Posted inଜାତୀୟ

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତବର୍ଷ ଡିସେମ୍ବର ୧୫ରୁ ଦିଲ୍ଲୀର ଶାହିନବାଗ୍‌ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଚଳାଇଥିବା ବିକ୍ଷୋଭକାରୀ ସର୍ବସାଧାରଣ ରାସ୍ତା ଅବରୋଧ କରି ଅନ୍ୟମାନଙ୍କୁ ଅସୁବିଧାରେ ପକାଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଶାହିନବାଗ୍‌ରୁ ବିକ୍ଷୋଭକାରୀଙ୍କୁ ହଟାଇ କାଳିନ୍ଦୀ କୁଞ୍ଜ-ଶାହିନବାଗ ରାସ୍ତାକୁ ଯାନ ଚଳାଚଳ ପାଇଁ ମୁକ୍ତ କରିବା ଲାଗି ଆବେଦନ ହୋଇଥିଲା। ଏନେଇ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୭କୁ ଧାର୍ଯ୍ୟ କରାଯାଇଛି।
ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିପାରିବ ନାହିଁ। ଯଦି ଆପଣମାନଙ୍କର ଆନ୍ଦୋଳନ କରିବାର ଅଛି ତେବେ ଏଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ କରିବାକୁ ଖଣ୍ଡପୀଠ କହିଛନ୍ତି। ଶାହିନବାଗ୍‌ ଆନ୍ଦୋଳନ ବିରୋଧରେ ଦାଏର ପିଟିଶନର ଶୁଣାଣି ଦିଲ୍ଲୀ ନିର୍ବାଚନ ପରେ ହେବ ବୋଲି ଗତ ୭ ତାରିଖରେ ସର୍ବୋଚ୍ଚ ଅଦାଲତ କହିଥିଲେ।
ସେହିପରି ଆନ୍ଦୋଳନସ୍ଥଳରେ ୪ ମାସର ଶିଶୁ ମୃତ୍ୟୁକୁ ନେଇ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆନ୍ଦୋଳନରେ ୪ ମାସର ଶିଶୁ ଭାଗନେଇପାରିବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ କେତେକ ମହିଳା ଆଇନଜୀବୀଙ୍କୁ ଚେତାବନୀ ଦେଇଛନ୍ତି। ସିଏଏ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବା ପିଲାମାନଙ୍କୁ ଆତଙ୍କବାଦୀ, ଦେଶଦ୍ରୋହୀ ଓ ପାକିସ୍ତାନୀ ବୋଲି କୁହାଯାଉଥିବା ମହିଳା ଆଇନଜୀବୀ ବିସ୍ଫୋରକ ଅଭିଯୋଗ କରିଥିଲେ। ମାଆମାନଙ୍କ ସହ ପିଲାମାନେ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଥିଲେ ବୋଲି ଆଇନଜୀବୀ ମତ ରଖିଥିଲେ।
ଶିଶୁ ମୃତ୍ୟୁକୁ ନେଇ ଜାତୀୟ ସାହସିକତା ପୁରସ୍କାର ବିଜେତା ୧୨ ବର୍ଷର ବାଳକ ଗୁଣରତନ ସଦାବର୍ତ୍ତେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ପତ୍ର ଲେଖିଥିଲେ। ଶିଶୁ ମୃତ୍ୟୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ୪ ମାସର ଶିଶୁ ମହମ୍ମଦ ଜହାନ ତା ମାଆବାପାଙ୍କ ସହ ପ୍ରତିଦିନ ବିକ୍ଷୋଭସ୍ଥଳକୁ ଆସୁଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁ ଜାନୁୟାରୀ ୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାର ଶୁଣାଣି ବେଳେ ଆଇନଜୀବୀମାନେ ବିସ୍ଫୋରକ ବୟାନ ନ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେ, ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର...

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର...

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ୧,୨୦୦ରୁ ଊର୍ଦ୍ଧ୍ୱ ଉପହାରକୁ ନିଲାମ କରାଯିବ। ମୋଦିଙ୍କ ଉପହାର ଇ-ଅକ୍ସନର ଚତୁର୍ଥ ସଂସ୍କରଣ ପ୍ରକ୍ରିୟା ଆସନ୍ତା ୧୭ ତାରିଖରୁ...

ଶାହଙ୍କ ବିଧାନସଭା ମିଶନ: ହରିୟାଣା, ମହାରାଷ୍ଟ୍ର ଓ ଝାଡଖଣ୍ଡ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ, ୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧାନସଭା ମିଶନ ଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ...

ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର; ଆଉ ତା’ପରେ

ଚେନ୍ନାଇ,୨୩।୮:କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ...

ଲକ୍ଷ୍ମୀପୁର ହିଂସା, ୪୫ ଲକ୍ଷ କ୍ଷତି ପୂରଣରେ ପ୍ରଶାସନ-କୃଷକଙ୍କ ମଧ୍ୟରେ ସହମତି…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ୪ ମୃତକଙ୍କ ପରିବାରଙ୍କୁ ୪୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା...

କରୋନା କବଳରେ ୧୨୨ ସିଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ଏବେବି ଏହା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୨ ହଜାରରୁ...

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି...

Advertisement
Archives

Model This Week