ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ ବିଛାଯାଇଥିଲା। ଏବେ ଶୋଚନୀୟ ହୋଇପଡ଼ିଥିବାରୁ ଗ୍ରାମବାସୀ ଯାତାୟାତରେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ସେମାନେ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟିଗୋଚର କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। ଖାଲଖମା ରାସ୍ତାରେ ପଡ଼ି ଲୋକେ ଆହତ ହେଉଥିବା ନଜିର ରହିଛି। ଫଳରେ ଗ୍ରାମବାସୀ ନିଜେ ଖର୍ଚ୍ଚ କରି ରାସ୍ତା ତିଆରି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗୋଟିଏ ସପ୍ତାହରେ ଗ୍ରାମରେ ହନୁମାନ ପ୍ରତିଷ୍ଠା ଉତ୍ସବ ଏବଂ ଦୋଳପୂର୍ଣ୍ଣିମାରେ କୀର୍ତ୍ତନ ଥିବାରୁ କେତେକ ବ୍ୟକ୍ତି ଜେସିବି ଆଣି ମାଟି ଖେଳାଇ ବଜ୍ରିଗୁଣ୍ଡ ପକାଇ ରୋଲିଂ କରିବା ଆରମ୍ଭ କରିଛନ୍ତି। ଗ୍ରାମର ନିରାକାର ରାଉତଙ୍କ ନେତୃତ୍ୱରେ ବସନ୍ତ ସେନାପତି, ଦିବାକର ରାଉତ, ରତ୍ନାକର ରାଉତ, ବିଜୟ ରାଉତ, ସଦାଶିବ ରାଉତ, ନିରାକାର ପାତ୍ର, ରମାକାନ୍ତ ମହାନ୍ତି, ବଳରାମ ସାମଲ, ହରିହର ସାମଲ, ଧନେଶ୍ୱର ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, କାହ୍ନୁ ସାମଲ, ମୁନା ରାଉତ ପ୍ରମୁଖ ରବିବାର ରାସ୍ତାକାମରେ ସାମିଲ ହୋଇଥିଲେ। ପ୍ରଶାସନ ଉକ୍ତ ରାସ୍ତାର ୩ ନମ୍ବର କେନାଲଠାରୁ ବାଇଗଡ଼ିଆ ଭାୟା ସୁନିକୁ କଂକ୍ରିଟ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଭାରତ ବନ୍ଦ ଡାକରା ପ୍ରଭାବଶୂନ୍ୟ

ବାଲେଶ୍ୱର ଅଫିସ, ୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ବରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାର ପୂର୍ବାହ୍ନ ୯ଟା ସମୟରେ...

ଚାଷୀ ଆତ୍ମହତ୍ୟା ଘଟଣା:ଜିଲାପାଳଙ୍କୁ ଭେଟିଲା ଚାଷୀ ମୂଲିଆ ସଂଘ

ବାଲେଶ୍ୱର ଅଫିସ,୨୮।୭-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୁଶାନ୍ତ କୁମାର ବେହେରା ଗତ ୨୩ତାରିଖରେ ଋଣ ବୋଝ ସହି ନ ପାରି ଆତ୍ମହତ୍ୟା...

ଚୋରି ବୋଲେରୋ ଖୋଜିବାରେ ପୋଲିସର ଅବହେଳା : ପ୍ରତିବାଦରେ ରାସ୍ତା ଅବରୋଧ

ବାଲେଶ୍ୱର ଅଫିସ,୨୨।୮: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ପରଖି ଗ୍ରାମ ମୁଖ୍ୟ ରାସ୍ତାକୁ ଗୁରୁବାର ପୂର୍ବାହ୍ନରେ ଗ୍ରାମବାସୀ ଅବରୋଧ କରିଛନ୍ତି। ସୂଚନା ଯେ, ଗତ ୧୯...

ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ...

ଦୁଇ ଭାଇଙ୍କ ମାର୍‌ପିଟ୍‌ ବେଳେ ଶିଶୁ କନ୍ୟାଙ୍କ ଜୀବନ ଗଲା

ରୂପସା,୨୫।୧: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ଓଡ଼ଙ୍ଗୀ ପଞ୍ଚାୟତ ଜୁଣଗଡିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ...

ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ

ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି।...

ସୌମ୍ୟଙ୍କ ଘରେ ଖଇରା ପୋଲିସ

ଖଇରା,୧୨ା୮(ଡି.ଏନ.ଏ.): ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତ ଉପରେ...

ବଜ୍ରପାତରେ ଦୁଇଜଣଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୨୮ା୫: ବାଲେଶ୍ୱର ଜିଲାରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଗୁରୁବାର ପୂର୍ବାହ୍ନରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା।...

Advertisement
Archives

Model This Week