ରାସ୍ତା କାମ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୭।୩-ବାଲେଶ୍ୱର ପୌରପାଳିକା ଅଧୀନ ୪୦ ରାସ୍ତା କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ କରାଯାଉଛି। ଏନେଇ ଶୁକ୍ରବାର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ସଦର ବିଧାୟକ ମଦନମୋହନ ଦତ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
୨୦୧୯ ସେପ୍ଟେମ୍ବର ୨୮ ତାରିଖରେ ପତ୍ର ସଂଖ୍ୟା ୧୧୨୪ରେ ସଦର ବିଧାୟକ ଦତ୍ତ ସହରର ୮୦ଟି ବେହାଲ ରାସ୍ତାର ମରାମତି ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିବେଦନ କରିଥିଲେ। ଇତିମଧ୍ୟରେ ୪୦ଟି ରାସ୍ତା କାର୍ଯ୍ୟର ମରାମତି ପାଇଁ ଟେଣ୍ଡର ଆହ୍ବାନ ପରେ ବିଭାଗୀୟ ବିଡ଼ିଂ, ଲଟେରି ପ୍ରକ୍ରିୟା ଶେଷ କରି ଶୁଭ ଦେଇ କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇ ନାହଁି। ଜିଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟଗୁଡ଼ିକ ଆରମ୍ଭ କରିବାକୁ ଭାଜପା ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଭାଜପା ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପୌରପାଳିକାରେ ବିଧାୟକଙ୍କ ପ୍ରତିନିଧି ସୀତାକାନ୍ତ ସ୍ବାଇଁ, ପୂର୍ବତନ କାଉନସିଲର ସୁଜିତ ଦେବ, ଅଜିତ ମିଶ୍ର, ରାଧାକୃଷ୍ଣ ଦାସ, ଉପେନ୍ଦ୍ର ଶତପଥୀ, ସଂଯୁକ୍ତା ମହାପାତ୍ର, ଦିପୁ ପିରି, ବିବେକ ମହାନ୍ତି, ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ, ସଦର ମିଡ଼ିଆ ସଂଯୋଜକ ଅରୁପ ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ଭୁବନେଶ୍ୱର ଫେରନ୍ତା ଭଡାଟିଆଙ୍କୁ ଘରେ ପୂରାଇଲେନି ମାଲିକ

ବାଲେଶ୍ୱର ଅଫିସ,୧୭।୪-ଭୁବନେଶ୍ୱରରୁ ଫେରିଥିବାରୁ ଜଣେ ଭଡାଟିଆଙ୍କୁ ତାଙ୍କ ଘର ମାଲିକ ଘରେ ନ ପୂରାଇବା ଘଟଣା ବାଲେଶ୍ୱର ଅଡ଼ରବଜାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ...

ଆବଦ୍ଧାଞ୍ଚଳରେ ଦିଆଗଲା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ

ଖଇରା,୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ପଞ୍ଚାୟତର କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ ଜଣେ କଲିକତା ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ...

ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା...

ହାଟ ବନ୍ଦ କଲେ ବିଡିଓ

ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ...

ଏସ୍‌ଏଏନ୍‌ଟି ମିଶାଇଲ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍‌ଏଏନ୍‌ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା...

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର...

ଇଟାଭାଟି ଭାଙ୍ଗି ନ ପାରି ଫେରିଲା ପ୍ରଶାସନ

ରେମୁଣା, ୧୦ା୧(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ନୂଆଗଁାରେ ଘଟଣାର ପୁନରାବୃତ୍ତି ହୋଇଛି। ସେଠାରେ ଜାତୀୟ ରାଜପଥର ପ୍ରାୟ ୨ଶହ ମିଟର ଦୂରରେ ଥିବା ମୁକ୍ତା-୧ ଇଟାଭାଟିକୁ...

Play 250+ Trending Games
Archives

Model This Week

Why Dharitri