙ୍କ ଦାଦାପୁଅ ଭାଇ କି? କେବଳ ସେତିକି ନୁହେଁ କଡା ସ୍ବରରେ ଶାହ କହିଛନ୍ତି ୨୦୨୪ ମଧ୍ୟରେ ଦେଶରେ ଥିବା ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବାହାର କରିବାର କାମ କେବଳ ଭାଜପା ସରକାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ: ଅନିର୍ଦ୍ଦିଷ୍ଟ କାଳ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୫ା୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା କାଉନ୍‌ସିଲରଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁ ମଙ୍ଗଳବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଦ୍ୱିତୀୟ ଥର...

ବାହାନଗା ଟ୍ରେନ୍‌ ଦୂର୍ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡିଶା ଆସିବେ ମମତା

କୋଲକତା,୩।୬:ବାହାନଗା ଟ୍ରେନ୍‌ ଦୂର୍ଘଟଣାରେ ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ବାଲେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରବା...

କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୧୭।୪, କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କର ହତ୍ୟା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ ଦେଖାଦେଇଛନ୍ତି।...

ବିହାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଶିଶୁ ମୃତ୍ୟୁ ପ୍ରତି ନାହିଁ ଦରଦ: ଖବରଦାତା ସମ୍ମିଳନୀରେ ପଚାରିଲେ ଗଲାଣି କେତେ ଓ୍ବିକେଟ୍‌

ପାଟନା,୧୮।୬: ବିହାରରେ ଜାପାନିଜ୍‌ ଇନସେଫାଲଇଟିସ୍‌ରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ଓ...

ଭୂସ୍ଖଳନରେ ୪ ଶିଶୁଙ୍କ ସମେତ ୫ ଜୀବନ ଗଲା

ଶିମଲା,୨୬।୯: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏରାସ୍ତ ପଞ୍ଚାୟତର ରାକ୍ସୋଡି ଗ୍ରାମରେ ଭୂସ୍ଖଳନ ଯୋଗୁ ଏକ ଘର ଭୁଶୁଡ଼ି ପଡ଼ିଥିଲା।...

ସୀମାରେ ବଢୁଛିି ସ୍ପାଇକ୍‌ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ସଂଖ୍ୟା: ସେନାମୁଖ୍ୟ

ନୂଆଦିଲ୍ଲୀ,୬।୨: ଭାରତ-ପାକିସ୍ତାନ ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ...

ପାତରଅନ୍ତର କରୁଛନ୍ତି ନିର୍ବାଚନ କମିଶନ

କୋଲକାତା, ୧୪।୪: ନିର୍ବାଚନ କମିଶନ (ଇସି) ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ...

ନେହେରୁଙ୍କ ଭାରତର ଅଧା ଏମ୍‌ପି ଦାଗୀ

ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍‌ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ...

Advertisement
Archives

Model This Week