ରାସ୍ତା ମରାମତି ଦାବି

ତାଳଚେର,୧୧ା୧୦(ନି.ପ୍ର.)- ୧୪୯ ନମ୍ବର ଜାତୀୟ ରାଜପଥର ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ବଡ଼ ବଡ଼ ଖାଲ ଯୋଗୁ ପ୍ରତ୍ୟେହ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବାଇକ୍‌ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷାହେଲେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡୁଛି। ଖାଲରେ ପାଣି ଭର୍ତ୍ତି ହୋଇଯିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ତାଳଚେର ଉପଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ସନ୍ଥପଡା ସରପଞ୍ଚ ରିନା ବେହେରା, ସହଦେବ ସାହୁ, ପୁଲିନ ବିହାରୀ ନାୟକ ଓ ଅନ୍ୟମାନେ ଏହି ଅଭିଯୋଗ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁର କ୍ୟାଡର ପିପିଙ୍କୁ ସମ୍ବର୍ଦ୍ଧନା

ଜଗତ୍‌ସିଂହପୁର ଅଫିସ,୯ା୧୨: ଓଡ଼ିଶା କ୍ରାଇମବ୍ରାଞ୍ଚ ତରଫରୁ ଜଗତ୍‌ସିଂହପୁର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ନଳିନୀକାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାମଲା ପରିଚାଳନାରେ ସାମଗ୍ରୀକ ସଫଳତା...

ଯେଉଁ ବସ୍‌ରେ ଆସିଲେ ସେଇ ମାଡ଼ିଗଲା

ପାପଡାହାଣ୍ଡି,୧୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ଚକତଳେ ଚାପିହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ...

ଶ୍ରୀରାମ ନବମୀ ମହୋତ୍ସବ, କଟକଣାରେ ମହାଯଜ୍ଞ

ଭଦ୍ରକ ଅଫିସ,୨୨।୪- କରୋନା ମହାମାରୀ ଯୋଗୁ ଚଳିତବର୍ଷ ମଧ୍ୟ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଫିକା ପଡ଼ିଛି। ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା...

ପରିବା ଟ୍ରକ୍‌ ଓଲଟି ମହାରାଷ୍ଟ୍ରର ୨ ମୃତ

ଭଞ୍ଜନଗର,୧୮ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତାରାସିଂଙ୍ଗ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ପରିବା ବୋଝେଇ ଟ୍ରକ୍‌ ଗଛରେ ପିଟି...

ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେଭି ତାର

କଣିହାଁ, ୧୧ା୨(ଡି.ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ନିରୀହ ଜୀବନ ଯାଉଥିଲେ ହେଁ ଚେତୁନାହାନ୍ତି ଅଧିକାରୀ। ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌...

ଭିସେରା ରିପୋର୍ଟକୁ ଅପେକ୍ଷା

ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ...

କେନ୍ଦୁଝର ଟ୍ରକ୍‌ ମାଲିକ ସଂଘ ବିବାଦ: ପୂର୍ବତନ କର୍ମକର୍ତ୍ତାଙ୍କ ଇସ୍ତଫା ଦାବି

କେନ୍ଦୁଝର,୨୯ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଏନେଇ ଅକ୍ଟୋବର ୩୧ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘ...

ରାୟଗଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ମୁନିଗୁଡା,୧୪।୧୧: ରାୟଗଡ଼ା କଳାହାଣ୍ଡି ସୀମା ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ...

Advertisement
Archives

Model This Week