ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା, ଛତୁ ଦୋକାନ, ଫାଷ୍ଟଫୁଡ୍‌ ଆଦିକୁ ଯାଇ ଜିଲାପାଳ ଯାଞ୍ଚ କରିଥିଲେ ା ସବୁଠି ଅବ୍ୟବସ୍ଥା ଥିବା ଜିଲାପାଳ ଦେଖିବାକୁ ପାଇବା ସହ ବିରକ୍ତି ପ୍ରକାଶ କରିଥିଲୋ କେଉଁଠି ଦୋକାନ ଓ ରାସ୍ତା ଉପରେ ଦୋକାନୀମାନେ ମଇଳା ପକାଇଥିଲେ ତ ଆଉ କେଉଁଠି ରାସ୍ତା ଉପରେ ପନିପରିବା ବିକ୍ରି ହେଉଥିବା ଦେଖିଥିଲେ। ଏପରିକି କେତେକ ଦୋକାନରେ ପଲିଥିନ କାରବାରକୁ ଜିଲାପାଳ ଧରିଥିଲେ। ପୂର୍ବରୁ ମଧ୍ୟ ଗତ ମାସରେ ଅଚାନକ ଜିଲାପାଳ ଓ ତତ୍କାଳୀନ ନିର୍ବାହୀ ଅଧିକାରୀ ପନିପରିବା ମାର୍କେଟ ଓ ଅନ୍ୟ ସ୍ଥାନ ବୁଲି ଏପରି ଅବ୍ୟବସ୍ଥା ଥିବା ଦେଖିବାକୁ ପାଇଥିଲେ। କେତେକଙ୍କଠାରୁ ସେତେବେଳେ ଜରିମାନା ମଧ୍ୟ ଆଦାୟ କରାଯିବା ସହ ଏପରି ନ କରିବାକୁ ତାଗିଦ୍‌ କରାଯାଇଥିଲା ା ତେବେ ଏହାର କେତେଦୂର କାର୍ଯ୍ୟକାରୀ ହୋଇଛି ତାର ଅନୁଧ୍ୟାନ ପାଇଁ ଜିଲାପାଳ ସାଇକେଲରେ ଆସି ଯାଞ୍ଚ କରିଥିଲେ। ତେବେ ଜିଲାପାଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନି ନ ଥିବା ଏଥିରେ ସ୍ପଷ୍ଟ ହୋଇଥିଲା ା ଫାଷ୍ଟଫୁଡ୍‌ ଓ ଚା ଦୋକାନ ଆଗରେ ଡଷ୍ଟବିନ୍‌ ନ ରଖି ଅଳିଆ ଆବର୍ଜନା ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ ା ଏ ସମ୍ପର୍କରେ ଜିଲାପାଳ ପଚାରିବା ପରେ ଫାଷ୍ଟଫୁଡ୍‌ ଓ ଚା ଦୋକାନୀମାନେ ତତ୍‌କ୍ଷଣାତ୍‌ ଉକ୍ତ ଆବର୍ଜନାକୁ ବାହାର କରିଥିବା ଦେଖିବାକୁ ମିଳିଥିଲା। ପରିବା ମାର୍କେଟ ବାହାରେ ରାସ୍ତା ଉପରେ ବିକ୍ରି କରୁଥିବା ଦୋକାନୀଙ୍କୁ ଏପରି ନ ବିକିବାକୁ ନିର୍ଦ୍ଦେଶ ଦେଇଥିଲୋ ରାସ୍ତା ଉପରେ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ଜିଲାପାଳଙ୍କୁ ଭୁଲ୍‌ ମାଗିବା ସହ ଆଉ ଏମିତି ବିକ୍ରି କରିବୁନି ବୋଲି କହିଥିଲେ ା ଛତ୍ରପୁରର ଏକ ମଦଦୋକାନକୁ ମଧ୍ୟ ଜିଲାପାଳ ଯାଇଥିଲେ ା ଦୋକାନ ସମ୍ମୁଖରେ ଗ୍ଲାସ୍‌, ପାଣି ଓ ମଦ ବୋତଲ ପଡି ପୂତିଗନ୍ଧମୟ ଥିବା ଦେଖିବାକୁ ମିଳିଥିଲାା ଉକ୍ତ ମଦ ଦୋକାନ ଉପରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହ ଡଷ୍ଟବିନ୍‌ ରଖି ନ ଥିବା ଓ ପଲିଥିନ ମିଳିଥିତ୍ବା କାରଣରୁ ୪ ଜଣଙ୍କଠାରୁ ମଧ୍ୟ ଜରିମାନା ଆଦାୟ ହୋଇଛି ା ମୋଟ ୨୫,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଓ ଏନ୍‌ଏସି ଷ୍ଟାଫ୍‌ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର...

ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ: ବିପଦ ସଂକେତ ଉପରେ ପ୍ରବାହିତ, ବନ୍ୟା ଆଶଙ୍କା

ଯାଜପୁର ରୋଡ,୮।୯(ନି.ପ୍ର.)- ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ୧୭.୮୫ ମିଟରରେ...

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ଜିଲା ସାନଖେମୁଣ୍ଡି...

‘ଅଭିଯୋଗରେ ରହିଛି ସତ୍ୟତା’

ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଗ୍ରାମରେ ଓଟିଭି ପକ୍ଷରୁ ଜମି ହଡ଼ପ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରାଥମିକ...

ମିଛ କହି କିଡ୍‌ନୀ ବିକିଦେଲେ ସ୍ବାମୀ

ମାଲକାନଗିରି,୨୫ା୮(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍‌ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ...

ଭୁବନେଶ୍ୱରରୁ ୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୮।୪(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୮୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ...

CORONAVIRUS UPDATE: ରାଜ୍ୟରେ ଆଉ ୭୪ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି, ୭୨ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ, ୨ ଲୋକାଲ କେସ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ସର୍ବାଧିକ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ

ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ...

Advertisement
Archives

Model This Week