Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ
କଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ,ଛୋଟ ଦୋକାନରୁ ସୁଫଳ ମିଳିବ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି ଦେଖାଦେଇପାରେ। ପ୍ରକାଶନ, ପ୍ରଶାସନ, ସଙ୍ଗଠନ ଓ ରାଜନୈତିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ଆଜି ଶ୍ରୁତିମଧୁର କଥା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ। ଅଟକିର ରହିଯାଇଥିବା କାମ ଗୁଡିକ ସୁବିଧାରେ ନହେଉଥିବା କାରଣରୁ ମନ ଭଲ ରହିନପାରେ। ସଭା ସମିତି, କଚେରି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟରେ ପ୍ରସଂଶିତ ହେବେ। ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ।
ମିଥୁନ
ମିଥୁନ
ମଧ୍ୟାହ୍ନ ପରେ ପରେ ପରିବାରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧ ପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଆଜି ସକାଳୁ ସକାଳୁ ଘରୋଇ କାମ ସଙ୍ଗକୁ ଅଫିସ୍‌ କାମର ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ। ଭୁଲ୍‌ ବୁଝାମଣାବଶତଃ ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପକଟି ପୁନଃ ପ୍ରତିଷ୍ଠିତ ହେବ, ଫଳରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ।
ସି˚ହ
ସି˚ହ
ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସୀ ରହିବେ। କିନ୍ତୁ ଯେତିକି ପାଇବେ ତାହା ଠାରୁ ବହୁ ଗୁଣରେ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଲାଗି ରହିଥିବା ବିବାଦୀୟ ଘଟଣାରେ ଅବଶ୍ୟ ବିଜୟୀ ହେବେ।
କନ୍ୟା
ଦିନଟିରେ ମନ ଖୁସୀ ହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ରପ୍ତାନୀ ବାଣିଜ୍ୟ, ଜମିଜମା ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପରୁ ଖୂସି ରହିବେ। କର୍ମକ୍ଷେତ୍ରରୁ ଅଚାନକ ଭାବରେ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ପାରନ୍ତି। ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ଲଢିଲେ ସମର୍ଥନ ପାଇବେ ନାହିଁ।
ତୁଳା
ତୁଳା
ଘରୋଇ ସମସ୍ୟା ସମାଧାନ ନ ହୋଇପାରିବା କାରଣରୁ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଦୀର୍ଘ ଦିନରୁ ରହିଆସିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସୀ ହେବେ। କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ ଓ କଟକ୍ତି ଶୁଣିବାକୁ ପଡିପାରେ। ପରିବାରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ।
ଧନୁ
ଧନୁ
ଦିନଟି ଆପଣଙ୍କ ପାଇଁ ଆଜି ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମାତ୍ର ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ।
ମକର
ମକର
ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାକୁ ପଡିପାରେ। ନିର୍ମାଣ, କଳା,ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଖୂସି ରହିବେ। ଆଜି ଫେରିବା ବାଟରେ କୌଣସି ଅଚିହ୍ନା ଲୋକ ସେହିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ସମୟ ବନ୍ଧୁ ମାନଙ୍କ ସହ ଆଲୋଚନାରେ ଅତିବାହିତ ହେବ। ଶିଳ୍ପ, ବ୍ୟବସାୟରେ ଶିଥିଳତା ଦେଖାଦେବ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ ଏବଂ ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ
ଆଜି ଯାହାକୁ ଯାହା କହିବେ କିମ୍ବା କରିବେ ତାହା ସମସ୍ତଙ୍କର ମନକୁ ପାଇବ। କିନ୍ତୁ କୌଣସି ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ, ମାଲିମକଦ୍ଦମାରୁ ଚିନ୍ତାକୁଳ ହୋଇପାରନ୍ତିି କିନ୍ତୁ ବନ୍ଧୁଙ୍କ ସହ ଆଲୋଚନା ପରେ ଆଶ୍ୱସ୍ଥି ଲାଭ କରିବେ। ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସକାଳୁ ଜଣେ ବନ୍ଧୁ ଆସିବେ ଓ ବହୁତ କିଛି କହିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେଇପାରନ୍ତି। ବିଶେଷ ଭ୍ରମଣ କାରଣରୁ...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟକୁ ବୃଦ୍ଧି କରିପାରିବେ। ଗୃହ ସମସ୍ୟା ସମାଧାନ ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ...

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଆଜି ଲାଭଭାବସ୍ଥ ଚନ୍ଦ୍ର ହେତୁ ଆବଶ୍ୟକତା ପୂରଣ ହେବାରେ କୌଣସି ଅସୁବିଧା ରହିବନାହିଁ। ଦୁର୍ବଳତାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟରୁ...

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସବୁ ସୁବିଧା ଥିଲେ ମଧ୍ୟ ଖଳ ଲୋକଙ୍କ ପରୋକ୍ଷ ଶତ୍ରୁତା କାରଣରୁ ପାରିବାରିକ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ଆଗାମୀ କାଲିର ଆନୁଷ୍ଠନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ। ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ସମ୍ପନ୍ନ...

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି...

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ।...

ରାଶିଫଳ: ଶନିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଖୁସି ହେବେ। ଶତ୍ରୁତା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri