Posted inRasifala

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ପ୍ରଭାବରୁ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ମୁଖଭାବରେ ରବି ଓ ଶୁକ୍ରଜନିତ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି । ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ ।
ବୃଷ
ବୃଷ
ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ । କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଯାହା କି କାମଟି ଅପୂର୍ଣ୍ଣ ରହିଯିବ  ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ।ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।
ମିଥୁନ
ମିଥୁନ
ବୁଧଯୁକ୍ତ କାରଣରୁ ମତିଭ୍ରମ ଘଟିବାର ସୂଚନା ରହିଛି । ଆମତ୍ୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି । ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ସହିତ ମାନସିକ ସ୍ଥିତି ଭଲ ରହି ନ ପାରେ ।
କର୍କଟ
କର୍କଟ
ରାଶିପ୍ରତି ଶନି ଓ ବୃହସ୍ପତିଙ୍କ ଦୃଷ୍ଟିର କୁପ୍ରଭାବରୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହୋଇଯିବାର ଆଶଙ୍କା ରହିଛି । ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ ।
ସି˚ହ
ସି˚ହ
ରବି ଅବସ୍ଥାନ କରିଥିବାରୁ ଆଜିର କାମଗୁଡିକ ଯଥାରୀତି ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ । ପାଖ ପଡୋଶୀଙ୍କ କୁଟିଳ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଯାନ୍ତ୍ରିକ କାରବାର, ଯାନବାହନ କ୍ରୟ ବିକ୍ରୟରେ ଅଗ୍ରଗତି ହେବ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଚିନ୍ତିତ ରହିବେ ।
କନ୍ୟା
କର୍ମଭାବ ପାପଯୁକ୍ତ କାରଣରୁ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବ । ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ଅବଶ୍ୟ ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାଧାରଣ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି
ତୁଳା
ତୁଳା
ସମସ୍ୟା ମଧ୍ୟରେ ଲକ୍ଷ୍ୟ ହାସଲ କରିପାରିବାରେ ସଫଳ ହେବେ । ଅବଶ୍ୟ ଆମତ୍ୀୟସ୍ବଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଆନୁଷ୍ଠାନିକ କାର୍ଯ୍ୟ କରିବା ସଙ୍ଗକୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସହକର୍ମୀମାନେ ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି ।
ବିଛା
ବିଛା
ଶନି ଗୃହସ୍ଥ ଯୋଗୁ ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଗଡି ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି । ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣା ପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ
ଧନୁ
ଧନୁ
ଶନିଙ୍କ ଯୋଗୁ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ କିଛିଟା ଲାଘବ ହେବାର ଅନୁଭବ କରିପାରନ୍ତି । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ । ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରିବେ ।
ମକର
ମକର

କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଭାବପ୍ରବଣତାବଶତଃ ବିଚାରବୁଦ୍ଧି ହରାଇ ଦୁଷ୍ଟଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲେ ପସ୍ତେଇବେ । ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ । ଅତ୍ୟଧିକ ଭ୍ରମଣ କିମ୍ବା ଅନିଦ୍ରାଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି ।

କୁମ୍ଭ
କୁମ୍ଭ
ରାଶିସ୍ଥ କର୍ମାଧିପ ଉଚ୍ଚାଂଶରେ ଥିବାରୁ ବନ୍ଧୁଙ୍କ ସହ ଆଲୋଚନା,ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ଲାଭ କରିବେ । ଧନାଧିପତି ଦୁର୍ବଳ ହେବା ଜନିତ ଅର୍ଥସଙ୍କଟ ଲାଗିରହିବ, ଫଳରେ କରଜ କରିବାକୁ ବାଧ୍ୟ ହେବେ । ପରିବାରରେ ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି  ।
ମୀନମୀନ

ପାରିବାରିକ ଜୀବନ ସୁଖ, ସନ୍ତୋଷରେ ଅତିବାହିତ ହେବା କାଠିକର ପାଠ ହୋଇପାରେ । ଘର ପାଇଁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ ଏବଂ ପାଇବେ ମଧ୍ୟ ।ସଙ୍ଗୀତ ତଥା ସାମ୍ବାଦିକତା ଓ ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁନ୍‌ ୩୦ ତାରିଖ – Daily Horoscope

ମେଷ ଆଜି ପରିଜନଙ୍କ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଲାଘବ ହେବ। କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କିମ୍ବା ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ।...

ରାଶିଫଳ: ସୋମବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ...

ରାଶିଫଳ: ବୁଧବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ଦୁଃଖ ଦୂର କରିଦେବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବା...

ରାଶିଫଳ: ସୋମବାର, ଜୁଲାଇ ୦୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ବିରାଗ ଭାଜନ ହେବେ। ପ୍ରଶାସନିକ ସ୍ତରରେ ଉପରିସ୍ଥ କର୍ମଚାରୀଙ୍କ ଚାପରେ ପଡ଼ି କେତେକ କାମ...

ରାଶିଫଳ: ଗୁରୁବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ ବିଭିନ୍ନ ପାରିବାରିକ ସମସ୍ୟା ଓ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା...

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା...

ରାଶିଫଳ: ରବିବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିହୋଇ ଆପଣଙ୍କୁ ତାହା ନିରୁତ୍ସାହିତ କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର...

Advertisement
Archives

Model This Week