ରାସ୍ତା ପାଲଟିଛି ଦୁର୍ଗମ: ଖମ୍ବ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ହାକାଣ୍ଡ ପୋଖରୀରୁ ମାଣିକ ସିମୁଳିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ(ବିନ୍ଦୁ ଧର୍ମ)ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଦୁର୍ଗମ ହୋଇପଡିଛି। ଫଳରେ ଏହି ରାସ୍ତାରେ ଚାରିଚକିଆ ଯାନବାହନ ଚଳାଚଳକୁ ଗ୍ରାମବାସୀ ରାସ୍ତାରେ ଖମ୍ବ ପୋତି ବନ୍ଦ କରିଦେଇଛନ୍ତି ।

ଗ୍ରାମ ଉନ୍ନୟନ ବିଭାଗର ୧ କି.ମି. ଦୂର ଏହି ରାସ୍ତା ଏବେ ପାଣି କାଦୁଅରେ ପଚ ପଚ ହେଉଛି । ରାସ୍ତାର ଅନେକ ଜାଗାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହିଛି । ଫଳରେ ମାଟି କାଦୁଅ ଭର୍ତ୍ତି ଏହି ରାସ୍ତାରେ ଯାତାୟାତ କରିବା କଷ୍ଟସାଧ୍ୟ ହୋଇଛି । ଏପରିକି ପାଦରେ ଚାଲି କରି ଯିବା କଷ୍ଟକର ହୋଇଛି। ଛୋଟ ଛୋଟ ସ୍କୁଲ ପିଲା ଓ ବୟସ୍କ ଲୋକମାନେ ଏବେ ବର୍ଷା ଯୋଗୁ ରାସ୍ତାରେ ଯାଆସ କରିପାରୁନାହାନ୍ତି। ସେବା କେନ୍ଦ୍ରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ହାକାଣ୍ଡ ପୋଖରୀ ପାଖରେ ସେମାନଙ୍କ ଗାଡି ରଖି ପାଣି ଓ କାଦୁଅରେ ଚାଲି ଚାଲି ଆସୁଛନ୍ତି । ଆଶ୍ରମର ଭକ୍ତମାନେ ପ୍ରାତଃ ଓ ସାନ୍ଧ୍ୟ ପ୍ରାର୍ଥନାସଭାକୁ ମଧ୍ୟ ଯିବାକୁ ପ୍ରମାଦ ଗଣୁଛନ୍ତି । ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଜିଲାପାଳ, ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍‌ପି, ବିଧାୟକ ପ୍ରମୁଖଙ୍କୁ ବାରମ୍ବାର ଜଣାଇ ଏବେ ନିରାଶ ହୋଇ ବସିଛନ୍ତି। ସେମାନଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଛି । ଚଳିତବର୍ଷ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତାରେ ପାଣି କାଦୁଅକୁ ଦେଖି ଚାରିଚକିଆ ଯାନ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି । ରାସ୍ତାରେ ସେମାନେ ଖୁମ୍ବ ପୋତି ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ଦେଶ ସ୍ବାଧୀନ ହେବାଠୁ ୭୦ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଏଭଳି ଦୁର୍ଗମ ରାସ୍ତା ଜନପ୍ରତିନିଧିମାନଙ୍କର ଦୃଷ୍ଟିଗୋଚରକୁ ନ ଆସିବା ପରିତାପର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଜନୈତିକ ବାଛବିଚାର ଯୋଗୁ ଏହି ରାସ୍ତାର ପ୍ରଶସ୍ତୀକରଣ ହେଉନାହିଁ ବୋଲି କେତେଜଣ ବୟସ୍କ ଗ୍ରାମବାସୀ କହିଛନ୍ତି । ରାସ୍ତା ବନ୍ଦ ଯୋଗୁ ୧୦୨ ଓ ୧୦୮ ଗାଡି ଗାଁ ଭିତରକୁ ନ ଯାଇ ପ୍ରାୟ ୧ କି.ମି. ବ୍ୟବଧାନରେ ରହୁଛି। ଫଳରେ ପ୍ରସୂତି ଓ ସେମାନଙ୍କର ଅଭିଭାବକମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଓ ଆଶ୍ରମର ଅନ୍ତେବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ଲଘୁଚାପ: ୨ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର...

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ...

ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ...

ସୁସ୍ଥ ହେଲେ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୮ା୨- ଓଡ଼ିଶାରେ ସୋମବାର ୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୧୨, ବାଲେଶ୍ୱର ଓ କଟକରୁ ୯, ବରଗଡ଼ରୁ ୮, ପୁରୀ...

ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ଖଡିଆଳ,୨୨।୮(ଡି.ଏନ.ଏ.)  ନୂଆପଡା ଜିଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଥିଲା । କଲେଜର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ରମାନେ ଶ୍ରେଣୀ ବର୍ଜନ...

ଡେରାବିଶରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ୬୮ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ

ଡେରାବିଶ,୭ା୫(ସ୍ବ.ପ୍ର.): ଲକ୍‌ଡାଉନ୍‌ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି।...

ଏଲ୍‌ପିଜି ଯୋଗାଣ ଠିକ୍‌ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦେଶର ତୈଳ ବିପଣନ କମ୍ପାନୀର ଜିଲା ନୋଡାଲ ଅଫିସରମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ଏହି...

ବିସିସି ବ୍ୟାଙ୍କ କୃଷିଋଣ ପ୍ରଦାନ କରିଛି ୨୦୭.୧୭ କୋଟି

ବ୍ରହ୍ମପୁର ଅଫିସ,୨ା୮- ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କୃଷିଋଣ ପ୍ରଦାନ ଜୁଲାଇ ୩୧ରେ ଶେଷ...

Advertisement
Archives

Model This Week