ରାସ୍ତାରେ ଗିଲିରି ଫୁଲର ପସରା

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଟେଘାଟେ ଓ ହାଟବଜାରରେ ଏବେ ଗିଲିରି ଫୁଲର ଆସର ଦେଖିବାକୁ ମିଳୁଛି। ଏହି ଋତୁରେ ଗିଲିରି ଫୁଲ ଫୁଟେ। ଏହି ଫୁଲ ଫୁଟି ଜଙ୍ଗଲାଞ୍ଚଳ ତଥା ବାଡ଼ିବଗିଚାର ଶୋଭାବର୍ଦ୍ଧନ କରେ। ତେବେ ଅନେକେ ଏହି ଗିଲିରି ଫୁଲ କିଣି ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ପ୍ରାକୃତିକ ପରିବେଶରେ ଫୁଟୁଥିବା ଏହି ଫୁଲର ସ୍ବାଦ ନିଆରା ଓ ସ୍ବାସ୍ଥ୍ୟ ପକ୍ଷେ ହିତକର ମଧ୍ୟ। ଏଣୁ ଏହି ବନବାସୀଙ୍କ ଖାଦ୍ୟ ଏବେ ଗ୍ରାମ ଓ ସହରର ଘରେ ଘରେ ପହଞ୍ଚିଯାଇଛି। ଏପରିକି ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହାକୁ କିଣି ଘରକୁ ନେଉଥିବା ଦେଖିବାକୁ ମିଳୁଛି। ଏହାକୁ କିଏ ଚାଉଳ ବଟା ବା ବେସନରେ ମିଶାଇ ଭଜା କରେ ତ କିଏ ଶାଗ ଭଳି ଭାଜି ଖାଇଥାନ୍ତି। ବନବାସୀମାନେ ଏହାକୁ ଗଛରୁ ତୋଳି ଆଣି ଭାଗ ୧୦ରୁ ୨୦ ଟଙ୍କାରେ ବିକି ଦୁଇ ପଇସା ଉପାର୍ଜନ କରି ତେଲଲୁଣ କିଣି ଚଳନ୍ତି। ବିଶେଷ କରି ବଣଜଙ୍ଗଲ ପୂର୍ଣ୍ଣ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ଅଞ୍ଚଳର ବଣଜଙ୍ଗଲରେ ଅଧିକ ମିଳିଥାଏ। ଅନ୍ୟ ବନଜାତ ଦ୍ରବ୍ୟ ଭଳି ଗିଲିରି ଫୁଲ ଆଜିକାଲି ବନବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହୋଇପାରୁଥିବା ବେଳେ ଏହା ସୁସ୍ବାଦୁ ଏବଂ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ବୋଲି କବିରାଜ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଞ୍ଜେକ୍‌ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର...

ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି...

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି/ଖଇରପୁଟ,୧୯।୮(ଡି.ଏନ୍‌.ଏ.): ଚାଷଜମିକୁ ଯାଇ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁ୍‌ଡ଼ା ଗ୍ରାମର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନିଦିନ ପରେ ସୋମବାର...

ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ

ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ...

କନଷ୍ଟେବଳଙ୍କୁ ଭ୍ୟାନ୍‌ ଚଢ଼ାଇ ହତ୍ୟା ଉଦ୍ୟମ: ଗାଡ଼ି ମାଲିକ ଗିରଫ

ପଦ୍ମପୁର, ୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁବାର...

ଧରିତ୍ରୀ ପ୍ରଭାବ :ସୁନାଥର ଅଗ୍ନି ବିପନ୍ନଙ୍କୁ ଜିଲା ଆଇନ ସହାୟତା କମିଟି ପକ୍ଷରୁ ସହାୟତା

ପୁରୁଷୋତ୍ତମପୁର,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଗ୍ରାମରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ପରିବାରଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ମଙ୍ଗଳବାର...

ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ...

ଭୁବନେଶ୍ୱରରେ ଏବେ ୩୦ କରୋନା ଆକ୍ରାନ୍ତ ଚିକିତ୍ସିତ: ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ...

Advertisement
Archives

Model This Week