ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ, ଗାଡ଼ି ଚଳାଚଳ ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର। ରାସ୍ତା ମରାମତି ପାଇଁ ଠିକାଦାର ଚୟନ କରାଯାଇଛି। ଠିକାଦାର ବାଲି, ଗୋଡି ଆଦି ରାସ୍ତା ପାର୍ଶ୍ୱରେ ଗଦା କରିଛନ୍ତି। କେତେକ ସ୍ଥାନରେ ରାସ୍ତା ପାର୍ଶ୍ୱ ଖୋଳାଯାଇଛି। କିନ୍ତୁ ଆଉ ଠିକାଦାରଙ୍କ ଦେଖା ମିଳୁନାହିଁ କି ରାସ୍ତା ମରାମତି ହେଉନାହିଁ। ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ନାଉଗାଁ -ଡାବର ୮ କି.ମି. ରାସ୍ତା ୨୦୦୨-୦୩ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ଏହା ପରେ ଆଉ ଉକ୍ତ ରାସ୍ତା ମରାମତି ହୋଇନାହିଁ। ଫଳରେ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଛି। ଅର୍ଥ ନ ଥିବାରୁ ତାହା ମରାମତି କରାଯାଉ ନ ଥିବା କୁହାଯାଉଥିଲା। ଯାହା ହେଉ ଚଳିତ ଆର୍ଥତ୍କ ବର୍ଷରେ ଏହି ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରକୁ କାର୍ଯ୍ୟାଦେଶ ଦିଆଯାଇଛି। କିନ୍ତୁ ଠିକାଦାର ରାସ୍ତାର ଦୁଇ ପାର୍ଶ୍ୱକୁ ମାର୍ଚ୍ଚ ମାସରେ ଖୋଳିଥିଲେ ମଧ୍ୟ କାଯର୍‌ୟ କରି ନ ଥିଲେ। ବାତ୍ୟା ଫନୀ ପରେ ଏହି ରାସ୍ତା ଅଧିକ ଶୋଚନୀୟ ହୋଇପଡିଥିଲା। ପୂର୍ବରୁ ରାସ୍ତା ଯେଭଳି ଥିଲା, ଉଭୟ ପାର୍ଶ୍ୱ ଖୋଳିବା ପରେ ଅଧିକ ବିପର୍ଯ୍ୟସ୍ତ ହୋଇଗଲା। ମରାମତି ଆଳରେ ଠିକାଦାର ଗତ ୮ ଦିନ ହେଲା ରାସ୍ତାର ଉଭୟ ପାର୍ଶ୍ୱରେ ମେଟାଲ, ମୋରମ, ବାଲିମିଶା ଡଷ୍ଟ ଆଦି ପକାଇଛନ୍ତି। ହେଲେ ଏବେ ଆଉ ତାଙ୍କ ଦେଖା ମିଳୁନାହିଁ। ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିଥିବାବେଳେ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରହୁଛି। ରାସ୍ତା ପାର୍ଶ୍ୱରେ ବାଲି, ମେଟାଲ, ମୋରମ ଆଦି ଗଦାହୋଇ ରହିଥିବାରୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବାରେ ଅସୁବିଧା ହେଉଛି। ଏହି ରାସ୍ତାଟି ନାଉଗାଁ ବ୍ଲକଠାରୁ ତିହୁଡ଼ା, ଗୋଠଦା, ଅରିଓଦା, ଦହିପାଳ, ତିରୁଣା, ମହନାପାରି, ଡାବର ଦେଇ ମାଛଗାଁକୁ ସଂଯୋଗ କରୁଛି। ଏଥିସହ ଡାବର ପଞ୍ଚାୟତର ଦେଓପଡ଼ା ଦେଇ ବାଲିକୁଦା ବ୍ଲକକୁ ସଂଯୋଗ କରୁଛି। ବାଲିକୁଦା, ମାଛଗାଁ  ଓ ନାଉଗାଁ ବ୍ଲକର ତିରୁଣା, ଡାବର ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଦେଇ ବ୍ଲକ, ତହସିଲ ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିନୋଦ ତରାଇ କହିଛନ୍ତି ଯେ, କାର୍ଯ୍ୟରେ ବିଳମ୍ବ ହେତୁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri