Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ
ସ୍ବରାଶିସ୍ଥ ଚନ୍ଦ୍ର ଯୋଗୁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି । ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଗବେଷଣା କ୍ଷେତ୍ରରେ ଶୁଭଫଳ ପାଇବେ ।
ବୃଷ
ବୃଷ
କର୍ମସ୍ଥାନରେ ବୁଧଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଚେଷ୍ଟା କରୁଥିବା କାର୍ଯ୍ୟହାନୀ କାରଣରୁ ମନରେ ସରସତା ରହିବ ନାହିଁ । ସାମୟିକ ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ମିଥୁନ
ମିଥୁନ
ଧନାଧିପ ବ୍ୟୟଭାବସ୍ଥ ଯୋଗୁ ଅର୍ଥନୈତିକ ସ୍ଥିତି ବଗିଡିଯାଇପାରେ। ଆରଦ୍ରା ନକ୍ଷତ୍ରର ମାନସିକ ସ୍ଥିତି ଠିକ୍‌ ରହିବା ସହ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପରିବାର ସହମତିରେ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ରାହୁଙ୍କ ପ୍ରଭାବରେ ଅଧିକାଂଶ ସମୟ ବିଚଳିତ ରହିପାରନ୍ତି।
କର୍କଟ
କର୍କଟ
ବିଳାସକାରକ ଶୁକ୍ର ଓ ବୁଧଙ୍କ ସମ୍ପର୍କରୁ ବୁଦ୍ଧିଜିବୀ ମାନଙ୍କ ସହ ମନୋରନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଶନି ଓ ରାହୁଙ୍କ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣାବଶତଃ ସମସ୍ୟା ସୃଷ୍ଟି ହୋଇପାରେ। ଯାତ୍ରା, ଯୋଗାଯୋଗ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଉଚ୍ଚାରୋହୀ ଶୁକ୍ର ହେତୁ ଆପଣଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣତା ଲାଭ କରିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ରବିଙ୍କ ସ୍ଥିତି ଜନିତ ସାମୟିକ ଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥି ଅନୁଭବ କରିବେ । ବିଳାସ ଉପକରଣ କିଣିବା ସହ କଳା, ସଙ୍ଗୀତ, କ୍ରୀଡ଼ା ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
କନ୍ୟା
ଏକାଧିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଶ୍ରମ ଓ ଭ୍ରମଣ ଜନିତ ଅବସର ମିଳି ନ ପାରେ । ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କଲେ ଅବଶ୍ୟ ସଫଳତା ମିଳିବ । ପାରଷ୍ପରିକ ପକ୍ଷପାତିତା ଜନିତ ମତଭେଦ ଘଟିପାରେ। ଏଣେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ ।
ତୁଳା
ତୁଳା
ବନ୍ଧୁମାନଙ୍କ ସହଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ମଙ୍ଗଳଙ୍କ ପ୍ରଭାବରୁ ଆର୍ଥିକ ଦିଗଟି ଭଲ ରହିବ କିନ୍ତୁ କଠୋର ଅନୁଶାସନ ପରିବାର ଓ କର୍ମକ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିବ । ବୈବାହିକ କର୍ମସକାଶେ ବନ୍ଧୁପ୍ରସ୍ତାବ ଠିକ୍‌ ହୋଇପାରେ । ଋଣ, ପରିଶୋଧ,ପୁରୁଣା ବେମାରୀ, ଶତ୍ରୁତା କରୁଥିବା ବ୍ୟକ୍ତିକଥା ଚିନ୍ତା କରିପାରନ୍ତି।
ବିଛା
ବିଛା
ମଙ୍ଗଳଓ ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ। କିନ୍ତୁ ବୃହସ୍ପତି ପାପଗ୍ରସ୍ଥ କାରଣରୁ ଅଭିଳାଷ ପୂରଣ ହେବା କଷ୍ଟକର ହୋଇପାରେ। ପରିସ୍ଥିତିବଶତଃ ଆପଣଙ୍କ ବିଚାରଧାରା ଓ ଯୋଜନା ବଦଳିଯିବାର ଆଶଙ୍କା ରହିଛି। ଆର୍ଥିକ, ପରିବାରିକ, କର୍ମକ୍ଷେତ୍ର, ବନ୍ଧୁସମ୍ପର୍କ ଓ ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟମ ପ୍ରକାରର ରହିପାରେ।
ଧନୁ
ଧନୁ
ଆପଣ ଆକର୍ଷଣୀୟ କଥାକହି ବିବାଦୀୟ ସ୍ଥିତିକୁ ସ୍ବାଭାବିକ କରିବାରେ ସଫଳ ହେବେ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି। କୌଣସି ଆଗନ୍ତୁକଙ୍କ ସହ ତର୍କ ଜନିତ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ସନ୍ତାନଙ୍କ ଦୁର୍ବଳସ୍ବାସ୍ଥ୍ୟ ଯୋଗୁ ବିଚଳିତ ବୋଧ କରିବେ ।
ମକର
ମକର
ରାଶିରେ ପାପଗ୍ରହ ଓ ଦ୍ୱିତୀୟସ୍ଥ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କଥା କୁହାଇ ସମସ୍ୟା ଓ ସମ୍ପର୍କକୁ ନଷ୍ଟ କରିପାରନ୍ତି। ପାରିବାରିକ ଜୀବନରେ ଅଭାବ ଅଶାନ୍ତିର କାରଣ ହୋଇପାରେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି। ଦିନଟିରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ ।
କୁମ୍ଭ
କୁମ୍ଭ
ଅଭାବ ଅସୁବିଧା ଥିଲେ ମଧ୍ୟ ଶୁକ୍ରଙ୍କ ଯୋଗୁ ଆପଣଙ୍କ ସୁଖମୟ ଜୀବନର ଦିନଚର୍ଯ୍ୟା ବାଧାପ୍ରାପ୍ତ ହେବନାହିଁ । ଶନିଙ୍କ ପ୍ରଭାବରେ ଅତୀତକୁ ଧରିବସିଲେ ଏହି ସମୟର ସୁବିଧା, ସୁଯୋଗକୁ ହରାଇବାକୁ ପଡିପାରେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଭୁଲ୍‌ଖବର ଓ ସ୍ବାସ୍ଥ୍ୟରେ ଅବନ୍ନତି ଦୁଃଶ୍ଚିନ୍ତାକୁ ବଢାଇବ।
ମୀନମୀନ
ବୃହସ୍ପତି ପାପଗ୍ରହଯୁକ୍ତ କାରଣରୁ ଉଦ୍ୟମ ସଫଳ ଦିଗରେ ଜଣେ କୃଷ୍ଣବର୍ଣ୍ଣର ବ୍ୟକ୍ତି ସାହାଯ୍ୟ କରିବେ। ରାଜନୀତି, ପ୍ରଶାସନ, ଆଇନ, ଗବେଷଣା, କଣ୍ଟ୍ରାକ୍ଟରୀ ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ସାମୟିକ ମନକୁ ଚହଲାଇ ଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri