Posted inRasifala

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଓ ମଙ୍ଗଳ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ କୌଣସି କାମ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହି ନ ପାରେ। ତଥାପି କୃତ୍ତିକାର ସମ୍ପତ୍‌ ତା’ର ହେତୁ ଜନ ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନିକ କ୍ଷେତ୍ର ଭଲ ରହିବ।
ବୃଷ
ବୃଷ
ଶୁକ୍ର ସ୍ବଗୃହସ୍ଥ ଯୋଗୁ ଦେହ ଓ ମନ ପ୍ରାୟତଃ ଭଲ ରହିବ। ବନ୍ଧୁମାନଙ୍କ ସାହାଯ୍ୟରେ ସ୍ଥଗିତ କାମ ସମ୍ପନ୍ନ କରିବାରେ ସକ୍ଷମ ହେବେ। ରବିଙ୍କ ସହ ଅବସ୍ଥାନ କରୁଥିବାରୁ ପାରିବାରିକ କ୍ଷେତ୍ରରେ ସହମତି ଭିତିରେ କାମ କରିବା ଭଲ ହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନୈରାଶ୍ୟଜନକ ସ୍ଥିତିରେ ରହିବାକୁ ବାଧ୍ୟ ହେବେ ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। କିନ୍ତୁ ବୁଦ୍ଧିଦାତା ବୁଧ ପାପଗ୍ରହ ଯୁକ୍ତ ଯୋଗୁ ଅନ୍ୟମନସ୍କ ହେତୁକ କୌଣସିଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପ୍ରତିଯୋଗିତା, ଆଲୋଚନା, ଆନୁଷ୍ଠାନିକ କାମ ପ୍ରଭୃତିରୁ ସଫଳତା ଅବଶ୍ୟ ମିଳିବ। ସ୍ଥାନ ପରିବର୍ତ୍ତନ ସମସ୍ୟାର କାରଣ ହୋଇପାରେ।
କର୍କଟ
କର୍କଟ
ଦୁଃସ୍ଥାନସ୍ଥ ମଙ୍ଗଳଙ୍କ ଅଷ୍ଟମଦୃଷ୍ଟି ଚନ୍ଦ୍ରଙ୍କ ଉପରେ ନିପତିତ କାରଣରୁ ଚିତବିଭ୍ରମର ଆଶଙ୍କା ରହିଛି। ଫଳତଃ ପ୍ରତ୍ୟେକ କାର୍ଯ୍ୟ ଉତ୍ତେଜନାମୂଳକ ପରିସ୍ଥିତିରେ ବିଶୃଙ୍ଖଳିତ ରହିବ। କିନ୍ତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ,ପଦ ପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବିତ ହେବେ ।
ସି˚ହ
ସି˚ହ
ପରଆପଣା ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାରେ ସଫଳ ହେବେ। କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ। ଛୋଟ ଛୋଟ କେତେକ ସମସ୍ୟାକୁ ବାଦ୍‌ ଦେଲେ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ ।
କନ୍ୟା
ରାହୁ ଓ ବୁଧଙ୍କ ଯୋଗୁଁ କୌଶଳ ପ୍ରୟୋଗକରି ସ୍ଥଗିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କୌଣସି କ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। କଳା, ମନୋରଞ୍ଜନ, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଏଜେନ୍ସିପରୁ ଖୁସି ରହିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ।
ତୁଳା
ତୁଳା
ବନ୍ଧୁଙ୍କ ସହଯୋଗ ଆପଣଙ୍କ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ ପ୍ରତି ମଧ୍ୟ ଅନୁରାଗ ବୃଦ୍ଧି ପାଇବ। ଭୁଲ୍‌ ବୁଝାମଣା ଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ। ପ୍ରକାଶନ, ପରିବହନ, ପ୍ରଶାସନ, ନିର୍ମାଣ, ମାଲିମକଦ୍ଦମା ସମ୍ପର୍କୀୟ ଫଳ ମଧ୍ୟ ଉତ୍ତମ ରହିବ ।
ବିଛା
ବିଛା
ଶନିଙ୍କ କ୍ଷେତ୍ରସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଶାରୀରିକ ବୈଷମ୍ୟ ଲାଗିରହିବ। ଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଓ କ୍ଷଣକୋପ ଅଶାନ୍ତିର କାରଣ ହୋଇପାରେ ।
ଧନୁ
ଧନୁ
ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ମାନସିକ ସ୍ଥିତି ଦ୍ୱନ୍ଦ୍ୱାମତ୍କ ରହୁଥିବାରୁ ଠିକ ଭୁଲ୍‌ ବିଚାର ନ କରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ। ନୂତନ ମିତ୍ରତା ଓ ବନ୍ଧୁମିଳନଜନିତ ସାମୟିକ ଖୁସୀ ଅନୁଭବ କରିପାରନ୍ତି।
ମକର
ମକର

ଶାରୀରିକ ସୁସ୍ଥତା ଓ ନିକଟ ସମ୍ପର୍କୀୟମାନଙ୍କ ସୁସମ୍ପର୍କ ରହିବ। ବୁଧ ଗୃହସ୍ଥ ଚନ୍ଦ୍ରଙ୍କ ଯୋଗୁଁ ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରେ ପଛକୁ ଫେରି ଚାହିଁବେ ନାହିଁ। ଅସାବଧାନତାବଶତଃ ଧନହାନି, ଦବ୍ର୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।

କୁମ୍ଭ
କୁମ୍ଭ
ଯଥାବିଧି ସମ୍ପାଦିତ କରିବେ ତଥାପି କିଛିନା କିଛି ସମସ୍ୟା ମଧ୍ୟ ସାମୟିକ ଅସ୍ଥିରତା ସୃଷ୍ଟି କରିବ। ଆର୍ଥିକ କ୍ଷେତ୍ରରେ ଚୋରି, ଭିଜିଲାନ୍ସ ଜନିତ ଧନହାନିର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ପ୍ରତିବନ୍ଧକ ମଧ୍ୟରେ କାମ କରିବେ। ଅବଶ୍ୟ ପରିବାରରେ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ଖୁସୀ ରହିପାରନ୍ତି ।
ମୀନମୀନ

ମନ ଖୁସୀ ରହିବା ସଙ୍ଗକୁ ଅର୍ଥ ଓ ସମ୍ମାନ ମଧ୍ୟ ପାଇ ପାରନ୍ତି। ଆପଣଙ୍କ ପରାମର୍ଶକୁ ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଅସ୍ବୀକାର କରିବେ ନାହିଁ। ଉନ୍ନତ ଚିନ୍ତାଧାରା କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସନ୍ତାନ ଭାବରେ ଗୁରୁଦ୍ୱୟ ହେତୁ ସନ୍ତାନଙ୍କ ଗୌରବରେ ନିଜେ ଗୌରବାନ୍ବିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?