ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ ସମୟ ବିତାଉ ଥାଆନ୍ତୁ। ଏହି ସବୁ ଭିତରେ ମଧ୍ୟ ସେ ଜିମ୍‌ ପାଇଁ ସମୟ କାଢ଼ିନିଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ସଲମାନ ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ ଚଲାଉଥିବା ଦେଖିବାକୁ ମିଳିଛି। ଭରପୂର ଏନର୍ଜି ସହ ମସ୍ତିଭରା ଅନ୍ଦାଜରେ ସଲ୍ଲୁମିଆଁ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ପୂର୍ବରୁ ମଧ୍ୟ ସଲମାନଙ୍କ ସାଇକେଲ ଚଳାଇବା ଭିଡିଓ ଭାଇରାଲ ହୋଇଛି। ହେଲେ ଚଳିତ ଥରର ବିଶେଷତଃ ହେଲା ଏହି ଭିଡିଓ ଶେୟାର ହେବା ମାତ୍ରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଏହାକୁ ତାଙ୍କ ଫ୍ୟାନ୍ସମାନେ ଦେଖିସାରିଲେଣି। ତେବେ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ସମୟ ଗତିଶୀଳ ଆଉ ଏହାସହ ଜୀବନ ମଧ୍ୟ ସମାନ ଧାରାରେ ଗତି କରୁଛି, ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତକୁ ଉପଭୋଗ କରିବା ଦରକାର’। ନିକଟରେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ୍‌ ହୋଇଥିବା ବେଳେ ବକ୍ସ ଅଫିସରେ ଦମ୍‌ଦାର ପ୍ରଦର୍ଶନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢାଇଲେ ରୋହିତ

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ବିଶ୍ୱବାସୀ ଲଢି ଚାଲିଛନ୍ତି। କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସମସ୍ତେ ଯେମିତି ଅଣ୍ଟା ଭିଡିଛନ୍ତି। ଏହି...

ବଲିଉଡର ଜଣେ ହିଟ୍‌ ଅଭିନେତ୍ରୀ ହେଉଛନ୍ତି ଫଟୋରେ ଦେଖୁଥିବା ଶିଶୁ, ଚିହ୍ନିପାରୁଛନ୍ତି କି..

ବମ୍ବେ: ଗୁରୁଦିବସ ଉପଲକ୍ଷେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ନିଜ ଗୁରୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଜଣେ ଅଭିନେତ୍ରୀ ପ୍ରଥମ...

କେବଳ ରାନୁ ନୁହନ୍ତି, ମେକଅପ୍‌ ଯୋଗୁ ଟ୍ରୋଲ ହୋଇଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଏକ ଫ୍ୟାଶନ ଶୋ’ରେ ଇଣ୍ଟରନେଟ୍‌ ସେନସେଶନ ରାନୁ ମଣ୍ଡଳଙ୍କ ର଼୍ୟାମ୍ପ ଓ୍ବାକ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଏସବୁରେ ରାନୁଙ୍କ ମେକ୍‌ଅପ୍‌କୁ ନେଇ ସୋସିଆଲ...

କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍‌ କରନ୍ତି ଜଣେ କ୍ରିକେଟର

ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍‌ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍‌ କ୍ୟାଟ୍ରିନା ଏକ ସାକ୍ଷାତକାରରେ...

କାହାକୁ ନିଜର କରିବେ କାର୍ତ୍ତିକ, ସାରା ନା ଅନନ୍ୟା

ମୁମ୍ବାଇ: ବଲିଉଡ୍‌ର ନବାଗତ ନାୟକ କାର୍ତ୍ତିକ ଆର୍ୟନଙ୍କ ପ୍ରେମରେ ପଡିଛନ୍ତି କୁଆଡେ ବଲିଉଡ୍‌ ଦୁନିଆର କେତେଜଣ ନବାଗତା ନାୟିକା ତଥା ଷ୍ଟାରକିଡ୍‌। ହେଲେ କାର୍ତ୍ତିକ କାହାକୁ...

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି...

ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ

ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ ଡିଭର୍ସିଙ୍କ ହାତ ଧରିଛନ୍ତି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ… କରୀନା କପୁର: କରୀନା କପୁର...

ହାଉସ୍‌ଫୁଲ୍‌-୪

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୫ରେ ରିଲିଜ ହେବ ହିନ୍ଦୀ କମେଡି ଫିଲ୍ମ ‘ହାଉସ୍‌ଫୁଲ୍‌ ୪’। ‘ହାଉସଫୁଲ୍‌’ ସିରିଜର ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ପ୍ରଥମ, ଦ୍ୱିତୀୟ...

Coronavirus Update


Archives

Model This Week

Why Dharitri