ରାସ୍ତାରେ ଜମିଲା ପାଣି, ଯାତାୟାତ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୭ା୮-ବ୍ରହ୍ମପୁର ମହନଗର ନିଗମ(ବିଏମସି) ପକ୍ଷରୁ ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଗତବର୍ଷ ସହରର ବିିଭିନ୍ନ ଅଞ୍ଚଳରେ ଡ୍ରେନ ଓ କଲଭର୍ଟ ନିର୍ମାଣ କାର୍ଯ୍ୟ ହୋଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ବର୍ଷାଜଳ ନିଷ୍କାସନ କ୍ଷେତ୍ରରେ ବିଏମସି ଫେଲ ମାରିଛି ା ମଙ୍ଗଳବାର ଲଘୁଚାପ ବର୍ଷାରେ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ମୁଖ୍ୟରାସ୍ତାରେ ଜମି ରହିଥିବା ପାଣିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି। ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବାରମ୍ବାର ସମ୍ପୃକ୍ତ ଅଞ୍ଚଳ ପକ୍ଷରୁ ଦାବି କରାଯାଇଥିଲା ା ମାତ୍ର ଡ୍ରେନ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଓ ନିଗମର ଅବହେଳା ଯୋଗୁ ସହରର ଅଧିକାଂଶ ଅଞ୍ଚଳର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହିଥିବା ଅଭିଯୋଗ ହୋଇଛି ା
ଗଜପତିନଗର ୬ଷ୍ଠ ଲାଇନ, ଗଜପତିନଗର ୧୧ ଲାଇନ ଠାରୁ ୧୪ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାଜଳ ଜମାହୋଇ ରହିଥିବା ଦେଖିବାକୁ ମିଳିଥିଲା ା ପ୍ରତିବର୍ଷ ଏହି ଅଞ୍ଚଳରେ ବର୍ଷାଦିନେ ଉକ୍ତ ସାହିର ମୁଖ୍ୟରାସ୍ତାରେ ପ୍ରାୟ ୧ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚରେ ପାଣି ଜମି ରହୁଥିବା ବେଳେ ଏ ଦିଗରେ ନିଗମ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଞ୍ଚଳବାସୀ କହିଛନ୍ତି ା ଏ ନେଇ ବହୁବାର ଅଭିଯୋଗ ସତ୍ତ୍ୱେ ଡ୍ରେନେଜ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଆଇନଜୀବୀ ସତୀଶ ପାଣିଗ୍ରାହୀ କହିଛନ୍ତି। ସେହିପରି ପ୍ରେମନଗର ମୁଖ୍ୟରାସ୍ତା, ଧର୍ମନଗର ମୁଖ୍ୟରାସ୍ତା, ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିର ରାସ୍ତା, ଲୋଚାପଡା ମୁଖ୍ୟରାସ୍ତା ଆଦି ସହରର ବିଭିନ୍ନ ଅଞ୍ଚଳରେ ଅନୁରୂପ ପରିସ୍ଥିିତି ଦେଖିବାକୁ ମିିଳିଥିଲା ା ଏକ ଫୁଟରୁ ଉର୍ଦ୍ଧ୍ୱ ବର୍ଷା ଜଳ ମୁଖ୍ୟ ରାସ୍ତାଗୁଡିକରେ ଜମି ରହିଥିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ା ଅନ୍ୟପକ୍ଷରେ ବର୍ଷାରେ ଡ୍ରେନ ଜାମ ନେଇ ଅଭିଯୋଗ ଆସିଥିବା ସମସ୍ତ ଅଞ୍ଚଳର ରାସ୍ତାରୁ ବର୍ଷାଜଳ ନିଷ୍କାସନ ଉପରେ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ା ଜେସିବି ଓ କର୍ମଚାରୀଙ୍କ ଦ୍ୱାରା ଅଭିଯୋଗ ଆସିଥିବା ଅଞ୍ଚଳରେ ଡ୍ରେନ ସଫେଇ କରାଯିବା ସହ ବର୍ଷାଜଳ ନିଷ୍କାସନ କରାଯାଇଥିବା ନିଗମ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ରଞ୍ଜିତ ପାତ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri