Posted inଭଦ୍ରକ

ରାସ୍ତା ମଝିରେ ଆକ୍ରାନ୍ତଙ୍କୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ପଦ୍ମପୁର, ୨୫ା୮(ଡି.ଏନ୍‌.ଏ.)- କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ କଟକରୁ ଗାଁକୁ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତା ମଝିରେ ଛାଡ଼ି ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦପାଟଣା ଗ୍ରାମରେ ଏହି ଘଟଣା ଘଟିଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେବା ପାଇଁ ଜିଦ୍‌ ଧରି ରୋଗୀଙ୍କୁ ଶୁଆଇ ରାସ୍ତା ଅବରୋଧ କରିଥିଲେ। ଫଳରେ ବାସୁଦେବପୁର-ଧାମରା ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଖବର ପାଇ ନାୟିକାଣିଡିହୀ ଥାନାଧିକାରୀ ଉମାଶଙ୍କର ନାୟକ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏକ ଘଣ୍ଟା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ମହିଳା ଜଣକ କଟକର ଏକ ହସ୍ପିଟାଲରେ ଗତ ୧୫ ଦିନ ହେଲା ଚିକତ୍ସିିତ ହେଉଥିଲେ। କରୋନା ପରୀକ୍ଷାରୁ ପିଜିଟିଭ୍‌ ରିପୋର୍ଟ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ସୋମବାର ମଧ୍ୟାହ୍ନରେ ଉକ୍ତ ମହିଳାଙ୍କୁ ଆଣିଥିବା ଘରୋଇ ଆମ୍ବୁଲାନ୍ସଟି ବାଲିମୁଣ୍ଡା ବଜାରରେ ଛାଡ଼ି ପଳାଇ ଯାଇଥିଲା। ମହିଳା ଜଣକ ସେଠାରେ ୪ ଘଣ୍ଟା ଧରି ପଡ଼ି ରହିଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ନ ଥିଲା। ଏସଂକ୍ରାନ୍ତରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଆକ୍ରାନ୍ତଙ୍କୁ ଭଦ୍ରକ ସାଳନ୍ଦୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବେ ବୋଲି କହିଛନ୍ତି। ରିପୋର୍ଟ ଲେଖା ବେଳକୁ ଆକ୍ରାନ୍ତ ମହିଳା ବାଲିମୁଣ୍ଡା ହାଟଚାଳୀରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାବା ଆଖଣ୍ଡଳମଣିଙ୍କୁ ମକର ପୋଡପିଠା ସମର୍ପଣ

ଧୂଷୁରୀ, ୧୪।୧, (ଦୀପ୍ତି ରଞ୍ଜନ ନାୟକ) : ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ...

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି...

ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ...

ରେଳପଥରେ ଫାଟିଲା ଟ୍ରାନ୍ସଫର୍ମର, ୨ ଶ୍ରମିକ ପୋଡ଼ି ଗୁରୁତର

ତିହିଡ଼ି,୪ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରଲାପଥର ଗୁରୁଦାସପୁର ରେଳପଥରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟିଯିବା ଫଳରେ ନିଆଁରେ ପୋଡ଼ିଯାଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି l...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଧୂଷୁରୀ,୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ହସନାବାଦ ପଞ୍ଚାୟତ ବନବାଗ ଗ୍ରାମରେ ଶୁକ୍ରବାର ଏକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଭରତ ଦାସ ଏବଂ...

ନୂଆବର୍ଷରେ ବାବା ଆଖଣ୍ଡଳମଣିକୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଧୂଷୁରୀ,୧ା୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର୍‌ ୪.୩୦ରେ ମନ୍ଦିର ପହଡ଼ ଖୋଲିବା ପରେ...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri