ରାସ୍ତା କାମ କଲେ ବିଧାୟକ

ପାପଡାହାଣ୍ଡି,୨୧।୭(ଡି.ଏନ୍‌.ଏ): ରାସ୍ତାରେ ପଡି ରହିଥିଲା ମୋରମ ଗଦା। ୟାତାୟାତରେ ସମସ୍ୟା ହେଉଥିଲା। ଲୋକଙ୍କ ଅସନ୍ତୋଷ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିଲା । ଶେଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ହାତରେ କୋଡ଼ି ଧରି ମୋରମ ସମତୁଲ କରିଥିଲେ। ବିଧାୟକଙ୍କ ଏପରି ରାସ୍ତା କାମ କରିବାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଠାରୁ ଜବାଗୁଡା ମାଟି ରାସ୍ତାରେ ଦୀର୍ଘ ଦିନ ହେଲା ମୋରମ ଗଦା ହୋଇ ପଡିଥିଲା। ଶନିବାର ବିଧାୟକ ଏହି ରାସ୍ତାରେ ଯାଉଥିବା ବେଳେ ଏହା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ଦିନ ହେଲା ଏପରି ମୋରମ ଗଦା ହୋଇଥିବା ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ବିଧାୟକ ଭାବେ ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ନୂତନ ଭାବେ ନିର୍ବାଚିତ ହେବା ପରେ ସେ ଏହି ଅଞ୍ଚଳ ଗସ୍ତ କରିଥିଲେ। ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିଜେ ରାସ୍ତା ଉପରୁ କିଛି ମୋରମକୁ କୋଡ଼ିରେ କାଢି ସମତୁଳ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ସାଧାରଣ ନିର୍ବାଚନ, ଏବେ ପୌର ନିର୍ବାଚନ ଉପରେ ନଜର

ପାରାଦୀପ,୬ା୬(ସ୍ବ.ପ୍ର.): ସାଧାରଣ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତା ଏବେ ଏକ ପ୍ରକାର ଶାନ୍ତ ପଡିଲାଣି। ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେଇସାରିଲେଣି।...

୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮,...

କେନ୍ଦ୍ର, ରାଜ୍ୟ ବିରୋଧରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ୨୩ରେ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କଂଗ୍ରେସ ସଂଗଠନକୁ ଜିଲାସ୍ତରରେ କ୍ରିୟାଶୀଳ କରିବାକୁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ନିରଞ୍ଜନ...

ସ୍ବର ବଦଳାଇଛନ୍ତି ଶାହା; ରାଜ୍ୟ ସଭା ସିଟ୍‌ ପାଇଁ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି: ସୁର

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ପୋଡ଼ା ଟ୍ରାନ୍ସଫର୍ମର କହିଥିଲା। ଏପରିକି ଭାଜପାର କେନ୍ଦ୍ରୀୟ ନେତା ଯେବେ ବି ଓଡ଼ିଶା...

ପୋଲିସ ମେଡାଲ ଘୋଷଣା: ସାହସିକତା, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ଜଣଙ୍କୁ ମିଳିବ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ...

ପାଣି ଆସୁ ଆସୁ କେନାଲରେ ଘାଇ

ବାଲିଆ,୨୪।୭: ବାଲିଆ ଜଳସେଚନ ସେକ୍ସନ ଅଧୀନ ୪ନଂ କେନାଲରେ ପାଣି ଆସୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣି ବିନା...

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’...

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ରାଜନଗର, ୨୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ।...

Play 250+ Trending Games
Archives

Model This Week

Why Dharitri