Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟପ୍ରତି ସଚେତନ ରହି କାମ କରନ୍ତୁ ନତୁବା ଶନିକ୍ଷେତ୍ର ଏବଂ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡାଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ଜନିତ ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଦୈନନ୍ଦିନର ଆବଶ୍ୟକତା ଅନୁଭବ କରି ବିଭିନ୍ନ ପ୍ରକାରର ଦ୍ରବ୍ୟ କ୍ରୟ କରିପାରନ୍ତିା
ବୃଷ
ବୃଷ
ପରିସ୍ଥିତିର ତାଡନାରେ ଇଚ୍ଛା ନଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଶନିକ୍ଷେତ୍ରସ୍ଥ ବୁଧ ଯୋଗୁ ଦୀର୍ଘ ଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପରିସ୍ଥିତିବଶତଃ ବନ୍ଦ ହୋଇଯିବ। ସାମାଜିକ ସ୍ତରରେ ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।
ମିଥୁନ
ମିଥୁନ
ଅଷ୍ଟମାଧିପ ଦୃଷ୍ଟିରେ ରବିଥିବାରୁ ପଡୋଶୀ କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ପାରିବାରିକ ସମସ୍ୟା କ୍ରମଶଃ ବଳିଯାଉଥିବାରୁ ମାନସିକ ସ୍ଥିତି ଭଲ ରହିନପାରେ। ତଥାପି ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁ ମାନଙ୍କ ସମ୍ମୁଖରେ ହସି ହସି କଥା କହିପାରନ୍ତି।
କର୍କଟ
କର୍କଟ
ଆଜି ସ୍ଥଗିତ କର୍ମ ସମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରି ଉଚ୍ଚପଦାଧିକାରୀଙ୍କ ଚକ୍ଷୁଶୂଳ ହେବାକୁ ପଡିପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ସହ ଆବଶ୍ୟକତାର ଅପୂରଣ ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ବ୍ୟୟାଧିପ ରାଶିରେ ଥିବାରୁ ଆଜି ପାଇବେ ଯେତିକି ତାହାଠାରୁ ଅଧିକ ଦୁଇଗୁଣା ଖର୍ଚ୍ଚ କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆଲୋଚନା କାଳରେ କିଛି କହିବା ଅପେକ୍ଷା ବରଂ ନୀରବ ରହିବା ଭଲ ହେବ। ଶିଳ୍ପ,ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ।
କନ୍ୟା
ବୁଧଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷ ପାଇବେ। କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରେ ପରିବାର ସହିତ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିପାରନ୍ତି।
ତୁଳା
ତୁଳା
ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ଶନି ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ସମସ୍ୟା ମଧ୍ୟରେ ବୁଡି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବ। ତଥାପି କର୍ମକ୍ଷେତ୍ରରେ ହେଉ କିମ୍ବା ସାମାଜିକ ସ୍ତରରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
କର୍ମଭାବସ୍ଥ ଭାଗ୍ୟାଧିପତି କାରଣରୁ ପରିସ୍ଥିତିର ତାଡନାରେ ଅଥବା ଭିନ୍ନ ଏକ ପରିସ୍ଥିତିରେ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ। ବନ୍ଧୁଙ୍କ ପାରିବାରିକ ବିଷୟ ଚିନ୍ତାକରି ଭାବ ପ୍ରବଣତାରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ।
ଧନୁ
ଧନୁ
ବୃହସ୍ପତି ଯୁକ୍ତ ଶନି ଓ ମଙ୍ଗଳ ଯୋଗୁ ଜୀବନଯାତ୍ରାରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇ ପଡିବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ସହ ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବ।
ମକର
ମକର
ରବି ଓ ରାହୁଙ୍କ ମଧ୍ୟବର୍ତ୍ତୀ ଶୁକ୍ର ପ୍ରଭାବରେ ବନ୍ଧୁଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ପାରିବାରିକ ଜୀବନରେ ଜିଦ୍‌ଖୋର ପ୍ରବୃତିରୁ ମତାନ୍ତର ସୃଷ୍ଟି ହେବାର ସଂଭାବନା ରହିଛି। ଅବଶ୍ୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ କିନ୍ତୁ ଆଲୋଚନା କାଳରେ ଝଗଡା ଲାଗିପାରେ।
କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥଗ୍ରହ ଜନିତ କର୍ମଜାଳ କିମ୍ବା ନିଃସଙ୍ଗତା ମାନସିକ ଚାପଗ୍ରସ୍ତ କରାଇପାରେ। ତଥାପି ସାଂଗଠନିକ କାମ,ପରିବହନ,ରାଜନୀତି,ଆଇନ ଓ ଆନୁଷ୍ଟାନିକ କାମରେ ଶୁଭ ଫଳ ମିଲିବ। କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।
ମୀନମୀନ
କର୍ମାଧିପ ସହ ଶନିଙ୍କ ସଂଯୋଗରୁ ପୁରୁଣା କାମଗୁଡିକର ସମୀକ୍ଷା କରିବେ କିନ୍ତୁ ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା,ସାହିତ୍ୟ ,ସଂଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri